Two Minors Killed by Lightning: କ୍ରିକେଟ ଖେଳ ବେଳେ ଅଘଟଣ; ଗଛ ତଳେ ଆଶ୍ରୟ ନେଇଥିବା ୨ ନାବାଳକଙ୍କ ବଜ୍ରାଘାତରେ ମୃତ୍ୟୁ

Jun 26, 2026 - 19:35
Two Minors Killed by Lightning:  କ୍ରିକେଟ ଖେଳ ବେଳେ ଅଘଟଣ; ଗଛ ତଳେ ଆଶ୍ରୟ ନେଇଥିବା ୨ ନାବାଳକଙ୍କ ବଜ୍ରାଘାତରେ ମୃତ୍ୟୁ

କ୍ରିକେଟ ଖେଳ ବେଳେ ଅଘଟଣ, ବଜ୍ରାଘାତରେ ଦୁଇ ନାବାଳକ ମୃତ। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ସଗଡା ଝାଙ୍କରପଡାରେ ଘଟିଛି ଏହି ଅଘଟଣ l ମୃତ ଦୁଇ ନାବାଳକଙ୍କ ମଧ୍ୟରୁ ଜଣେ ଝାଙ୍କରପଦା ଗାଁର ବିଶ୍ୱଜିତ ମିର୍ଦ୍ଧା ଏବଂ ଅନ୍ୟ ଜଣେ ଚଉଁରିଆପଦର ଗାଁର କିରନ କୁମ୍ଭାର ବୋଲି ଜଣାପଡିଛି l 

ଉଭୟେ ନାବାଳକ ଗାଁ ପଡିଆରେ ଅନ୍ୟ ବନ୍ଧୁମାନଙ୍କ ସହ କ୍ରିକେଟ ଖେଳୁଥିଲେ l ବର୍ଷା ଆସିଯିବାରୁ ଦୁଇ ଜଣ ଏକ ତେନ୍ତୁଳି ଗଛ ତଳେ ଆଶ୍ରୟ ନେଇଥିଲେ। ହେଲେ ହଠାତ ବହୁତ ବଜ୍ରପାତ ହେବା ଫଳରେ ଉଭୟେ ଟଳି ପଡ଼ିଥିଲେ l ତୁରନ୍ତ ଉଭୟଙ୍କୁ ସୋନପୁର ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ l 

  • ବଜ୍ରାଘାତରେ ୨ ନାବାଳକ ମୃତ
  • ଗଛ ତଳେ ଆଶ୍ରୟ ନେଇଥିବା ୨ ନାବାଳକଙ୍କ ବଜ୍ରାଘାତରେ ମୃତ୍ୟୁ
  • ବୌଦ୍ଧ ଜିଲ୍ଲା ମନମୁଣ୍ଡା ଝାଙ୍କରପଡ଼ା ଗାଁରେ ଅଘଟଣ
  • କ୍ରିକେଟ ଖେଳିବା ବେଳେ ବର୍ଷା ହେବାରୁ ଗଛ ତଳେ ଆଶ୍ରୟ ନେଇଥିଲେ
  • ମୃତ ୨ ନାବାଳକଙ୍କ ମଧ୍ୟରୁ ଜଣେ ମାମୁ ଘରକୁ ବୁଲିବାକୁ ଆସିଥିଲା