Trump threate: ଇରାନ ବିରୋଧରେ ଅଭୂତପୂର୍ବ କଟକଣା ଲଗାଇବୁ: ଟ୍ରମ୍ପ
"ନ୍ୟୁୟର୍କ: ଇରାନ ସହ ଚାଲିଥିବା ଯୁଦ୍ଧ ପ୍ରାୟ ୬ ମାସରେ ପହଞ୍ଚିଥିବା ଏବଂ ପ୍ରମୁଖ ଅସ୍ତ୍ରଶସ୍ତ୍ରର ମହଜୁଦ ହ୍ରାସ ପାଉଥିବା ସମୟରେ ଆମେରିକାର ଟ୍ରମ୍ପ ପ୍ରଶାସନ ତେହେରାନ ବିରୋଧରେ ଏକ ବଡ଼ ଧରଣର ଆର୍ଥିକ ଅଭିଯାନ ଆରମ୍ଭ କରିବାକୁ ଯାଉଛି।
ପୂର୍ବରୁ ଆମେରିକାର କଠୋର ପ୍ରତିବନ୍ଧକଗୁଡ଼ିକୁ ସଫଳତାର ସହ ସାମ୍ନା କରିଆସିଥିବା ଇରାନ ବିରୋଧରେ ଚଳିତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ "ଅର୍ଥନୈତିକ ଡି-ଡେ" ଅର୍ଥାତ ଅଭୂତପୂର୍ବ ଆର୍ଥିକ କଟକଣା ଏବଂ ବାସନ୍ଦ ନୀତି ଆପଣାଇବାକୁ ଘୋଷଣା କରିଛନ୍ତି।
Advertisment ଇରାନର ନେତୃତ୍ୱକୁ ନିଜର ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରିବା ଏବଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ ପ୍ରଣାଳୀକୁ ତୈଳ ଓ ପ୍ରାକୃତିକ ଗ୍ୟାସ ଟ୍ୟାଙ୍କରଗୁଡ଼ିକ ପାଇଁ ସମ୍ପୂର୍ଣ୍ଣ ଭାବେ ଖୋଲିବାକୁ ବାଧ୍ୟ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଅଟେ।
ଆଗାମୀ ଗୁରୁତ୍ୱପୂର୍ଣ୍ଣ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ଏକ ଅନାବଶ୍ୟକ ଯୁଦ୍ଧର ସାମ୍ନା କରୁଥିବା ରାଷ୍ଟ୍ରପତି ଟ୍ରମ୍ପ ବିଶ୍ୱର ସବୁଠାରୁ ଅଧିକ ଆର୍ଥିକ କଟକଣା ଭୋଗୁଥିବା ଇରାନକୁ ଆଣ୍ଠେଇବା ପାଇଁ ଏହି ପ୍ରତିବନ୍ଧକ ପ୍ରକ୍ରିୟା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି।
ତେବେ ଆମେରିକାର ଅର୍ଥ ସଚିବ ସ୍କଟ୍ ବେସେଣ୍ଟ ଗୁରୁବାର ସିଏନବିସିକୁ ଦେଇଥିବା ଏକ ସାକ୍ଷାତକାରରେ ଆଗାମୀ ରଣନୀତିର ଏକ ଝଲକ ପ୍ରଦାନ କରିଛନ୍ତି।
ସେ ଚେତାବନୀ ଦେଇ କହିଛନ୍ତି ଯେ, ଯେଉଁ ସବୁ ଦେଶ କିମ୍ବା କମ୍ପାନିଗୁଡ଼ିକ ଇରାନ ସହ ବ୍ୟବସାୟିକ କାରବାର ଜାରି ରଖିବେ, ସେମାନଙ୍କ ଉପରେ ଆମେରିକା ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ କଠୋର ପ୍ରତିବନ୍ଧକ ଲଗାଯିବ।
Trump Statement: ପାକିସ୍ତାନ ଦ୍ବାରା ଇରାନକୁ ୪୦୦ ରକେଟ୍ ଲଞ୍ଚର ପଠାଇଥିଲା ଚୀନ୍: ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର "ଅପରେସନ ଇକୋନୋମିକ ଫ୍ୟୁରି"ର ଏହି ପରବର୍ତ୍ତୀ ପର୍ଯ୍ୟାୟରେ କେଉଁମାନଙ୍କକୁ ଟାର୍ଗେଟ କରାଯିବ ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ଦିଆଯାଇ ନଥିଲେ ମଧ୍ୟ, ଭାରତ ଏବଂ ଚୀନ୍ ଭଳି ପ୍ରମୁଖ ଦେଶଗୁଡ଼ିକ ଇରାନୀ ତୈଳର ବଡ଼ କ୍ରେତା ଥିବାରୁ ବିଶ୍ବ ବଜାରରେ ହଇଚଇ ସୃଷ୍ଟି ହୋଇଛି।
ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଏସମାଇଲ୍ ବାଘେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, କୂଟନୀତି ଠାରୁ ଦୂରେଇ ଯାଇ ପ୍ରତିବନ୍ଧକ ଲଗାଇବାର ୱାସିଂଟନର ଏହି ପୁରୁଣା ଅଭ୍ୟାସ ସମ୍ପୂର୍ଣ୍ଣ ଭାବେ ନିରର୍ଥକ ପ୍ରମାଣିତ ହୋଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।


