UNEP: ଖାଦ୍ୟ ନଷ୍ଟ ହେବା ଯୋଗୁଁ ବି ବଢ଼ୁଛି ଜଳବାୟୁ ପରିବର୍ତ୍ତନର ବିପଦ!

Oct 26, 2026 - 18:02
UNEP: ଖାଦ୍ୟ ନଷ୍ଟ ହେବା ଯୋଗୁଁ ବି ବଢ଼ୁଛି ଜଳବାୟୁ ପରିବର୍ତ୍ତନର ବିପଦ!

ନୂଆଦିଲ୍ଲୀ: ଦୁନିଆରେ ଖାଦ୍ୟ ନଷ୍ଟହେବା ଏବେ କେବଳ ଭୋକ ଓ ଦାରିଦ୍ର୍ୟ ସହ ଜଡ଼ିତ ସମସ୍ୟା ହୋଇ ରହିନାହିଁ।

ଏହା ଦ୍ରୁତ ଗତିରେ ଜଳବାୟୁ ପରିବର୍ତ୍ତନର ଏକ କାରଣ ପାଲଟିବାରେ ଲାଗିଛି।

ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି) ଅନୁଯାୟୀ, ପଚିସଢ଼ି ଯାଉଥିବା ଖାଦ୍ୟ ବର୍ଜ୍ୟବସ୍ତୁରୁ ବିଶ୍ୱର ମୋଟ ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌ ନିର୍ଗମନର ପ୍ରାୟ ୧୦ ପ୍ରତିଶତ ସୃଷ୍ଟି ହୋଇପାରେ।

ଏହା ବିମାନ ଚଳାଚଳ କ୍ଷେତ୍ରରୁ ହେଉଥିବା ଗ୍ୟାସ୍‌ ନିର୍ଗମନଠାରୁ ପ୍ରାୟ ୫ ଗୁଣ ଅଧିକ ବୋଲି ଅନୁମାନ କରାଯାଉଛି।

Advertisment ବିଶ୍ୱରେ ପ୍ରତିଦିନ ୧୦୦ କୋଟି ଟନ୍‌ରୁ ଅଧିକ ଖାଦ୍ୟ ନଖାଇ ଫିଙ୍ଗି ଦିଆଯାଉଛି।

ଏଥିରେ ଘରୁ ବାହାରୁଥିବା ଖାଦ୍ୟ ବର୍ଜ୍ୟବସ୍ତୁର ଅଂଶ ସର୍ବାଧିକ।

ୟୁଏନ୍‌ଇପି ଅନୁଯାୟୀ, ଖାଦ୍ୟ ନଷ୍ଟ ହେବାର ପ୍ରାୟ ୬୦ ପ୍ରତିଶତ ଘରୁ ହୋଇଥାଏ।

ଅର୍ଥାତ୍‌ ଆମେ କେବଳ ଖାଦ୍ୟ ଫିଙ୍ଗୁନାହୁଁ, ବରଂ ଏହାକୁ ଉତ୍ପାଦନ କରିବାରେ ବ୍ୟବହୃତ ଜମି, ପାଣି, ଶକ୍ତି ଓ ଶ୍ରମକୁ ମଧ୍ୟ ନଷ୍ଟ କରୁଛୁ।

ଅଳିଆ ଗଦାରେ ପଚୁଥିବା ଖାଦ୍ୟରୁ ସୃଷ୍ଟି ହେଉଛି ମିଥେନ୍‌ ଖାଦ୍ୟ ନଷ୍ଟ ହେବାର ସବୁଠାରୁ ବଡ଼ ବିପଦ ସେତେବେଳେ ସୃଷ୍ଟି ହୁଏ, ଯେତେବେଳେ ଏହି ବର୍ଜ୍ୟବସ୍ତୁ ଲ୍ୟାଣ୍ଡଫିଲ୍‌ ବା ବଡ଼ ଅଳିଆ ଗଦାରେ ପହଞ୍ଚେ।

ସେଠାରେ ଖାଦ୍ୟ ବର୍ଜ୍ୟବସ୍ତୁ ମାଟି ତଳେ ପୋତି ହୋଇ ରହିଥାଏ ଏବଂ ଏହାକୁ ପର୍ଯ୍ୟାପ୍ତ ଅମ୍ଳଜାନ ମିଳେନାହିଁ।

ଏପରି ପରିସ୍ଥିତିରେ ଅଣୁଜୀବମାନେ ଖାଦ୍ୟ ବର୍ଜ୍ୟବସ୍ତୁକୁ ବିଘଟନ କରନ୍ତି, ଯାହାଫଳରେ ମିଥେନ୍‌ ଗ୍ୟାସ୍‌ ନିର୍ଗତ ହୁଏ।

ମିଥେନ୍‌ ଏକ ଅତ୍ୟନ୍ତ ଶକ୍ତିଶାଳୀ ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌।

