Turmeric Revolution: ସ୍ବାଭିମାନ ଅଞ୍ଚଳରେ ହଳଦୀ ବିପ୍ଳବ: ଶହେ ଟନ୍‌ରୁ ୬ହଜାର ଟନ୍‌କୁ ବଢ଼ିଲା, ବାର୍ଷିକ ୨୦ କୋଟିର ବ୍ୟବସାୟ

Oct 16, 2026 - 11:15
Turmeric Revolution: ସ୍ବାଭିମାନ ଅଞ୍ଚଳରେ ହଳଦୀ ବିପ୍ଳବ: ଶହେ ଟନ୍‌ରୁ ୬ହଜାର ଟନ୍‌କୁ ବଢ଼ିଲା, ବାର୍ଷିକ ୨୦ କୋଟିର ବ୍ୟବସାୟ

"ମାଲକାନଗିରି: ସ୍ବାଭିମାନ ଅଞ୍ଚଳ ସମୃଦ୍ଧି ପଥରେ ଅଗ୍ରସର ହେଉଛି।

ଅଞ୍ଚଳବାସୀ ଆତ୍ମନିର୍ଭରଶୀଳ ହେବା ସହ ସଫଳତାର ନୂଆ ଅଧ୍ୟାୟ ଲେଖୁଛନ୍ତି।

ହଳଦୀ ଚାଷ କ୍ଷେତ୍ରରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି।

କିଛି ବର୍ଷ ତଳେ ସ୍ବାଭିମାନ ଅଞ୍ଚଳରୁ ମାତ୍ର ୧୦୦ଟନ୍‌ ହଳଦୀ ଉତ୍ପାଦନ ହେଉଥିଲା।

କ୍ରମାଗତ ଭାବେ ଗଞ୍ଜେଇ ଚାଷ କମିବା ଫଳରେ ହଳଦୀ ଚାଷ ବୃଦ୍ଧି ପାଇଛି।

ସରକାରୀ ରେକର୍ଡ ଅନୁସାରେ ଏବେ ବାର୍ଷିକ ପ୍ରାୟ ୬୦୦୦ ମେଟ୍ରିକ୍‌ ଟନ୍‌ ହଳଦୀ ଉତ୍ପାଦନ ହେଉଛି, ଯାହାର ଆନୁମାନିକ ବଜାର ମୂଲ୍ୟ ୨୦କୋଟି ଟଙ୍କା ହେବ।ଏକଦା ବିଚ୍ଛିନ୍ନାଞ୍ଚଳ ଭାବେ ପରିଚିତ ଏହି ଅଞ୍ଚଳର ଘଞ୍ଚ ଜଙ୍ଗଲରେ ନକ୍ସଲ ରାଜ୍‌ ଚାଲିଥିଲା।

ନକ୍ସଲଙ୍କ ପ୍ରୋତ୍ସାହନରେ ବ୍ୟାପକ ଗଞ୍ଜେଇ ଚାଷ ହେଉଥିଲା।

ପୁଲିସ, ବନ ବିଭାଗର ବାରମ୍ବାର ଚଢ଼ଉ ସତ୍ତ୍ବେ ଗଞ୍ଜେଇ ଚାଷ ବନ୍ଦ ହେଉନଥିଲା।

ତେବେ ଗୁରୁପ୍ରିୟା ସେତୁ ବିଚ୍ଛିନ୍ନାଞ୍ଚଳକୁ ମୁଖ୍ୟସ୍ରୋତରେ ଯୋଡ଼ିବା ପରେ ଲାଲ୍‌ ବାହିନୀ ସତ୍ତା ହରାଇଛି।Advertisment Supreme Court : ଏସ୍‌ଆଇଆର୍‌ ବିରୋଧରେ ରାହୁଲଙ୍କ ଆବେଦନ: ନିର୍ବାଚନ କମିସନ ଓ ୩ ଆୟୁକ୍ତଙ୍କୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍‌ ଶହେ ଟନ୍‌ରୁ ୬ହଜାର ଟନ୍‌କୁ ବଢ଼ିଲାବାର୍ଷିକ ୨୦ କୋଟିର ବ୍ୟବସାୟଗଞ୍ଜେଇ ଚାଷରୁ ମୁହଁ ମୋଡ଼ୁଛନ୍ତି ପୁଲିସ, ପ୍ରଶାସନର ସଚେତନତା ଯୋଗୁଁ ଗଞ୍ଜେଇ ଛାଡ଼ି ହଳଦୀ ଚାଷକୁ ଗୁରୁତ୍ବ ଦେବାପରେ ଅଞ୍ଚଳବାସୀଙ୍କ ସାମାଜିକ ଏବଂ ଆର୍ଥିକ ସ୍ଥିତିରେ ବୈପ୍ଳବିକ ପରିବର୍ତ୍ତନ ଆସିଛି।

