Ultra Robot: ବୋଲ୍ଟଙ୍କ ରେକର୍ଡ ଭାଙ୍ଗିଲା ଟିଆଙ୍ଗୋଙ୍ଗ ଅଲ୍‌ଟ୍ରା ରୋବଟ୍‌

Aug 26, 2026 - 10:53
Ultra Robot: ବୋଲ୍ଟଙ୍କ ରେକର୍ଡ ଭାଙ୍ଗିଲା ଟିଆଙ୍ଗୋଙ୍ଗ ଅଲ୍‌ଟ୍ରା ରୋବଟ୍‌

"ବେଜିଂ: ଜାମାଇକାର ମହାନ ସ୍ପ୍ରିଣ୍ଟର ଉସେନ ବୋଲ୍ଟଙ୍କ ୧୦୦ ମିଟର ବିଶ୍ବ ରେକର୍ଡକୁ ଭାଙ୍ଗିଛି ଚୀନର ଟିଆଙ୍ଗୋଙ୍ଗ ଅଲ୍‌ଟ୍ରା ହ୍ୟୁମାନଏଡ୍ ରୋବଟ୍।

ଏଠାରେ ଆୟୋଜିତ ବିଶ୍ବ ମନୁଷ୍ୟକୃତ ରୋବଟ୍ କ୍ରୀଡ଼ା ୧୦୦ ମିଟର ଦୌଡ଼ରେ ଏହି ରୋବଟ୍‌ ୮.୮୬ସେକେଣ୍ଡରେ ରେସ୍‌ ଶେଷ କରିଛି।

ଉଦ୍‌ଘାଟନୀ ଦିବସରେ ଏହି ରୋବଟ୍‌ ୯.୩୯ ସେକେଣ୍ଡରେ ଶେଷ କରିଥିଲା।

ମଙ୍ଗଳବାର ସେମିଫାଇନାଲ୍‌ରେ ବେଜିଂ ହ୍ୟୁମାନଏଡ୍‌ ରୋବଟ୍‌ ଇନୋଭେସନ୍‌ ‌କେନ୍ଦ୍ର ଦ୍ବାରା ନିର୍ମିତ ଟିଆଙ୍ଗୋଙ୍ଗ ଅଲ୍‌ଟ୍ରା ଏହାକୁ ପଛ‌ରେ ପକାଇ ଦେଇଛି।

ଏହି ସମୟ ୨୦୦୯ରେ ବୋଲ୍ଡ (୯.୫୮ ସେକେଣ୍ଡ)ଙ୍କ ପୁରୁଷ ମାନବ ବିଶ୍ବ ରେକର୍ଡ ସମୟଠୁ ସାତ-ଦଶମାଂଶ ସେକେଣ୍ଡ ଦ୍ରୁତ ଥିଲା।Advertisment ମାନବ ଦ୍ବାରା ରଚିତ ଅନେକ ବିଶ୍ବ ରେକର୍ଡ ଭାଙ୍ଗି ସାରିଛି ଟିଆଙ୍ଗୋଙ୍ଗ ଅଲ୍‌ଟ୍ରା ଗତ ବର୍ଷ ଆୟୋଜିତ ପ୍ରଥମ ସଂସ୍କରଣରେ ଟିଆଙ୍ଗୋଙ୍ଗ ୧୦୦ ମିଟର ରେସ୍‌କୁ ୨୧.୫୦ ସେକେଣ୍ଡରେ ଶେଷ କରିଥଲା।

ଏହାର କିଛ ମାସ ପରେ ବେଜିଂରେ ଆୟୋଜିତ ବିଶ୍ବ ହୁମାନଏଡ୍‌ ରୋବଟ୍‌ ହାଫ୍‌ ମାରାଥନକୁ ଟିଆଙ୍ଗୋଙ୍ଗ ୨ ଘଣ୍ଟା ୪୦ ମିନିଟ୍‌ରେ ଶେଷ କରି ବିଜେତା ହୋଇଥିଲା।

ଚଳିତ ବର୍ଷ ବେଜିଂରେ ଆୟୋଜିତ ଏହି ଦ୍ବିତୀୟ ସଂସ୍କରଣରେ ଫୁଟ୍‌ବଲ୍‌, ନାଚ ଓ ଶିଳ୍ପ ଉପରେ ୫୧ଟି ଇଭେଣ୍ଟ ହୋଇଥଲା।

ଏଥିରେ ୬୬୬ ଦଳର ପ୍ରାୟ ୨୦୦୦ରୁ ଅଧିକ ରୋବଟ୍‌ ଯୋଗଦେଇଥିଲେ।

ବେଜିଂ ହ୍ୟୁମାନଏଡ୍‌ ରୋବଟ୍‌ ଇନୋଭେସନ୍‌ ‌କେନ୍ଦ୍ର ପକ୍ଷରୁ ଦାବି କରାଯାଇଛି ଯେ ଟିଆଙ୍ଗୋଙ୍ଗ ଅଲ୍‌ଟ୍ରା ଏପର୍ଯ୍ୟନ୍ତ ମାନବ ଦ୍ବାରା ରଚିତ ଅନେକ ବିଶ୍ବ ରେକର୍ଡ ଭାଙ୍ଗି ସାରିଛି।

୧୦୦ ମିଟର ସ୍ପ୍ରିଣ୍ଟ ବାଦ୍‌ ୪୦୦ ମିଟର (୩୮.୧୫ ସେକେଣ୍ଡ), ୧୫୦୦ ମିଟର (୨:୨୧.୬୪ ସେକେଣ୍ଡ) ଓ ହାଇଜମ୍ପ୍‌ (୨.୮୮ ମିଟର)ରେ ରେକର୍ଡ ଭାଙ୍ଗିଛି।

Trump Visa Policy: ଆମେରିକା ଯିବା ସ୍ବପ୍ନକୁ ବଡ଼ ଝଟକା: ଭିସା ସାକ୍ଷାତକାର ଉପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରୋକ ଲଗାଇଲେ ଟ୍ରମ୍ପ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)