ମିଳିତ ଜାତିସଂଘ ଅନୁଯାୟୀ, ୨୦ ବର୍ଷର ଅବଧିରେ ଏହା ଅଙ୍ଗାରକାମ୍ଳ ତୁଳନାରେ ପ୍ରାୟ ୮୬ ଗୁଣ ଅଧିକ ଉତ୍ତାପକୁ ବାୟୁମଣ୍ଡଳରେ ଅଟକାଇ ରଖିପାରେ।

ଏହି କାରଣରୁ ମିଥେନ୍‌ ନିର୍ଗମନ ହ୍ରାସ କରିବାକୁ ଜଳବାୟୁ ପରିବର୍ତ୍ତନର ଗତି ଧୀର କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଉପାୟ ଭାବେ ବିବେଚନା କରାଯାଉଛି।

ଖାଦ୍ୟ ସହ ନଷ୍ଟ ହେଉଛି ଜମି ଓ ପାଣି ଖାଦ୍ୟ ନଷ୍ଟ ହେବାର ପ୍ରଭାବ କେବଳ ଅଳିଆ ଗଦାରେ ସୀମିତ ନୁହେଁ।

ଆମ ଥାଳିରେ ପହଞ୍ଚିବା ପୂର୍ବରୁ କିମ୍ବା ପରେ ଯେଉଁ ଖାଦ୍ୟ ନଷ୍ଟ ହୋଇଯାଏ, ତାହା ଉତ୍ପାଦନ କରିବା ପାଇଁ ବହୁ ପରିମାଣର ପ୍ରାକୃତିକ ସମ୍ପଦ ବ୍ୟବହାର ହୋଇଥାଏ।

ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ (ଏଫ୍‌ଏଓ) ଅନୁଯାୟୀ, ବିଶ୍ୱରେ ପ୍ରାୟ ୧୪୦ କୋଟି ହେକ୍ଟର କୃଷି ଜମିରେ ଏପରି ଖାଦ୍ୟ ଉତ୍ପାଦନ କରାଯାଏ, ଯାହା ପରେ ଖାଇବାରେ ଆସେ ନାହିଁ।

ଏହା ବିଶ୍ୱର ମୋଟ କୃଷି ଜମିର ପ୍ରାୟ ୨୮ ପ୍ରତିଶତ।

ଏହି ଖାଦ୍ୟ ଚାଷ କରିବାରେ ବ୍ୟବହୃତ ପାଣି ମଧ୍ୟ ଅପଚୟ ହୋଇଥାଏ।

କୃଷି ପାଇଁ ଜଙ୍ଗଲ କାଟିବା ମଧ୍ୟ ଅନେକ ଦେଶରେ ଏକ ବଡ଼ ସମସ୍ୟା।

ତେଣୁ ଖାଦ୍ୟ ନଷ୍ଟ ହେବା ପରୋକ୍ଷରେ ଜଙ୍ଗଲ ଉପରେ ମଧ୍ୟ ଚାପ ବଢ଼ାଉଛି।

ଜଙ୍ଗଲ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଶୋଷଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ।

ଜଙ୍ଗଲ କମିଲେ ଜଳବାୟୁ ପରିବର୍ତ୍ତନର ବିପଦ ଆହୁରି ବଢ଼ିପାରେ।

ମିଥେନ୍‌ ହ୍ରାସ କଲେ ଶୀଘ୍ର ମିଳିପାରିବ ଲାଭ ବୈଜ୍ଞାନିକ ଓ ପରିବେଶ ବିଶେଷଜ୍ଞଙ୍କ ପାଇଁ ମିଥେନ୍‌ ନିର୍ଗମନ ରୋକିବା ଗୁରୁତ୍ୱପୂର୍ଣ୍ଣ।

କାରଣ, ଅଙ୍ଗାରକାମ୍ଳ ତୁଳନାରେ ମିଥେନ୍‌ ବାୟୁମଣ୍ଡଳରେ କମ୍‌ ସମୟ ପର୍ଯ୍ୟନ୍ତ ରହିଥାଏ।

ଏହାର ଅର୍ଥ ହେଉଛି, ବର୍ତ୍ତମାନ ମିଥେନ୍‌ ନିର୍ଗମନ ହ୍ରାସ କରାଗଲେ ଆଗାମୀ କିଛି ଦଶନ୍ଧି ମଧ୍ୟରେ ଜଳବାୟୁ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିପାରେ।

ୟୁଏନ୍‌ଇପି ରିପୋର୍ଟରେ କୁହାଯାଇଛି ଯେ, ଯେତେବେଳେ ବିଶ୍ୱ ତାପମାତ୍ରା ବୃଦ୍ଧିର ଗତିକୁ ଶୀଘ୍ର କମାଇବା ପାଇଁ ବ୍ୟବହାରିକ ଉପାୟ ଖୋଜୁଛି, ସେତେବେଳେ ଖାଦ୍ୟ ନଷ୍ଟ ରୋକିବା ସବୁଠାରୁ ସହଜ ଓ କମ୍‌ ଖର୍ଚ୍ଚସାପେକ୍ଷ ଉପାୟ ମଧ୍ୟରୁ ଗୋଟିଏ ହୋଇପାରେ।

