UK Set to Extradite Nirav Modi: ନୀରବଙ୍କ ସମସ୍ତ ଆଇନଗତ ବିକଳ୍ପ ଶେଷ, ଭାରତ ଫେରିବା ନିଶ୍ଚିତ
ଭାରତ ଫେରିବ ଆଉ ଜଣେ ବଡ଼ ଅର୍ଥ ହେରଫେରକାରୀ। ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କ ପ୍ରତ୍ୟାର୍ପଣ ଏବେ ସୁନିଶ୍ଚିତ ହୋଇଛି। ୟୁରୋପୀୟ ମାନବାଧିକାର ଅଦାଲତରେ ଶେଷ ଆଇନଗତ ଲଢ଼େଇରେ ହାରିଛନ୍ତି ନୀରବ। ନୀରବଙ୍କ ପାଖରେ ଥିବା ସମସ୍ତ ଆଇନଗତ ବିକଳ୍ପ ଏବେ ଶେଷ ହୋଇଯାଇଛି। ଫଳରେ ବ୍ରିଟେନ ସରକାର ତାଙ୍କୁ ଯେକୌଣସି ସମୟରେ ଭାରତ ହସ୍ତାନ୍ତର କରିପାରନ୍ତି।
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହାଘୋଟାଲା ଓ ମନି ଲଣ୍ଡରିଂ ମାମଲାରେ ଫେରାର ହେବା ପରେ ନୀରବ ମୋଦୀ ୨୦୧୯ ରୁ ଲଣ୍ଡନର ଜେଲରେ ବନ୍ଦୀ ଅଛନ୍ତି। ବ୍ରିଟେନର ସମସ୍ତ କୋର୍ଟରୁ ଝଟକା ପାଇବା ପରେ, ସେ ଗତ ଏପ୍ରିଲ ୨୦୨୬ ରେ ଷ୍ଟ୍ରାସବର୍ଗସ୍ଥିତ ୟୁରୋପୀୟ ମାନବାଧିକାର ଅଦାଲତ (ECHR) ର ଦ୍ୱାରସ୍ଥ ହୋଇଥିଲେ। ଭାରତୀୟ ଜେଲର ସ୍ଥିତି ଏବଂ ମାନବିକ ଅଧିକାରକୁ ନେଇ ନୀରବ ଆପତ୍ତି ଉଠାଇଥିଲେ ମଧ୍ୟ ECHR ତାଙ୍କୁ କୌଣସି ଆଶ୍ୱସ୍ତି ଦେବାକୁ ମନା କରିଦେଇଛି। କୋର୍ଟ ଏହି ଆବେଦନକୁ ଖାରଜ କରିବା ପରେ ଏବେ ତାଙ୍କ ପ୍ରତ୍ୟାର୍ପଣରେ ଥିବା ସମସ୍ତ ଆଇନଗତ ବାଧା ଦୂର ହୋଇଛି।
ଭାରତ ଗଲେ ତାଙ୍କୁ ନିର୍ଯାତନା ଦିଆଯିବ ବୋଲି ନୀରବ ଯୁକ୍ତି ବାଢ଼ିଥିଲେ, କିନ୍ତୁ ଭାରତୀୟ ସିବିଆଇ ଅଧିକାରୀଙ୍କ ଦୃଢ଼ ପ୍ରମାଣ ଆଗରେ ତାଙ୍କର ସମସ୍ତ ଚାଲାକି ଫେଲ୍ ମାରିଥିଲା। ବ୍ରିଟେନ ହାଇକୋର୍ଟ ସ୍ପଷ୍ଟ କରିଥିଲେ ଯେ ଭାରତ ପକ୍ଷରୁ ଦିଆଯାଇଥିବା ଜେଲ୍ ସୁରକ୍ଷା ପ୍ରତିଶ୍ରୁତି ସମ୍ପୂର୍ଣ୍ଣ ସନ୍ତୋଷଜନକ ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।