UAE: ୩ ବର୍ଷରେ ବିଦେଶରେ ୧,୯୦୦ରୁ ଅଧିକ ପ୍ରବାସୀ ଭାରତୀୟ ନିଜ ଜୀବନ ନେଇଛନ୍ତି

Jul 28, 2026 - 13:47
UAE: ୩ ବର୍ଷରେ ବିଦେଶରେ ୧,୯୦୦ରୁ ଅଧିକ ପ୍ରବାସୀ ଭାରତୀୟ ନିଜ ଜୀବନ ନେଇଛନ୍ତି

"ନୂଆଦିଲ୍ଲୀ: ସରକାର ସଂସଦରେ ସୂଚନା ଦେଇଛନ୍ତି ଯେ, ୨୦୨୩ ରୁ ୨୦୨୫ ଗତ ୩ ବର୍ଷ ମଧ୍ୟରେ ବିଦେଶରେ ରହୁଥିବା ୧,୯୦୦ ରୁ ଅଧିକ ଭାରତୀୟ ନାଗରିକ ନିଜ ଜୀବନ ନେଇଛନ୍ତି।

ସେଥି ମଧ୍ୟରେ ୭୦% ରୁ ଅଧିକ ମୃତ୍ୟୁ ଉପସାଗରୀୟ ଦେଶଗୁଡ଼ିକରେ ଘଟିଛି।Advertisment କଂଗ୍ରେସ ସାଂସଦ ସତପାଲ ବ୍ରହ୍ମଚାରୀ ଏବଂ ଜୟ ପ୍ରକାଶଙ୍କ ଦ୍ୱାରା ବିଦେଶରେ ଭାରତୀୟ ନାଗରିକଙ୍କ ମୃତ୍ୟୁ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ଲୋକସଭାରେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ, ଗଲ୍ଫ କର୍ପୋରେସନ କାଉନସିଲ (ଜିସିସି) ରାଷ୍ଟ୍ରଗୁଡ଼ିକରେ ୧,୩୪୦ ଜଣ ପ୍ରବାସୀ ଭାରତୀୟ ନିଜ ଜୀବନ ନେଇଛନ୍ତି।

ସେଥି ମଧ୍ୟରେ ସଂଯୁକ୍ତ ଆରବ ଏମିରେଟ୍ସରେ ସର୍ବାଧିକ ୫୧୧ ଜଣଙ୍କ ମୃତ୍ୟୁ ଘଟିଛି।

ସେହିପରି ସାଉଦି ଆରବରେ ୩୫୪, କୁଏତରେ ୧୬୨, ଓମାନରେ ୧୪୬, ବାହାରିନରେ ୧୦୧ ଏବଂ କତାର ଏହି ସଂଖ୍ୟା ୬୬ ରହିଛି।

ପ୍ରାୟ ୧ କୋଟି ଭାରତୀୟ ଗଲ୍ଫ ଦେଶରେ ବାସ କରନ୍ତି।

ପରିସଂଖ୍ୟାନ ଦର୍ଶାଉଛି ଯେ ବିଦେଶରେ ରହୁଥିବା ଭାରତୀୟଙ୍କ ମଧ୍ୟରେ ଆତ୍ମହତ୍ୟା ହାର ପୂର୍ବ ବର୍ଷ ତୁଳନାରେ ବୃଦ୍ଧି ପାଇଛି।

ସେହିପରି ଅଣ-ଗଲ୍ଫ ଦେଶ ମଧ୍ୟରେ ମାଲେସିଆରେ ଏଭଳି ମୃତ୍ୟୁ ସଂଖ୍ୟା ୧୩୧ ଏବଂ ଆମେରିକାରେ ୬୨ ରହିଛି।

ଅପରପକ୍ଷରେ ଏବଂ ଇଟାଲୀ, କାନାଡା ତଥା ୟୁକେରେ ୩୦ ଜଣ ଲେଖାଏଁ ଭାରତୀୟ ଏହି ସମୟ ମଧ୍ୟରେ ନିଜ ଜୀବନ ନେଇଛନ୍ତି।

