Two Leopard Skins Seized ଗଜପତିରେ ୨ଟି କଲରାପତରିଆ ବାଘଛାଲ ଜବତ, ୬ ଗିରଫ; ଆନ୍ତର୍ଜାତୀୟ ରାକେଟ୍ ଲିଙ୍କ୍ ନେଇ ତଦନ୍ତ

Oct 09, 2026 - 18:33
Two Leopard Skins Seized ଗଜପତିରେ ୨ଟି କଲରାପତରିଆ ବାଘଛାଲ ଜବତ, ୬ ଗିରଫ; ଆନ୍ତର୍ଜାତୀୟ ରାକେଟ୍ ଲିଙ୍କ୍ ନେଇ ତଦନ୍ତ

"ଗଜପତି (ସୁଜିତ ବିଷୋୟୀ): ଗଜପତି ଜିଲ୍ଲାରେ ଦୁଇ ପୃଥକ ସ୍ଥାନରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨ଟି କଲରାପତରିଆ ବାଘଛାଲ ଜବତ କରାଯାଇଛି।

ଏହି ଘଟଣାରେ ୬ଜଣଙ୍କୁ ଗିରଫ କରାଯାଇଛି।

ବାଘଛାଲ ବେପାର ନିମନ୍ତେ ବ୍ୟବହାର କରୁଥିବା ୩ଟି ବାଇକ୍‌ ଓ ୬ଟି ମୋବାଇଲ ମଧ୍ୟ ଜବତ କରାଯାଇଛି ।

Advertisment Leopard Skin: ବାଘଛାଲ ବିକି ପାରିଲେନି ଅଭିଯୁକ୍ତ; ସଂଘର୍ଷ କରି ୩ଜଣଙ୍କୁ ବାନ୍ଧିଲା ପୁଲିସଗତକାଲି (ଗୁରୁବାର) ଗୁଇନ୍ଦା ସୂତ୍ରରୁ ଖବର ପାଇ ବନ ବିଭଗ୍ର ସ୍ଵତନ୍ତ୍ର ଟିମ ପାରଳାଖେମୁଣ୍ଡି ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ଦେବଗିରି ବନାଞ୍ଚଳର ଟିମ୍‌ ଚଢ଼ଉ କରି ହାଡୁଭାଙ୍ଗି ଗ୍ରାମର ଗୋରିଲା ରବି (୪୦) ଓ ପାରିଡ଼ା ଗ୍ରାମର ପ୍ରଫୁଲ୍ଲ ଘାଣ୍ଟା (୪୨)ଙ୍କୁ ଧରିଥିଲା।

ସେମାନଙ୍କଠାରୁ ଗୋଟିଏ ବାଘଛାଲ ସହ ଗୋଟିଏ ବାଇକ୍‌ ଓ ଦୁଇଟି ମୋବାଇଲ ଜବତ କରିଥିଲା।

ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରାଯାଇଥିଲା।

ସେମାନଙ୍କ ଠାରୁ ମିଳିଥିବା ସୂଚନାନୁସାରେ,  ଆଜି (ଶୁକ୍ରବାର) ମୋହନା ବନାଞ୍ଚଳର ତୁଳସୀନଗର ନିକଟରେ ଚଢ଼ଉ କରାଯାଇ ଜଗା ମଲ୍ଲିକ (୩୬), ବିଜୟ ନନ୍ଦ ନାୟକ (୨୩), ତ୍ରିଲୋଚନ ପାତ୍ର (୩୫) ଓ ଦୀପକ କୁମାର ନାୟକ (୨୫)ଙ୍କୁ ଗିରଫକରାଯାଇଛି।।।

ସେମାନଙ୍କଠାରୁ ଆଉ ଗୋଟିଏ କଲରାପତରିଆ ବାଘଛାଲ, ଦୁଇଟି ବାଇକ୍‌ ଓ ଚାରିଟି ମୋବାଇଲ ଜବତ ହୋଇଛି।

Leopard Skin: ଖରିଆର ବନାଞ୍ଚଳରେ ଭିଜିଲାନ୍ସ ଚଢ଼ଉ: ଜବତ ହେଲା କଲରାପତରିଆ ବାଘଛାଲ, ଜଣେ ଗିରଫଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଏସ ନାଗରାଜୁ  କହିଛନ୍ତି, ଏନେଇ ଦୁଇଟି ପୃଥକ ମାମଲା ରୁଜୁ କରାଯାଇଛି।

ଅଭିଯୁକ୍ତଙ୍କୁ ଆଇନାନୁସାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ଗିରଫ ଅଭିଯୁକ୍ତମାନେ ଅନ୍ୟ କୌଣସି ମାମଲାରେ ସମ୍ପୃକ୍ତି ଅଛି କି ନାହିଁ,  ବାଘକୁ କେଉଁଠାରେ ଶିକାର କରାଯାଇଥିଲା, ବାଘ ଛାଲ କେଉଁଠାରୁ ଆଣିଥିଲେ , ଏଥିରେ ଅନ୍ତରାଷ୍ଟ୍ରୀୟ ରାକେଟର ସମ୍ପୃକ୍ତି ଅଛିକି ନାହିଁ ସେନେଇ ଖୋଳତାଡ଼ କରାଯାଉଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)