Fake IAS Officer Caught by Police: ନକଲି IAS ବାବୁଙ୍କୁ ଧରିଲା ପୋଲିସ, ଦୋକାନରେ ପଶି ଧମକାଉଥିଲା

Jun 26, 2026 - 18:19
Fake IAS Officer Caught by Police: ନକଲି IAS ବାବୁଙ୍କୁ ଧରିଲା ପୋଲିସ, ଦୋକାନରେ ପଶି ଧମକାଉଥିଲା

ବଜାରରେ ବୁଲୁଛନ୍ତି ନକଲି IAS। ରୁବାବ୍ ଦେଖାଉଛନ୍ତି, ଲୋକଙ୍କୁ ଡରାଉଛନ୍ତି। ଏମିତି ଜଣେ ନକଲି ବାବୁଙ୍କୁ ଗିରଫ କରିଛି ଭୁବନେଶ୍ବର ସହିଦ ନଗର ଥାନା ପୋଲିସ୍। ନିଜକୁ IAS ଅଧିକାରୀ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଅଭିଯୋଗରେ ବିଶାଖାପାଟଣାର ବରଦା ସୁଧୀରଙ୍କୁ ଗିରଫ କରିଛି ପୋଲିସ୍।

ଭୁବନେଶ୍ୱରର ସବ୍ କଲେକ୍ଟର କହି ଲୋକଙ୍କ ଉପରେ ପ୍ରଭାବ ପକାଉଥିଲା। ଚଷମା ଦୋକାନରୁ ଚଷମା କିଣି ନିଜକୁ ବଡ଼ ଅଧିକାରୀ ବୋଲି ପରିଚୟ ଦେଉଥିଲା। ସନ୍ଦେହଜନକ କାର୍ଯ୍ୟକଳାପ ଓ ଲୋକଙ୍କୁ ଧମକ ଦେଉଥିବା ବେଳେ ଅଭିଯୁକ୍ତକୁ କାବୁ କରିଛି ସହିଦନଗର ପୋଲିସ।