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ୨୦୨୨ ମସିହାରେ ପ୍ରକାଶ ହୋଇଥିବା ତଥ୍ ଅନୁସାରେ ୨୦୧୪ ରୁ ୨୦୨୨ ମଧ୍ୟରେ ମୋଟ ୪,୦୦୫ ଏଭଳି ମାମଲା ରେକର୍ଡ କରାଯାଇଥିଲା।

ଭାରତୀୟଙ୍କ ମଧ୍ୟରେ ନିଜ ଜୀବନ ନେବା ହାର କାହିଁକି ବୃଦ୍ଧି ପାଉଛି ତାହାର କୌଣସି ସ୍ପଷ୍ଟ ଉତ୍ତର ମିଳିନାହିଁ।

ଛାତ୍ର ଆନ୍ଦୋଳନ ଉପରେ ପୁଲିସର ବଳପ୍ରୟୋଗ ନିନ୍ଦନୀୟ: ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାର ନିଜ ଜୀବନ ନେଇଥିବା ବ୍ୟତୀତ ଅନ୍ୟ କାରଣ ଯୋଗୁଁ ମୃତ୍ୟୁର ପରିସଂଖ୍ୟାନ ମଧ୍ୟ ପ୍ରକାଶ କରିଛନ୍ତି।

ସେଥିରେ ପ୍ରାକୃତିକ କାରଣ, କର୍ମକ୍ଷେତ୍ର ଦୁର୍ଘଟଣା ଏବଂ ଅପରାଧ ଆଦି ଅନ୍ତର୍ଭୁକ୍ତ ରହିଛି।

କାର୍ଯ୍ୟସ୍ଥଳ ଦୁର୍ଘଟଣା ଯୋଗୁଁ ସାଉଦି ଆରବରେ ସର୍ବାଧିକ ୧୮୨ ଜଣଙ୍କ ମୃତ୍ୟୁ ହୋଇଛି।

ୟୁଏଇରେ ମଧ୍ୟ ୧୨୮ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି।

କାନାଡାରେ ୪୦, ମାଳଦ୍ୱୀପରେ ୧୩ ଏବଂ ଆମେରିକାରେ ୪୬ ଜଣଙ୍କ ମୃତ୍ୟୁ ହୋଇଛି।

ସଂସଦରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ୨୦୨୩-୨୦୨୫ ସମୟ ମଧ୍ୟରେ ମୋଟ ଉପରେ ୩୯,୦୦୦ ରୁ ଅଧିକ ଭାରତୀୟ ନାଗରିକ ବିଦେଶରେ ମୃତ୍ୟୁବରଣ କରିଛନ୍ତି।

କେନ୍ଦ୍ର ସରକାର ଗୁରୁତ୍ୱାରୋପ କରିଛନ୍ତି ଯେ, "ପ୍ରବାସୀ ଭାରତୀୟ ବୀମା ଯୋଜନା" ବିଦେଶରେ ରହୁଥିବା ଭାରତୀୟଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏକ ବ୍ୟାପକ ପ୍ରୟାସ।

ସଂସଦକୁ ଅବଗତ କରାଯାଇଛି ଯେ, ଏହି ଯୋଜନା ଅନ୍ତର୍ଗତ ଦୁର୍ଘଟଣାଜନିତ ମୃତ୍ୟୁ କିମ୍ବା ଅକ୍ଷମତା କ୍ଷେତ୍ରରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା କଭରେଜ୍ ପ୍ରଦାନ କରାଯାଇଥାଏ।

ଏନେଇ ସରକାର ଦୁଇ ବର୍ଷ ପାଇଁ ୨୭୫ ଟଙ୍କା ଏବଂ ତିନି ବର୍ଷ ପାଇଁ ୩୭୫ ଟଙ୍କାର ପ୍ରିମିୟମ୍ ସ୍ଥିର କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।