UPI: ୟୁପିଆଇରେ ଉଠାଇ ହେବ ଇପିଏଫ୍ ଟଙ୍କା
"ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(ଇପିଏଫ୍ଓ)ର ସଦସ୍ୟମାନଙ୍କ ପାଇଁ ଟଙ୍କା ଉଠାଇବା ସହଜ ହେବ।
ୟୁପିଆଇ ଜରିଆରେ ସେମାନେ ଟଙ୍କା ଉଠାଇ ପାରିବେ।
ଇପିଏଫ୍ଓ ଏହାର ପରୀକ୍ଷଣ ଆରମ୍ଭ କରିଦେଇଛି।
୨୦୨୬ ଡିସେମ୍ବର ଶେଷ ସୁଦ୍ଧା ନୂଆ ସୁବିଧା ସଦସ୍ୟମାନଙ୍କ ପାଇଁ ଉପଲବ୍ଧ ହେବା ଆଶା ରହିଛି ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି।
ସଂପ୍ରତି ଇପିଏଫ୍ଓ ସଦସ୍ୟମାନେ ୟୁଏଏନ୍ ପୋର୍ଟାଲ ଜରିଆରେ ଟଙ୍କା ଉଠାଇ ପାରୁଛନ୍ତି।
ଦାବି ପ୍ରକିୟା ଶେଷ ହେବା ପରେ ଇପିଏଫ୍ଓ ଆବେଦନକାରୀଙ୍କ ଉଠାଣ ବାବଦ ରାଶିକୁ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରୁଛି।
Advertisment ନୂଆ ବ୍ୟବସ୍ଥାରେ ଇପିଏଫ୍ଓ ୟୁଏଏନ୍ ପୋର୍ଟାଲକୁ ସଦସ୍ୟଙ୍କ ୟୁପିଆଇ ଆକାଉଣ୍ଟ ସହିତ ସଂଯୋଗ କରିବ।
ଏହା ଦ୍ବାରା ସଦସ୍ୟମାନଙ୍କ ପାଇଁ ଟଙ୍କା ଉଠାଣ ସହଜ ହେବ।
ସଦସ୍ୟମାନେ ସର୍ତ୍ତ ସହିତ ୭୫ ପ୍ରତିଶତ ପର୍ଯ୍ୟନ୍ତ ରାଶି ଉଠାଇ ପାରିବେ।
ବର୍ତ୍ତମାନର ନିୟମ ଅନୁଯାୟୀ ଅତିକମ୍ରେ ୨୫ ପ୍ରତିଶତ ଅର୍ଥ ସଦସ୍ୟଙ୍କ ଆକାଉଣ୍ଟରେ ରହିବ।
ଇପିଏଫ୍ଓରେ ମୋଟ ପ୍ରାୟ ୨୬ ଲକ୍ଷ କୋଟି ଟଙ୍କା ରହିଛି।
ଯୋଗଦାନ ରଖୁଥିବା ବା ସକ୍ରିୟ ସଦସ୍ୟଙ୍କ ସଂଖ୍ୟା ପ୍ରାୟ ୭.୫ କୋଟି ରହିଛି।
EPFO: ୯ ମାସରେ ଇପିଏଫ୍ଓର ୭ ବଡ଼ ପରିବର୍ତ୍ତନ!
ବଢ଼ିଲା ବେତନ ସୀମା, ୩ ଦିନରେ ମିଳିବ ପିଏଫ୍ ଟଙ୍କା..."
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
