UPI Transaction Hits New Record: ବଢୁଛି ଡିଜିଟାଲ ପେମେଣ୍ଟର ଲୋକପ୍ରିୟତା, ଜୁଲାଇ ମାସରେ ନୂଆ ରେକର୍ଡ
ଭାରତରେ ଡିଜିଟାଲ ପେମେଣ୍ଟର ଲୋକପ୍ରିୟତା ଦିନକୁ ଦିନ ବଢ଼ୁଛି। ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ ବା UPI ପୁଣି ଥରେ ଗଢ଼ିଛି ନୂଆ ରେକର୍ଡ। ଜୁଲାଇ ମାସରେ UPI ଜରିଆରେ ପ୍ରାୟ ୨୯.୮୮ ଲକ୍ଷ କୋଟି ଟଙ୍କାର କାରବାର ହୋଇଛି।
କେବଳ କାରବାରର ମୂଲ୍ୟ ନୁହେଁ, ଟ୍ରାଞ୍ଜାକ୍ସନ ସଂଖ୍ୟାରେ ମଧ୍ୟ ବୃଦ୍ଧି ଦେଖାଯାଇଛି। ଜୁଲାଇ ମାସରେ UPI ମାଧ୍ୟମରେ ୨୩.୬୬ ବିଲିୟନ୍ ଟ୍ରାଞ୍ଜାକ୍ସନ ହୋଇଛି, ଯାହା ମେ ଓ ଜୁନ୍ ମାସ ତୁଳନାରେ ଅଧିକ। ଗତ ବର୍ଷର ସମାନ ସମୟ ତୁଳନାରେ କାରବାର ମୂଲ୍ୟରେ ପ୍ରାୟ ୧୯ ପ୍ରତିଶତ ବାର୍ଷିକ ବୃଦ୍ଧି ରେକର୍ଡ କରାଯାଇଛି।
Hardik Pandya with Mahieka at the Tirumala Temple. pic.twitter.com/3FjJ33ltw8
— Mufaddal Vohra (@mufaddal_vohra) August 2, 2026
ଡିଜିଟାଲ ପେମେଣ୍ଟ କ୍ଷେତ୍ରର ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, UPI ଏବେ କୋଟି କୋଟି ଭାରତୀୟଙ୍କର ପ୍ରଥମ ପସନ୍ଦ ପାଲଟିଛି। ଗାଁଠୁ ସହର, ଛୋଟ ଦୋକାନଠାରୁ ବଡ଼ ବ୍ୟବସାୟ, ସବୁଠି UPI ବ୍ୟବହାର ବଢ଼ିବା ସହ ଡିଜିଟାଲ ଅର୍ଥନୀତି ଅଧିକ ସୁଦୃଢ଼ ହେଉଛି।
ଏବେ UPI ଭାରତ ମଧ୍ୟରେ ସୀମିତ ନାହିଁ। ୟୁଏଇ, ସିଙ୍ଗାପୁର, ଭୁଟାନ, ନେପାଳ, ଶ୍ରୀଲଙ୍କା, ଫ୍ରାନ୍ସ, ମରିସସ ଏବଂ କତାର ସମେତ ପ୍ରାୟ ୧୦ଟି ଦେଶରେ UPI ସେବା ଉପଲବ୍ଧ ହୋଇଛି। ଏହା ଭାରତକୁ ବିଶ୍ୱ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଏକ ଅଗ୍ରଣୀ ଦେଶ ଭାବେ ପ୍ରତିଷ୍ଠିତ କରୁଛି।
Indian cricketer Hardik Pandya visited the Sri Venkateswara Swamy Temple in Tirumala today with Mahika Sharma.
— Amit Kumar Sindhi (@AMIT_GUJJU) August 2, 2026
Hardik offered his hair as part of a religious vow and was seen in a new bald look. The two also took part in the early morning Suprabhatha Seva. 🙏 pic.twitter.com/mdkQlecKLv
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।