Twenty20 World Cup: ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌: ଭାରତ ପାଇଁ ‘କର ବା ମର’ ସ୍ଥିତି

Jun 28, 2026 - 06:18
Twenty20 World Cup: ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌: ଭାରତ ପାଇଁ  ‘କର ବା ମର’ ସ୍ଥିତି

"ଲର୍ଡସ୍‌: ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ରବିବାର ଐତିହାସିକ ଲର୍ଡସ୍‌ ଷ୍ଟାଡିୟମ୍‌ରେ ଛ" ଥର ଚାମ୍ପିଅନ୍‌ ଅଷ୍ଟ୍ରେଲିଆକୁ ଭେଟିବ ଭାରତ।

ସେମିଫାଇନାଲ୍‌ରେ ପ୍ରବେଶ ନିମନ୍ତେ  ଭାରତ ପାଇଁ "କର ବା ମର" ସ୍ଥିତି ପାଲଟିଛି ଏହି ମ୍ୟାଚ୍‌।

ଏହି ମ୍ୟାଚ୍‌ ପୂର୍ବରୁ ଆଉ ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ମଧ୍ୟରେ ଲର୍ଡସ୍‌ରେ ଖେଳାଯିବ।

ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଏବେ ୬ ପଏଣ୍ଟ ଲେଖାଏଁ ପାଇଛନ୍ତି।

ଯଦି ଦକ୍ଷିଣ ଆଫ୍ରିକା ବାଂଲାଦେଶକୁ ହରାଏ, ତେବେ ଭାରତକୁ ନିଶ୍ଚିତଭାବେ ଅଷ୍ଟ୍ରେଲିଆକୁ ଜିତିବାକୁ ହେବ।

ତେବେ ଆଶ୍ବସ୍ତିର କଥା ହେଉଛି ଏପର୍ଯ୍ୟନ୍ତ ଭାରତର ନେଟ୍‌ ରନ୍‌ରେଟ୍‌ (+୨.୨୬୮) ଦକ୍ଷିଣ ଆଫ୍ରିକା (+ ୦.୭୩୪) ତୁଳନାରେ ଉନ୍ନତ ରହିଛି।

କିନ୍ତୁ ୮ ପଏଣ୍ଟ ସହ ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ଅପରାଜିତ ଥିବାରୁ ହରମନପ୍ରୀତ କୌରଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ପାଇଁ ଏହି ମ୍ୟାଚ୍‌ ଏକ ବଡ଼ ଆହ୍ବାନ ସାବ୍ୟସ୍ତ ହେବାକୁ ଯାଉଛି।

ସେମିଫାଇନାଲ୍‌ ଯିବା ପାଇଁ ଭାରତ ପାଖରେ ଆଉ ଏକ ରାସ୍ତା ମଧ୍ୟ ଅଛି।

ଯଦି ବାଂଲାଦେଶ ଏକ ବଡ଼ ଓଲଟପାଲଟ କରି ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ହରାଇଦିଏ ତେବେ ନେଟ୍‌ ରନ୍‌ରେଟ୍‌ ଭିତ୍ତିରେ ଭାରତ ସେମିକୁ ଯିବ।

ଚଳିତ ବିଶ୍ବକପ୍‌ରେ ଭାରତ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି ଫିଲଡିଂ।

ବିଗତ ଦୁଇ ମ୍ୟାଚ୍‌ରେ ଭାରତୀୟ ଦଳ ମୋଟ ୬ କ୍ୟାଚ୍‌ ହାତଛଡ଼ା କରିଛି।

ପୁଣି ଏପର୍ଯ୍ୟନ୍ତ ଭାରତର ମଧ୍ୟକ୍ରମ ବି ନିରାଶ କରିଛି।

ବିଶେଷକରି ହରମନପ୍ରୀତ୍‌ ଓ ଜେମିମା ରଡ୍ରିଗ୍ସଙ୍କ ଫର୍ମ ଆଶାନୁରୂପ ନାହିଁ।

ଏଣୁ ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ପ୍ରଦର୍ଶନ କରିବାକୁ ହେଲେ ଭାରତକୁ ଏଥିରେ ସୁଧାର ଆଣିବାକୁ ହେବ।Advertisment Bharat Taxi ସହ ଯୋଡ଼ିଛନ୍ତି ୭ ଲକ୍ଷରୁ ଅଧିକ ସାରଥୀ ଭାରତୀୟ ଦଳ: ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମନ୍ଧାନା, ୟାସ୍ତିକା ଭାଟିଆ, ରିଚା ଘୋଷ, ଜେମିମା ରଡ୍ରିଗ୍ସ, ଭାରତୀ ଫୁଲମାଲି, ଶେଫାଳି ବର୍ମା, ଦୀପ୍ତି ଶର୍ମା, କ୍ରାନ୍ତି ଗୌଡ଼, ରେଣୁକା ସିଂ ଠାକୁର, ପ୍ରେମା ରାୱତ, ଅରୁନ୍ଧତୀ ରେଡ୍ଡୀ, ନନ୍ଦିନୀ ଶର୍ମା, ଶ୍ରୀ ଚରଣୀ, ରାଧା ଯାଦବ।

ଅଷ୍ଟ୍ରେଲିଆ ଦଳ: ସୋଫି ମୋଲିନ୍ୟୁ (ଅଧିନାୟିକା), ଫୋବି ଲିଚଫିଲ୍ଡ, ବେଥ୍‌ ମୁନି (ୱିକେଟକିପର), ଜର୍ଜିଆ ଭୋଲ୍, ଟାଲିଆ ମ୍ୟାକଗ୍ରା, ଆସ୍‌ଲେ ଗାର୍ଡନର, କିମ୍ ଗାର୍ଥ, ଲୁସି ହାମିଲଟନ, ଗ୍ରେସ ହ୍ୟାରିସ, ଆଲାନା କିଙ୍ଗ, ଏଲିସ ପେରି, ଆନାବେଲ ସଦରଲ୍ୟାଣ୍ଡ, ନିକୋଲା କେରି, ମେଗାନ୍ ଶଟ୍, ଜର୍ଜିଆ ୱେରହାମ୍।

Bharat Taxi ସହ ଯୋଡ଼ିଛନ୍ତି ୭ ଲକ୍ଷରୁ ଅଧିକ ସାରଥୀ"