Aadhaar biometric: ଆଧାର ବାୟୋମେଟ୍ରିକ୍‌ ଲକ୍‌ କାହିଁକି ଜରୁରି?

Jul 30, 2026 - 08:45
Aadhaar biometric: ଆଧାର ବାୟୋମେଟ୍ରିକ୍‌ ଲକ୍‌ କାହିଁକି ଜରୁରି?

"ଆଗ ଅପେକ୍ଷା ଏବେ ଅଧିକ ଆଧାରଧାରୀ ସେମାନଙ୍କର ବାୟୋମେଟ୍ରିକ୍‌ ଡେଟା ଲକ୍‌ଡାଉନ୍‌ ବା ବନ୍ଦ କରି ରଖୁଛନ୍ତି।

କିଛିଦିନ ତଳେ ଇଲେକ୍ଟ୍ରୋନିକ୍‌ସ ଆଣ୍ଡ୍‌ ଇନ୍‌ଫର୍ମେସନ୍‌ ଟେକ୍ନୋଲୋଜି ମନ୍ତ୍ରାଳୟ ଦର୍ଶାଇଛି ଯେ ଆଧାର ଆପ୍‌ ଡାଉନ୍‌ଲୋଡ୍‌ ପରିମାଣ ଚାରିକୋଟି ଅତିକ୍ରମ କରିଗଲାଣି।

ପୁନଶ୍ଚ ଏଥିରେ ଥିବା ବାୟୋମେଟ୍ରିକ୍‌ ଲକ୍‌ ଏବଂ ଅନ୍‌ଲକ୍‌ ବୈଶିଷ୍ଟ୍ୟ ଏଯାବତ୍‌ ୧.୯୧ କୋଟି ଥର ବ୍ୟବହୃତ ହୋଇସାରିଛି।Advertisment Oil: ଇ୨୦ ପାଇଁ ବିଏସ୍‌-୩ ଗାଡ଼ିର ରବର୍‌ ପାର୍ଟସ୍‌ ବଦଳାଇବାକୁ ପଡ଼ିପାରେ: ଗଡ଼କରୀ ବାୟୋମେଟ୍ରିକ୍‌ ଲକ୍‌ ହେଉଛି ଗୋଟାଏ ନିରାପତ୍ତା ବୈଶିଷ୍ଟ୍ୟ।

ଏହା ଦ୍ବାରା ଆଧାରଧାରୀମାନେ ଆଧାର ନମ୍ବରରେ ସଂଯୁକ୍ତ ଥିବା ସେମାନଙ୍କ ଟିପଚିହ୍ନ, କଳାଡୋଳା ଓ ମୁଖମଣ୍ଡଳୀୟ ବାସ୍ତବତା ବା ବୈଶିଷ୍ଟ୍ୟ ଲକ୍‌ ବା ବନ୍ଦ କରି ରଖୁଛନ୍ତି।

କିନ୍ତୁ, ବାୟୋମେଟ୍ରିକ୍‌ ଲକ୍‌ କରାଯିବ ବା କାହିଁକି?

ଏହାର ପ୍ରଧାନ କାରଣ ଗୋପନୀୟତା ହୋଇପାରେ।

ବାୟୋମେଟ୍ରିକ୍‌ ଲକ୍‌ ହୋଇଗଲେ ଏବଂ ପୁନଶ୍ଚ ତାହାକୁ ଅନ୍‌ଲକ୍‌ ନ କଲା ପର୍ଯ୍ୟନ୍ତ ତାହା ଆଉ ଆଧାର ଅ‌େଥଣ୍ଟିକେସନ୍‌  ସମ୍ପୂର୍ଣ୍ଣ କରାଯିବାରେ ଉପଯୋଗ କରାଯାଇ ପାରିବ ନାହିଁ।

ସାଧାରଣ ଭାଷାରେ କହିଲେ- ଆଧାର ଅନ୍‌ଲକ୍‌ ଥିଲେ ଯେକୌଣସି ବ୍ୟକ୍ତିବିଶେଷ ଅଥବା ସଙ୍ଗଠନ ଯେକୌଣସି ଆଧାରଧାରୀଙ୍କ ଟିପଚିହ୍ନ, କଳାଡୋଳା କିଂବା ମୁଖମଣ୍ଡଳୀୟ ବାସ୍ତବତା ଉପଯୋଗ କରିପାରନ୍ତି।

କିନ୍ତୁ, ଆଧାର ଆପ୍‌ ଦ୍ବାରା ଲକ୍‌ କରିଦେଲେ ଅନ୍ୟ କେହି ତାହାର ଅପବ୍ୟବହାର କରିପାରିବେ ନାହିଁ।

ଉଲ୍ଲେଖଯୋଗ୍ୟ, ଯେଉଁମାନଙ୍କର ମୋବାଇଲ୍‌ ନମ୍ବର ସେମାନଙ୍କ ଆଧାର ସହିତ ପଞ୍ଜୀକୃତ କରାଯାଇଛି କେବଳ ସେହି ଆଧାରଧାରୀମାନଙ୍କୁ ଏହି ବୈଶିଷ୍ଟ୍ୟ ମିଳିବ।

