Unidentified Man's Body ଡ୍ରେନରୁ ଅଜଣା ଯୁବକଙ୍କ ଶବ ଉଦ୍ଧାର
"ଝାରସୁଗୁଡ଼ା: ଆଜି (ରବିବାର) ରାତି ପ୍ରାୟ ସାଢେ ୮ଟାରେ ଝାରସୁଗୁଡା ଟାଉନ ଥାନା ଅନ୍ତର୍ଗତ ହୋଟେଲ ଯୋଗେନ୍ଦ୍ର ସମ୍ମୁଖରେ ଡ୍ରେନରୁ ଏକ ଅଜଣା ଯୁବକର ମୃତଦେହ ଉଦ୍ଧାର ହୋଇଛି।
Advertisment ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ରାତି ପ୍ରାୟ ସାଢେ ୮ଟା ବେଳେ ହୋଟେଲ ସମ୍ମୁଖ ଡ୍ରେନରେ ଏକ ଅଜଣା ବ୍ୟକ୍ତି ପଡିଥିବା ନେଇ ସଂପୃକ୍ତ ହୋଟେଲର ସୁରକ୍ଷା କର୍ମୀ ପୁଲିସକୁ ସୂଚନା ଦେଇଥିଲେ।
ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଉକ୍ତ ଯୁବକଙ୍କ ମୁଣ୍ଡ ଡ୍ରେନର ପାଣିରେ ବୁଡି ରହିଥିଲା।
ପ୍ରାଥମିକ ପରୀକ୍ଷାରେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଥିଲା।
ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ମୃତ ଯୁବକ ସେଠି କେମିତି ପଡିଲେ ତାହା ଜଣାପଡିନାହିଁ।
ତାଙ୍କର ଆନୁମାନିକ ବୟସ ପ୍ରାୟ ୩୫ ହେବ ବୋଲି ଏସଡିପିଓ ଉମାଶଙ୍କର ସିଂହ ସୂଚନା ଦେଇଛନ୍ତି।
ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
"