28 OCTOBER 2026

Welcome!

Unlock your personalized experience.
Sign Up

University: ବିଶ୍ବବିଦ୍ୟାଳୟରେ ପଢ଼ାଇବେ କିଏ? ସମ୍ବଲପୁର ବିଶ୍ବବିଦ୍ୟାଳୟରେ ୮୪, ଜିଏମ୍‌ୟୁରେ ୭୯ ପଦ ଖାଲି

Oct 28, 2026 - 06:08
University: ବିଶ୍ବବିଦ୍ୟାଳୟରେ ପଢ଼ାଇବେ କିଏ? ସମ୍ବଲପୁର ବିଶ୍ବବିଦ୍ୟାଳୟରେ ୮୪, ଜିଏମ୍‌ୟୁରେ ୭୯ ପଦ ଖାଲି

ସମ୍ବଲପୁର: ୮ବର୍ଷ ପରେ ବିଶ୍ବବିଦ୍ୟାଳୟଗୁଡ଼ିକରେ ଛାତ୍ରସଂସଦ ନିର୍ବାଚନ ହେଲା। ବିଭିନ୍ନ ସମସ୍ୟାକୁ ପ୍ରସଙ୍ଗ କରି ଛାତ୍ରଛାତ୍ରୀମାନେ ନିର୍ବାଚନ ଲଢ଼ିଲେ। ହେଲେ ବିଶ୍ବବିଦ୍ୟାଳୟଗୁଡ଼ିକର ସବୁଠାରୁ ବଡ଼ ସମସ୍ୟା ସମ୍ପର୍କରେ କ୍ବଚିତ ସ୍ବର ଉଠାଇଲେ। ବିଶ୍ବବିଦ୍ୟାଳୟଗୁଡ଼ିକରେ ସବୁକିଛି ରହିଛି। କିନ୍ତୁ ଶିକ୍ଷାଦାନ ପାଇଁ ଆବଶ୍ୟକ ସଂଖ୍ୟକ ଅଧ୍ୟାପକ, ଅଧ୍ୟାପିକା ନାହାନ୍ତି। ସମ୍ବଲପୁର ଜିଲ୍ଲାର ଦୁଇ ପ୍ରମୁଖ ବିଶ୍ବବିଦ୍ୟାଳୟ ସମ୍ବଲପୁର ବିଶ୍ବବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ସ୍ଥିତି ଅତି ଦୟନୀୟ। କେବଳ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ୭୯ଟି ପଦ ଖାଲିପଡ଼ିଛି। ବିଭିନ୍ନ ବିଭାଗରେ ୨୧ଟି ପ୍ରଫେସର, ୨୫ଟି ଆସୋସିଏଟ୍‌ ପ୍ରଫେସର ଓ ୩୩ଟି ଆସିଷ୍ଟାଣ୍ଟ ପ୍ରଫେସର ପଦ ଖାଲି ପଡ଼ିଛି। ପ୍ରାଣୀବିଜ୍ଞାନ ବିଭାଗରେ ୭ଟି ପଦ ଖାଲି ପଡ଼ିଥିବା ବେଳେ ଉଦ୍ଭିଦବିଜ୍ଞାନ ବିଭାଗରେ ୭ ଓ ଅର୍ଥନୀତି ବିଭାଗରେ ୬ଟି ଅଧ୍ୟାପକ, ଅଧ୍ୟାପିକା ପଦ ଖାଲି ରହିଛି। ଅନ୍ୟାନ୍ୟ ବିଭାଗରେ ମଧ୍ୟ ପ୍ରାୟ ସମାନ ସ୍ଥିତି। 

Cyclone: ବଙ୍ଗୋପସାଗରରେ ବାରମ୍ବାର କାହିଁକି ସୃଷ୍ଟି ହୁଏ ଶକ୍ତିଶାଳୀ ବାତ୍ୟା

ସମ୍ବଲପୁର ବିଶ୍ବବିଦ୍ୟାଳୟର ସ୍ଥିତି ଆହୁରି ସାଂଘାତିକ। ବିଶ୍ବବିଦ୍ୟାଳୟରେ ୨୦ଟି ପ୍ରଫେସର, ୩୦ଟି ଆସୋସିଏଟ ପ୍ରଫେସର, ୩୪ଟି ଆସିଷ୍ଟାଣ୍ଟ ପ୍ରଫେସର ସମେତ ମୋଟ ୮୪ଟି ପଦ ଖାଲି ପଡ଼ିଛି। ପ୍ରାଣୀବିଜ୍ଞାନ, ଇଂରାଜୀ, ଅର୍ଥନୀତି ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗରେ ଜଣେ, ଦୁଇଜଣ ଲେଖାଏଁ ଅଧ୍ୟାପକ, ଅଧ୍ୟାପିକା ରହିଛନ୍ତି। ଗତ ମେ’ ମାସରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରଫେସର, ଆସୋସିଏଟ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯୋଗ୍ୟ ଆବେଦନକାରୀଙ୍କୁ ଚିହ୍ନଟ କରାଯାଇଛି। କିନ୍ତୁ କେବେ ସୁଦ୍ଧା ଆବେଦନକାରୀଙ୍କୁ ନିଯୁକ୍ତି ମିଳିବ ସେ ନେଇ କୌଣସି ସ୍ପଷ୍ଟତା ନାହିଁ। ଓଡ଼ିଶାର ସମସ୍ତ ବିଶ୍ବବିଦ୍ୟାଳୟରେ ୧୪୦୦ ଅଧ୍ୟାପକ, ଅଧ୍ୟାପିକା ନିଯୁକ୍ତ ହେବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। କିନ୍ତୁ ନିଯୁକ୍ତି ପ୍ରକ୍ରିୟା କେବେ ସରିବ ଏହାର ଉତ୍ତର କାହା ପାଖରେ ନାହିଁ। ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ଜଣେ ଛାତ୍ରଙ୍କ କହିବା ଅନୁସାରେ, ଅତିଥି ଶିକ୍ଷକଙ୍କ ଭରସାରେ ପାଠପଢ଼ା ଚାଲିଛି।

Cyclone: ବଙ୍ଗୋପସାଗରରେ ବାରମ୍ବାର କାହିଁକି ସୃଷ୍ଟି ହୁଏ ଶକ୍ତିଶାଳୀ ବାତ୍ୟା

ନ ହେଲେ ନୋଟ୍‌ସ ପଢ଼ି ପିଲା ପରୀକ୍ଷା ଦେଉଥିବା କହିଛନ୍ତି ଉକ୍ତ ଛାତ୍ର। ଅନ୍ୟପଟେ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଅଧ୍ୟାପକ, ଅଧ୍ୟାପିକା ନଥିବାରୁ ଗୁଣାତ୍ମକ ଶିକ୍ଷାରୁ ଛାତ୍ରଛାତ୍ରୀ ବଞ୍ଚିତ ହେଉଥିବା କହିଛନ୍ତି ରିସର୍ଚ୍ଚ ସ୍କଲାର ସୌମ୍ୟରଞ୍ଜନ ନାଥ। ଏହାସହିତ ଲ୍ୟାବ ଆସିଷ୍ଟାଣ୍ଟ, ଷ୍ଟୋର କିପର ଓ ପ୍ରଶାସନିକ ପଦ ମଧ୍ୟ ଖାଲି ପଡ଼ିଥିବାରୁ ଅନ୍ୟାନ୍ୟ ଏକାଡେମିକ୍ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ସେ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)