Trump Warning Iran: ‘ଏବେ ଆମର ପାଳି’: ଟ୍ରମ୍ପଙ୍କ ଧମକ ପରେ ଜୋର୍ଡାନ ଆକ୍ରମଣର ପ୍ରତିଶୋଧ ନେଲା ଆମେରିକା
"ୱାସିଂଟନ/ତେହେରାନ: ମଧ୍ୟପ୍ରାଚ୍ୟ ପୁଣି ଆଶାନ୍ତ ହୋଇାଇଉଠିଛି।
ଭାରତୀୟ ସମୟ ଗୁରୁବାର ଭୋର୍ ସାଢ଼େ ୫ଟାରେ ଆମେରିକା ସେନା ଇରାନ ଉପରେ ବିମାନ ଆକ୍ରମଣ କରିଛି।
ଜୋର୍ଡାନରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ଗୋଟିଏ ଦିନ ପରେ ଏହି ଆକ୍ରମଣ କରାଯାଇଛି।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହିତ ବୈଠକ କରିବାର କିଛି ଘଣ୍ଟା ପରେ ଏଭଳି ହୋଇଛି।
ଜୋର୍ଡାନରେ ଆକ୍ରମଣ ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ବଡ଼ଧରଣର ଆକ୍ରମଣ ହେବ ବୋଲି ଚେତାବନୀ ଦେଇଥିଲେ।
ଆମେରିକାର କେନ୍ଦ୍ରୀୟ କମାଣ୍ଡ ସେଣ୍ଟକମ୍ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ କହିଛି, ଇରାନ ଉପରେ ଆକ୍ରମଣ ବୁଧବାର ସ୍ଥାନୀୟ ସମୟ ରାତି ୮ଟାରେ ଆରମ୍ଭ କରାଯାଇଥିଲା।Advertisment ଭଗ୍ନାବଶେଷ ତଳେ ଦୁଇ ଜଣ ଇରାନର ସରକାରୀ ଗଣମାଧ୍ୟମ ପ୍ରେସ୍ ଟିଭି ରିପୋର୍ଟ କରିଛି ଯେ ଆମେରିକା ଆକ୍ରମଣ ପରେ ଦେଶର ଦକ୍ଷିଣ ଅଞ୍ଚଳରେ ବିସ୍ଫୋରଣ ଶୁଣାଯାଇଛି।
ରାଷ୍ଟ୍ରାୟତ୍ତ ପ୍ରସାରକ ଆଇଆରଆଇବି କହିଛି, ବନ୍ଦର ଆବାସ ଏବଂ ଆବୁ ମୁସା, କିଶ୍ ଏବଂ କ୍ୱେଶମ୍ ଦ୍ୱୀପରେ ମଧ୍ୟ ବିସ୍ଫୋରଣ ଘଟିଛି।
ହର୍ମୁଜ୍ ଅଞ୍ଚଳରେ ଅବସ୍ଥିତ କ୍ୱେଶମ୍ ଦ୍ୱୀପରେ ତିନୋଟି ବିସ୍ଫୋରଣ ଶୁଣାଯାଇଛି।
ଦ୍ବୀପର ଏକ ଆବାସିକ କୋଠା ଉପରେ ଆକ୍ରମଣ ପରେ ଦୁଇ ଜଣ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିଲେ।
ବୁଧବାର ଦିନ ଓଭାଲ ଅଫିସରେ ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଥିଲେ ଯେ,ଏବେ ଆମର ପାଳି।
ଆମେ ସେମାନଙ୍କ ଉପରେ ବଡ଼ ଧରଣର ଆକ୍ରମଣ କରିବୁ।
ମଙ୍ଗଳବାର ଦିନ ଜୋର୍ଡାନରେ ଏକ ଆମେରିକୀୟ ସାମରିକ ଘାଟି ଉପରେ ଆକ୍ରମଣ ପରେ ଟ୍ରମ୍ପଙ୍କ ଏହି ବିବୃତି ଆସିଥିଲା।
Neymar Retirement: ଫୁଟବଲ ଦୁନିଆକୁ ଝଟକା, ଆନ୍ତର୍ଜାତୀୟ ଫୁଟବଲରୁ ଅବସର ନେଲେ ନେମାର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।