US Iran Conflict: ଇରାନର କ୍ବେଶମ୍ ଦ୍ୱୀପରେ ଗୁପ୍ତ ଆକ୍ରମଣ କଲା ଆମେରିକା ସେନା
ତେହେରାନ: ଆମେରିକା ଇରାନର କ୍ୱେଶମ୍ ଦ୍ୱୀପରେ ଗୁପ୍ତ ଆକ୍ରମଣ କରି ଅନେକ ବିସ୍ଫୋରଣ ଘଟାଇଛି।
ଆମେରିକୀୟ ଗଣମାଧ୍ୟମ ୱାଲ୍ ଷ୍ଟ୍ରିଟ୍ ଜର୍ନାଲ ଏସମ୍ପର୍କରେ ରିପୋର୍ଟ କରିଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର କହିଥିଲେ ଯେ, ଇରାନ ସହିତ ଏକ ଚୁକ୍ତି ଶୀଘ୍ର ହୋଇପାରେ କିନ୍ତୁ ଆମେରିକା ସେନା ଗୁପ୍ତ ଭାବେ ଏହି ଆକ୍ରମଣ ଆରମ୍ଭ କରିଛି ବୋଲି ଗଣମାଧ୍ୟମ ସଂସ୍ଥା କହିଛି।
ଇରାନର ସରକାରୀ ଖବର ସଂସ୍ଥା ଇସଲାମିକ୍ ଗଣରାଜ୍ୟ ସମାଚାର ସଂସ୍ଥା କ୍ୱେଶମ୍ ଦ୍ୱୀପରେ ଅନେକ ବିସ୍ଫୋରଣ ହୋଇଥିବା ସୂଚନା ଦେଇଛି।
Advertisment ସୋମବାର ରାତିରେ ଗୋଟିଏ ପରେ ଗୋଟିଏ ଅନେକ ବିସ୍ଫୋରଣ ହୋଇଥିଲା।
ହର୍ମୁଜ୍ ପ୍ରଣାଳୀ ନିକଟରେ ବନ୍ଦର ଲେଙ୍ଗେହ ନିକଟରେ ମଧ୍ୟ କିଛି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି।
ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ସେମାନେ ଦୁଇଟି ବିମାନ ଉଡୁଥିବାର ଦେଖିଛନ୍ତି।
କତାର-ଭିତ୍ତିକ ଅଲ୍ ଜାଜିରା ରିପୋର୍ଟ କରିଛି ଯେ, ଇରାନର କ୍ୱେଶମ୍ ଦ୍ୱୀପରେ ପାଞ୍ଚଟି ବିସ୍ଫୋରଣ ଶୁଣାଯାଇଛି ଟ୍ରମ୍ପ କହିଥିଲେ, ଆମେରିକା ଏକ ଇରାନ ପରମାଣୁ ପ୍ରତିଷ୍ଠାନକୁ ଟାର୍ଗେଟ କରିପାରେ।
କ୍ୱେଶମ୍ ଦ୍ୱୀପରେ ପାଞ୍ଚଟି ବିସ୍ଫୋରଣ ଫକ୍ସ ନ୍ୟୁଜ୍ ସହିତ ଏକ ସାକ୍ଷାତକାରରେ ଟ୍ରମ୍ପ କହିଥିଲେ, ଆମକୁ ପିକାକ୍ସ ପର୍ବତକୁ ଟାର୍ଗେଟ କରିବାକୁ ପଡ଼ିବାରେ।
ଆମେ ଯେତେବେଳେ ଚାହିଁବୁ, ଯେକୌଣସି ସମୟରେ, ଗୋଟିଏ ଘଣ୍ଟା ମଧ୍ୟରେ ଏହା କରିପାରିବୁ।
୧୦ ମିନିଟ୍ ମଧ୍ୟରେ ଆମେରିକାର ଅବଶିଷ୍ଟ ପରମାଣୁ ପ୍ରତିଷ୍ଠାନଗୁଡ଼ିକୁ ଧ୍ୱଂସ କରିପାରିବେ।
ସେ ପିକାକ୍ସ ପରମାଣୁ ପ୍ରତିଷ୍ଠାନର ମଧ୍ୟ ଉଲ୍ଲେଖ କରିଥିଲେ, ଯାହାକୁ ଆମେରିକା ଏପର୍ଯ୍ୟନ୍ତ ଟାର୍ଗେଟ କରିନାହିଁ।
ସୁରକ୍ଷିତ ଭାବରେ ଉଦ୍ଧାର ହେଲେ ୨୦ ଜଣ କ୍ରୁ ସଦସ୍ୟ ପାଶ୍ଚାତ୍ୟ ସୁରକ୍ଷା ସୂତ୍ରଗୁଡ଼ିକ ଦାବି କରନ୍ତି ଯେ, ଇରାନ ସେଠାରେ ଭୂଗର୍ଭରେ ସମୃଦ୍ଧ ୟୁରାନିୟମ ଗଚ୍ଛିତ ରଖିଛି।
ପ୍ରକୃତରେ ଏହି ପର୍ବତର ନାମ ହେଉଛି 'କୁହ୍-ଇ କୋଲଙ୍ଗ ଗାଜ୍ ଲା', ଯେଉଁଥିରେ 'କୋଲଙ୍ଗ' ଶବ୍ଦର ଅର୍ଥ ହେଉଛି ପିକାକ୍ସ ବା କୋଦାଳ।
ଏହି କାରଣରୁ ଆନ୍ତର୍ଜାତୀୟ ବିଶ୍ଳେଷକମାନେ ଏହାକୁ 'ପିକାକ୍ସ ପର୍ବତ' ବୋଲି କହିଥାନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
