Baitarani River Nears Danger Level: ବୈତରଣୀ ଜଳସ୍ତର ବଢ଼ୁଥିବାରୁ ଛୋଟ ବନ୍ୟା ଆଶଙ୍କା; ସୂଚନା ଦେଲେ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ

Jul 06, 2026 - 17:30
Baitarani River Nears Danger Level: ବୈତରଣୀ ଜଳସ୍ତର ବଢ଼ୁଥିବାରୁ ଛୋଟ ବନ୍ୟା ଆଶଙ୍କା; ସୂଚନା ଦେଲେ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ

ବୈତରଣୀ ଉପରମୁଣ୍ଡରେ ଅଧିକ ବର୍ଷା ଯୋଗୁ ତଳିଆ ଅଞ୍ଚଳରେ ଛୋଟ ବନ୍ୟା ଆଶଙ୍କା ରହିଛି। ଅପରାହ୍ନ ୪ ଟା ପରେ ବିପଦ ସଂକୁଳ ଅତିକ୍ରମ କରିବ। ବୈତରଣୀ ମଧ୍ୟ ଅଞ୍ଚଳରେ ଅଧିକ ବର୍ଷା ହୋଇଥିବା ବେଳେ ଯାଜପୁର ଜିଲ୍ଲାର ତଳିଆ ଅଞ୍ଚଳ ଅଧିକ ପ୍ରଭାବିତ ହୋଇପାରେ। ଆଗାମୀ ୨୪ ଘଣ୍ଟା ଭିତରେ ଯାଜପୁର, ଆଖୁଆପଦା ଓ ଭଦ୍ରକ ଅଞ୍ଚଳରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ହୋଇପାରେ। 

ବୈତରଣୀରେ ୭୩ ମିଲିମିଟର ବର୍ଷା ହୋଇଛି। ଜୁନ ମାସରେ ୪୭ ପ୍ରତିଶତ ବର୍ଷା କମ ଥିଲା। ଜୁଲାଇ ରେ ୨୭୧.୬ ମିଲିମିଟର ବର୍ଷା ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩୨୭.୩ ମିଲିମିଟର ବର୍ଷା ହେଲାଣି। ଗତ ୨୪ ଘଣ୍ଟାରେ ସର୍ବାଧିକ ସୁବର୍ଣ୍ଣପୁରରେ ଅଧିକ ବର୍ଷା ହୋଇଛି। 

ହୀରାକୁଦ ଡ୍ୟାମରେ ବଢିଛି ଜଳ ପ୍ରବାହ। କାଲି ସୁଦ୍ଧା ହୀରାକୁ଼ଦ ରେ ୨ ଲକ୍ଷ ଫୁଟ ହେବ। ଆସନ୍ତାକାଲି ଚିନ୍ତା କରାଯିବ ହୀରାକୁଦ ଡ୍ୟାମ ଗେଟ ଖୋଲା ଯିବ କି ନାହିଁ ବୋଲି କହିଛନ୍ତି ଜଳସମ୍ପଦ ସବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତ।

  • ବୈତରଣୀ ଜଳସ୍ତର ବଢ଼ୁଥିବାରୁ ଛୋଟ ବନ୍ୟା ଆଶଙ୍କା
  • ସୂଚନା ଦେଲେ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
  • ‘ଯାଜପୁର ଜିଲ୍ଲାର ତଳିଆ ଅଞ୍ଚଳ ପ୍ରଭାବିତ ହୋଇପାରେ’
  • ‘ଆଖୁଆପଦାରେ ଅପରାହ୍ନ ୪ଟା ସୁଦ୍ଧା ଜଳସ୍ତର ବିପଦ ସଂକେତ ଟପିପାରେ’
  • ‘ମହାନଦୀର ଉପର ମୁଣ୍ଡରେ ନୁହେଁ, ଓଡ଼ିଶାରେ ବେଶୀ ବର୍ଷା ହୋଇଛି’
  • ‘ଖଇରମାଳରୁ ବରଗଡ଼ ଭିତରେ ବେଶୀ ବର୍ଷା ହୋଇଛି’
  • ‘ଏବେ ସୁଦ୍ଧା ବଡ଼ ଧରଣର ବନ୍ୟା ହେବାର ସମ୍ଭାବନା ନାହିଁ’
  • ‘ଅଧିକାଂଶ ରିଜର୍ଭର ଖାଲି ରହିଛି, ସମସ୍ୟା ନାହିଁ’
  • ‘ହୀରାକୁଦ ଡ୍ୟାମ୍ ର ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ହୋଇନି’

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।