ବାୟୋମେଟ୍ରିକ୍‌ ଲକ୍‌ ଥିବା ସମୟରେ ଯଦି କେହି କାହା ଆଧାର ନମ୍ବର ବ୍ୟବହାର କରି ବାୟୋମେଟ୍ରିକ୍‌ ଅଥେଣ୍ଟିକେସନ୍‌ ପାଇବାକୁ ଉଦ୍ୟମ କରେ- ତାଙ୍କ ରିକ୍ବେଷ୍ଟ୍‌ ଫେଲ୍‌ ହୋଇ ଏରର୍‌ କୋଡ୍‌ ୩୩୦କୁ ଫେରିଯାଏ।

ବାୟୋମେଟ୍ରିକ୍‌ ଲକ୍‌ ଅଛି ବୋଲି ଏଥିରୁ ଅପବ୍ୟବହାରକାରୀଙ୍କୁ ସୂଚନା ମିଳିଯାଏ।ପ୍ରତ୍ୟକ୍ଷ ଭାବେ ଆଧାର ଆପ୍‌ ମାଧ୍ୟମରେ ବାୟୋମେଟ୍ରିକ୍‌ ଲକ୍‌ ଏବଂ ଅନ୍‌ଲକ୍‌ କରିବାର ଦୁଇଟି ଉପାୟ ରହିଛି।

ପ୍ରଥମ ଉପାୟଟି ଖୁବ୍‌ ସରଳ।

ଆଧାର ଆପ୍‌ ଖୋଲି ୬ ଅଙ୍କବିଶିଷ୍ଟ ପିନ୍‌ ଦ୍ବାରା ଲଗ୍‌ ଇନ୍‌ କରନ୍ତୁ।

ତା"ପରେ ହୋମ୍‌ ସ୍କ୍ରିନ୍‌ରେ ଠିକ୍‌ ଆପଣଙ୍କ ଆଧାର କାର୍ଡ ତଳେ ପ୍ରଦର୍ଶିତ "ବାୟୋମେଟ୍ରିକ୍‌ ଲକ୍‌/ଅନ୍‌ଲକ୍‌" ଅପ୍‌ସନ୍‌ ଉପରେ ଟ୍ୟାପ୍‌ କରିବା ପରେ ବାୟୋମେଟ୍ରିକ୍‌ ଲକ୍‌ କରିବାକୁ ଚାହାନ୍ତି ବୋଲି କନ୍‌ଫର୍ମ କରନ୍ତୁ।

ପରେ ତାହାକୁ ଅନ୍‌ଲକ୍‌ କରିବାକୁ ପଡ଼ିଲେ ପୁନଶ୍ଚ ଉପରୋକ୍ତ ଅପ୍‌ସନ୍‌ରେ ଟ୍ୟାପ୍‌ ଓ କନ୍‌ଫର୍ମ କରନ୍ତୁ।

Oil: ଇ୨୦ ପାଇଁ ବିଏସ୍‌-୩ ଗାଡ଼ିର ରବର୍‌ ପାର୍ଟସ୍‌ ବଦଳାଇବାକୁ ପଡ଼ିପାରେ: ଗଡ଼କରୀ ଦ୍ବିତୀୟ ଉପାୟଟି ହେଉଛି ଉକ୍ତ ଆପ୍‌ରେ ଥିବା ସିକ୍ୟୁରିଟି ସେକ୍‌ସନ୍‌ ମାଧ୍ୟମରେ ଉପରୋକ୍ତ ବୈଶିଷ୍ଟ୍ୟ ପାଇପାରିବେ।

ସେଥିପାଇଁ ଆଧାର ଆପ୍‌ ଖୋଲି ସାଇନ୍‌ ଇନ୍‌ କରନ୍ତୁ।

ତା"ପରେ ହୋମ୍‌ ସ୍କ୍ରିନ୍‌ରେ ଥିବା ସିକ୍ୟୁରିଟି ଟାବ୍‌ରେ ଟ୍ୟାପ୍‌ କରନ୍ତୁ।

ଏଥର ବାୟୋମେଟ୍ରିକ୍‌ ଲକ୍‌/ଅନ୍‌ଲକ୍‌ ଚୟନ କରନ୍ତୁ ଏବଂ ବାୟୋମେଟ୍ରିକ୍‌ସ୍‌ ଲକ୍‌ କରିବା ନିମନ୍ତେ କନ୍‌ଫର୍ମ କରନ୍ତୁ।

ପରବର୍ତ୍ତୀ ସମୟରେ କୌଣସି କାର୍ଯ୍ୟ ନିମନ୍ତେ ବାୟୋମେଟ୍ରିକ୍‌ ଅଥେଣ୍ଟିକେସନ୍‌ ଆବଶ୍ୟକ ହେଲେ ପୁନଶ୍ଚ ଉପରୋକ୍ତ ଅପ୍‌ସନ୍‌କୁ ଯାଇ ଅନ୍‌ଲକ୍‌ କରନ୍ତୁ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।