Two Cable Workers Die ବିଦ୍ୟୁତ୍‌ ଆଘାତରେ ଦୁଇ କେବୁଲ କର୍ମଚାରୀଙ୍କ ମୃତ୍ୟୁ

Oct 18, 2026 - 21:54
Two Cable Workers Die  ବିଦ୍ୟୁତ୍‌ ଆଘାତରେ ଦୁଇ କେବୁଲ କର୍ମଚାରୀଙ୍କ ମୃତ୍ୟୁ

"ପୁରୀ:  ପୁରୀ ସହର ବଳିଆପଣ୍ଡା ଥାନା ଅଞ୍ଚଳରେ ବିଦ୍ୟୁତ୍‌ ଆଘାତରେ ଦୁଇ ଜଣ କେବୁଲ୍‌ କର୍ମଚାରୀଙ୍କ ଅକାଳ ମୃତ୍ୟୁ ଘଟିଛି।

ମୃତ ଯୁବକମାନେ ହେଲେ ବାପି ପ୍ରଧାନ ଓ ସୁବ୍ରତ ସାହୁ।

ଉଭୟ ବଳିଆପଣ୍ଡା ଥାନା ଅଞ୍ଚଳର ସ୍ଥାୟୀ ବାସିନ୍ଦା ବୋଲି ଜଣାପଡିଛି।

Advertisment electrocution death ଗଣେଶ ପୂଜା ମଣ୍ଡପ ସାଜସଜ୍ଜା ବେଳେ ବିଦ୍ୟୁତାଘାତରେ ଯୁବକ ମୃତସୂଚନାରୁ ଜଣାଯାଇଛି, ଉଭୟ ବାପି ଓ ସୁବ୍ରତ ଏକ ଟିଭି କେବୁଲ ଅପରେଟର ସଂସ୍ଥାରେ କାମ କରୁଥିଲେ।

ଆଜି (ରବିବାର) ଅପରାହ୍‌ଣ ପ୍ରାୟ ୩ଟା ସମୟରେ ବଳିଆପଣ୍ଡା ଅଞ୍ଚଳରେ ଟିଭି କେବୁଲ ମରାମତି କାମ କରୁଥିଲେ ।

ବିଦ୍ୟୁତ ଖୁଣ୍ଟରେ ଚଢି କାମ କରୁଥିବା ବେଳେ ଅଚାନକ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ।

ବିଦ୍ୟୁତ୍‌ ଆଘାତରେ ଦୁହେଁ ଖୁଣ୍ଟ ଉପରୁ ତଳକୁ ଖସି ପଡ଼ିଥିଲେ।

ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।

ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ।

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦମ୍ପତିଙ୍କ ଜୀବନ: ଅନାଥ ହେଲା ୧୧ ବର୍ଷର ପୁଅଖବର ପାଇ ବଳିଆପଣ୍ଡା ଥାନା ପୁଲିସ ଘଟଣାସ୍ଥଳରେ ଓ ମେଡିକାଲରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ।

ବଳିଆପଣ୍ଡା ଅଞ୍ଚଳ ବାସିନ୍ଦା ମାନେ ଏହାକୁ ବିରୋଧ କରି ଶବ ବ୍ୟବଛେଦ ଗୃହ ନିକଟରେ ଧାରଣା ଦେଇଛନ୍ତି l"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)