ବିଶ୍ୱରେ ଆପଣାଯାଉଛି ନୂଆ ଉପାୟ ଖାଦ୍ୟ ନଷ୍ଟ ହେବା କମାଇବା ପାଇଁ ଅନେକ ଦେଶରେ ନୂଆ ନୂଆ ପଦକ୍ଷେପ ନିଆଯାଉଛି।

ଆଫ୍ରିକାର ୧୧ଟି ଦେଶର ସରକାର ଅଳିଆ ଗୋଟାଉଥିବା ଲୋକଙ୍କୁ ଔପଚାରିକ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ସହ ଯୋଡ଼ିବାକୁ ପଦକ୍ଷେପ ନେଇଛନ୍ତି।

ସେମାନଙ୍କୁ ଅଳିଆ ଅଲଗା କରିବା ଓ ଜୈବିକ ବର୍ଜ୍ୟବସ୍ତୁରୁ ଖତ ପ୍ରସ୍ତୁତ କରିବା ପାଇଁ ତାଲିମ ଦିଆଯାଉଛି।

ଏହାଦ୍ୱାରା ପରିବେଶକୁ ଲାଭ ମିଳିବା ସହ ଏହି ଲୋକଙ୍କ ଆୟ ଓ ଜୀବନଧାରଣର ମାନରେ ମଧ୍ୟ ଉନ୍ନତି ଆସୁଛି।

ଅନ୍ୟ ଏକ ଉପାୟ ହେଉଛି ବ୍ଲାକ୍‌ ସୋଲଜର୍‌ ଫ୍ଲାଏ ବା ଏକ ବିଶେଷ ପ୍ରଜାତିର ମାଛିର ବ୍ୟବହାର।

ଏହି ମାଛିର ଲାର୍ଭା ଜୈବିକ ବର୍ଜ୍ୟବସ୍ତୁ ଖାଇ ତାହାକୁ ଉପଯୋଗୀ ସାମଗ୍ରୀରେ ପରିଣତ କରିବାରେ ସାହାଯ୍ୟ କରେ।

ମଲାୱି ଓ ଉଗାଣ୍ଡା ସମେତ ଅନେକ ସ୍ଥାନରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଏହି ପଦ୍ଧତି ବ୍ୟବହାର କରାଯାଉଛି।

୨୦୩୦ ସୁଦ୍ଧା ପ୍ରତି ବ୍ୟକ୍ତିଙ୍କ ଦ୍ୱାରା ନଷ୍ଟ ହେଉଥିବା ଖାଦ୍ୟର ପରିମାଣକୁ ଅଧା କରିବା ପାଇଁ ବିଶ୍ୱ ଲକ୍ଷ୍ୟ ରଖିଛି।

କିନ୍ତୁ ଏପର୍ଯ୍ୟନ୍ତ ଏହି ଦିଗରେ ଯଥେଷ୍ଟ ଅଗ୍ରଗତି ହୋଇନାହିଁ।

ତେଣୁ ସରକାରଙ୍କ ସହ ସାଧାରଣ ଲୋକଙ୍କୁ ମଧ୍ୟ ନିଜ ଦାୟିତ୍ୱ ବୁଝିବାକୁ ପଡ଼ିବ।

ଆବଶ୍ୟକତା ଅନୁଯାୟୀ ଖାଦ୍ୟ କିଣିବା, ବଳକା ଖାଦ୍ୟକୁ ସୁରକ୍ଷିତ ଭାବେ ରଖିବା ଏବଂ ଜୈବିକ ବର୍ଜ୍ୟବସ୍ତୁକୁ ଅଲଗା କରି ଖତ ପ୍ରସ୍ତୁତ କରିବା ଛୋଟ ହେଲେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଖାଦ୍ୟ ନଷ୍ଟ ରୋକିବା କେବଳ ଖାଦ୍ୟ ଓ ଟଙ୍କା ସଞ୍ଚୟ ନୁହେଁ, ବରଂ ପୃଥିବୀର ଭବିଷ୍ୟତକୁ ସୁରକ୍ଷିତ ରଖିବା ଦିଗରେ ମଧ୍ୟ ଏକ ଅତ୍ୟାବଶ୍ୟକ ପଦକ୍ଷେପ।

ବାତ୍ୟା ମୁକାବିଲା ପ୍ରସ୍ତୁତି: ଆର୍ଯ୍ୟପଲ୍ଲୀ ମତ୍ସ୍ୟଜେଟି, ଗୋପାଳପୁର ପୋର୍ଟ ଓ ନୋଳିଆ ନୂଆଗାଁ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ଜିଲ୍ଲାପାଳ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)