ପ୍ରଶାସନ ପକ୍ଷରୁ ହଳଦୀ ଚାଷ ସହିତ ଏହାର ପ୍ରକ୍ରିୟାକରଣ ଓ ବିପଣନ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି।

ମିସନ ଶକ୍ତି ମାଧ୍ୟମରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଛୋଟ ଛୋଟ ମିଲ୍ ଦିଆଯାଇଛି।

ଆଇଟିଡିଏ ପ୍ରସ୍ତାବିତ ୬ଟି ହଳଦୀ ପ୍ରକ୍ରିୟାକରଣ ୟୁନିଟ୍‌ରୁ ଦୁଇଟି ୟୁନିଟ୍ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଅନ୍ୟଗୁଡ଼ିକ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ପ୍ରୋଜେକ୍ଟ ମ୍ୟାନେଜର ବିଶ୍ୱନାଥ ମିଶ୍ର ସୂଚନା ଦେଇଛନ୍ତି।

ପ୍ରତ୍ୟେକ ୟୁନିଟ୍‌ରୁ ବାର୍ଷିକ ପ୍ରାୟ ୫୦ଲକ୍ଷ ଟଙ୍କାର ଆୟ ବ୍ୟବସ୍ଥା ହୋଇଛି।

ଚିତ୍ରକୋଣ୍ଡା ବ୍ଲକର ମା" ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଜୈବିକ ହଳଦୀ ଗୁଣ୍ଡ ପ୍ରସ୍ତୁତ କରୁଛନ୍ତି।

ଆକର୍ଷଣୀୟ ପ୍ୟାକେଜିଂ ସହ ଏହାକୁ ବଜାରକୁ ଆଣି ସ୍ୱାଭିମାନ ଅଞ୍ଚଳରେ ଥିବା ବିଭିନ୍ନ ବିଏସ୍‌ଏଫ୍‌ କ୍ୟାମ୍ପକୁ ଯୋଗାଇବା ସହ ଆନ୍ଧ୍ର ଏବଂ ଅନ୍ୟ ପଡ଼ୋଶୀ ଜିଲ୍ଲାକୁ ମଧ୍ୟ ପଠାଉଛନ୍ତି।

ଜିଲ୍ଲାର ଆଶ୍ରମ ବିଦ୍ୟାଳୟ ତଥା ଅନ୍ୟାନ୍ୟ ସରକାରୀ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ସ୍ଥାନୀୟ ହଳଦୀ ବ୍ୟବହାର ଲକ୍ଷ୍ୟ ରହିଛି।

ବଡ଼କଥା ହେଲା ବଡ଼ପଡ଼ା, ଜାନବାଇ, ରାଲେଗଡ଼ା, ପଣସପୁଟ, ଯନ୍ତ୍ରୀ ଆଦି ଗାଁର ଲୋକ ଗଞ୍ଜେଇ ଚାଷରୁ ମୁହଁ ଫେରାଇ ହଳଦୀ ଓ ଅନ୍ୟାନ୍ୟ ଚାଷ କରୁଛନ୍ତି।

ଜଳସେଚନ ସୁବିଧା ହେଲେ ଚାଷୀଙ୍କ ଆୟ ଆହୁରି ବୃଦ୍ଧି ପାଇବ ବୋଲି ମତ ପ୍ରକାଶ ପାଇଛି।

Gyanesh Kumar: ନିଜ ନାଗରିକଙ୍କ ବିରୋଧରେ ମୋଦୀ, ଶାହ ଯୁଦ୍ଧ ଆରମ୍ଭ କରିଛନ୍ତି:ଅଭିଜିତ୍‌ ଦୀପକେ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)