US-Iran War Again: ପୁଣି ଥରେ ଯୁଦ୍ଧ ଆରମ୍ଭ, ମିଶାଇଲ୍ ମାଡ଼ରେ ଥରୁଛି ହର୍ମୁଜ
ଆଜି ରାତିରେ ମହାଯୁଦ୍ଧ। ଇରାନ ଉପରେ ଅତ୍ୟନ୍ତ ଶକ୍ତିଶାଳୀ ଆକ୍ରମଣ କରିବ ଆମେରିକା। ଧ୍ବଂସ ବିଧ୍ବଂସ କରିଦେବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିଛି ଏମିତି ଚେତାବନୀ ଦେଇଛନ୍ତି। ଗତକାଲି ରାତିରେ ଯେତେବଡ଼ ଆକ୍ରମଣ ହୋଇଥିଲା ଏବେ ତାଠୁ ଅଧିକ ହେବାକୁ ଯାଉଛି ବୋଲି କହିଛନ୍ତି। ବନ୍ଦ ହେଇଥିବା ଆମେରିକା-ଇରାନ ଯୁଦ୍ଧ ପୁଣି ଆରମ୍ଭ ହୋଇଛି। ଘନ ଘନ ମିଶାଇଲ୍ ମାଡ଼ରେ ଧୂଆ ଧୂଆଁ ମଧ୍ୟପ୍ରାଚ୍ୟ ଆକାଶ, ଆକ୍ରମଣ ପ୍ରତିଆକ୍ରମଣରେ କଂପିଲା ହର୍ମୁଜ। ଇରାନ ସହ ସିଜଫାୟାର୍ ଚୁକ୍ତିକୁ ଚିରି ଫାଡ଼ି ଫିଙ୍ଗିଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।
ଆମେରିକା ସେଣ୍ଟ୍ରାଲ୍ କମାଣ୍ଡ, ଇରାନ୍ ଉପରେ ବଡ଼ ଧରଣର ମିଶାଇଲ୍ ହମଲା କରିଛି। ଇରାନର ଦକ୍ଷିଣ ଭାଗର ୮୦ରୁ ଅଧିକ ସହର ଓ ଠିକଣା ଧୂଳିସାତ ହୋଇଛି। ଯେଉଁଥିରେ ଏକାଧିକ IRGS କ୍ୟାମ୍ପ, ଏୟାର ଡିଫେନ୍ସ ସିଷ୍ଟମ୍ ହୋଇଛି ଧ୍ବଂସବିଧ୍ବଂସ। ଗତକାଲି ରାତିରେ ହର୍ମୁଜରେ ଆମେରିକାର କିଛି ଜାହାଜ ଉପରେ ମିଶାଇଲ୍ ପଡ଼ିଥିଲା, ଯେଉଁଥିରେ ବିଚଳିତ ଆମେରିକା ଚରମ ନିଷ୍ପତ୍ତି ନେଇଛି।
ଆମେରିକା ଇରାନ ସହ କଥା ହେବା ସମୟ ସରିଛି। କେବଳ ସମୟର ଅପଚୟ... WASTE OF TIME ଆଜି କିଛି ଏଭଳି ଭାବେ ବୟାନ ରଖିଛନ୍ତି ଟ୍ରମ୍ପ। ଏତିକିରେ ମନ ଭରିନଥିଲା ଟ୍ରମ୍ପଙ୍କର। ଇରାନର ନେତାଙ୍କୁ ଅତ୍ୟନ୍ତ ନୀଚ ପ୍ରକୃତିର ଲୋକ, ସେମାନେ ନିଷ୍ଠୁର ଏବଂ ହିଂସ୍ର। ଯଦି ସେମାନଙ୍କ ପାଖରେ ପରମାଣୁ ଅସ୍ତ୍ର ଥାଆନ୍ତା, ସେମାନେ ନିଶ୍ଚୟ ବ୍ୟବହାର କରିଥାନ୍ତେ ବୋଲି ଦୋହରାଇଛନ୍ତି। ତୁର୍କିର ଅଙ୍କାରାରେ ଆୟୋଜିତ NATO ସମ୍ମିଳନୀରେ ଯୋଗଦେଇ ଏଇ ହୁଙ୍କାର ପରେ ଫୁଟିଛି ମିଶାଇଲ, କମ୍ପିଛି ମିଡିଲ୍ ଇଷ୍ଟ।
ସେପଟେ ଟ୍ରଂପ୍ ଙ୍କ ଏହି ନିଷ୍ପତ୍ତି ପରେ ବିଶ୍ବ ତୈଳ ବଜାର ଦରରେ ବଡ଼ ଡିଆଁ ଦେଖିବାକୁ ମିଳିଛି। ୫ ପ୍ରତିଶତ ଦର ବଢ଼ି ବ୍ୟାରେଲ୍ ପିଛା ପହଞ୍ଚିଛି ୭୫ ଡଲାରରେ। ଯେବେ ଯେବେ ଟ୍ରମ୍ପ ଧମକ ଦେଇଛନ୍ତି, ଯୁଦ୍ଧ ତେଜିଛି ସେବେ ସେବେ ତେଲ ଉପରେ ଏହାର ସିଧା ପ୍ରଭାବ ପଡ଼ିଛି। ଫେବ୍ରୁଆରୀ ୨୮ ପରେ ସବୁଠୁ ଅଧିକ ତୈଳ ଦର ମାର୍ଚ୍ଚରେ ବଢ଼ିଥିଲା। ୫୦ ଡଲାର ବଢ଼ି ବ୍ୟାରେଲ୍ ପିଛା ଦର ୧୨୦ ଡଲାର୍ ରେ ପହଞ୍ଚିଲା ପରେ ଏପ୍ରିଲରେ ୧୧୦ ଡଲାର, ମେ’ରେ ୧୦୦ ତଳକୁ ଖସିଥିଲା। ଜୁନ୍ ଜୁଲାଇ ଆସୁ ଆସୁ ଦର ୭୦ ଡଲାର୍ ଯାଏଁ ପହଞ୍ଚିଥିଲା। କିନ୍ତୁ ସବୁ ବିଗାଡ଼ି ଦେଇଛି ଟ୍ରମ୍ପଙ୍କ ଗୋଟିଏ ନିଷ୍ପତ୍ତି। ତେଲ ବଜାରରେ ଅସ୍ଥିରତାର ପ୍ରଭାବ କ୍ରାସ୍ କରିଛି ବିଶ୍ବ ଷ୍ଟକ୍ ମାର୍କେଟକୁ। ଭାରତରେ ଗତ ତିନି ମାସରେ ଆଜି ସବୁଠାରୁ ବଡ଼ ଦିନିକିଆ କ୍ଷତି ସହିଛନ୍ତି ନିବେଶକ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।