Two Teachers Arrested in Ganja Trafficking Case: ଗଞ୍ଜେଇ ଚୋରାଚାଲାଣ କରି ୨ ଶିକ୍ଷକ ଗିରଫ, ବାନ୍ଧିଲା ଅବକାରୀ ବିଭାଗ

Jun 26, 2026 - 18:37
Two Teachers Arrested in Ganja Trafficking Case: ଗଞ୍ଜେଇ ଚୋରାଚାଲାଣ କରି ୨ ଶିକ୍ଷକ ଗିରଫ, ବାନ୍ଧିଲା ଅବକାରୀ ବିଭାଗ

ସାରଙ୍କୁ ଘାରିଛି ଗଞ୍ଜେଇ ନିଶା। ଗଞ୍ଜେଇ ଚାଲାଣ କରି ଗିରଫ ହେଲେ ଦୁଇ ଶିକ୍ଷକ। କଳାହାଣ୍ଡିରୁ ବଲାଙ୍ଗୀରକୁ ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲେ। ଜାତୀୟ ରାଜପଥ-୨୬ର ବରଗାଁ ଛକରେ ଟିଟିଲାଗଡ଼ ଓ ତୁଷୁରା ଅବକାରୀ ବିଭାଗ ଚଢ଼ାଉ କରି ଏକ କାରରୁ ୩୩ କେଜି ଗଞ୍ଜେଇ ଜବତ କରିଛି।

ଏହି ଘଟଣାରେ ୩ ଅଭିଯୁକ୍ତ କିଶୋର କୁମ୍ଭାର, ଜିତୁ ସାହୁ ଓ ସଞ୍ଜୟ ବାଗଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନଙ୍କ ମଧ୍ୟରୁ କିଶୋର କୁମ୍ଭାର ଓ ଜିତୁ ସାହୁ ଶିକ୍ଷକ ବୋଲି ଜଣାପଡ଼ିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ଗଞ୍ଜେଇ ଚୋରାଚାଲାଣ କରି ଶିକ୍ଷକ ଗିରଫ

ଗଞ୍ଜେଇ ଚାଲାଣ କରି ଗିରଫ ହେଲେ ଶିକ୍ଷକ
ଦୁଇ ଶିକ୍ଷକଙ୍କୁ ବାନ୍ଧିଲା ପୋଲିସ
୩୩ କେଜି ଗଞ୍ଜେଇ ଜବତ
କଳାହାଣ୍ଡିରୁ ବଲାଙ୍ଗୀରକୁ ଚାଲାଣ ହେଉଥିଲା ଗଞ୍ଜେଇ