Trump: ଟ୍ରମ୍ପଙ୍କ ଦୁଇ ପୁଅଙ୍କ କମ୍ପାନିର ପାକିସ୍ତାନ ସେନା ସହ ଡ୍ରୋନ୍ ଚୁକ୍ତି

Sep 17, 2026 - 21:53
Trump: ଟ୍ରମ୍ପଙ୍କ ଦୁଇ ପୁଅଙ୍କ କମ୍ପାନିର ପାକିସ୍ତାନ ସେନା ସହ ଡ୍ରୋନ୍ ଚୁକ୍ତି

"ଇସ୍‌ଲାମାବାଦ: ଆମେରିକାର ଡ୍ରୋନ୍ ନିର୍ମାତା କମ୍ପାନି ପାୱାରସ୍‌ ପାକିସ୍ତାନ ସେନା ସହ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରିଛି।

ଏହି ଚୁକ୍ତିରେ ଡ୍ରୋନ୍ ସମ୍ପର୍କିତ ପ୍ରାରମ୍ଭିକ ଅର୍ଡର ମଧ୍ୟ ରହିଛି।

କମ୍ପାନିର ସହ-ପ୍ରତିଷ୍ଠାତା ବ୍ରେଟ୍‌ ଭେଲିକୋଭିଚ୍‌ ବୁଧବାର ଇସ୍‌ଲାମାବାଦରେ ଏହି ସୂଚନା ଦେଇଛନ୍ତି।

ତେବେ କେତେ ଡ୍ରୋନ୍‌ ଦିଆଯିବ ଏବଂ ଚୁକ୍ତିର ମୂଲ୍ୟ କେତେ, ତାହା କୁହାଯାଇ ନାହିଁ।

ସୁରକ୍ଷା ଓ ଗୋପନୀୟତା କାରଣରୁ ଏ ସମ୍ପର୍କରେ ତଥ୍ୟ ଦିଆଯାଇପାରିବ ନାହିଁ ବୋଲି ଭେଲିକୋଭିଚ୍‌ କହିଛନ୍ତି।Advertisment ପାୱାରସ୍‌ ବାୟୁ ଓ ସମୁଦ୍ରରେ ବ୍ୟବହାର ହେଉଥିବା ଡ୍ରୋନ୍‌ ସହ ବିଭିନ୍ନ ମାନବବିହୀନ ବିମାନ ପ୍ରଣାଳୀ ତିଆରି କରେ।

ଭେଲିକୋଭିଚ୍‌ଙ୍କ କହିବା ଅନୁସାରେ, ପାକିସ୍ତାନ ସହ ହୋଇଥିବା ଚୁକ୍ତି ମାନବବିହୀନ ବିମାନ ପ୍ରଣାଳୀ ବର୍ଗରେ ରହିଛି।

ପାକିସ୍ତାନ ସେନା ପକ୍ଷରୁ ମଧ୍ୟ ବୁଧବାର ପାୱାରସ୍‌ର ଏକ ପ୍ରତିନିଧିମଣ୍ଡଳ ସେନାମୁଖ୍ୟ ଫିଲ୍ଡ ମାର୍ଶାଲ୍‌ ଅସୀମ ମୁନିର୍‌ଙ୍କୁ ଭେଟିଥିବା କୁହାଯାଇଛି।

ଏହି ଆଲୋଚନାରେ ପ୍ରତିରକ୍ଷା ସାମଗ୍ରୀ କିଣା, ଉତ୍ପାଦନ ଓ ଦୀର୍ଘମିଆଦୀ କ୍ଷମତା ବୃଦ୍ଧି ନେଇ ଆଲୋଚନା ହୋଇଥିଲା।

ତେବେ ପାକିସ୍ତାନ ସେନାର ବିବୃତିରେ ଏହି ଏମ୍‌ଓୟୁ କିମ୍ବା ଡ୍ରୋନ୍‌ ଅର୍ଡର ସମ୍ପର୍କରେ କିଛି କୁହାଯାଇନାହିଁ।

ଆହୁରି ପଢନ୍ତୁ: Police Outpost Video Goes Viral ଫାଣ୍ଡି ଅଧିକାରୀ ଓ ସନ୍ଦିଗ୍ଧ ଯୁବତୀଙ୍କୁ ତାଲା ପକାଇ ରଖିଲେ ଗ୍ରାମବାସୀ, ଭାଇରାଲ୍‌ ହେଲା ଭିଡ଼ିଓ ଏହି ଚୁକ୍ତିର ଆଉ ଏକ ଦିଗ ହେଉଛି ପାୱାରସ୍‌ର ଟ୍ରମ୍ପ ପରିବାର ସହ ସମ୍ପର୍କ।

ପାୱାରସ୍‌ ଖୁବ୍‌ଶୀଘ୍ର ଆମେରିକାର ଷ୍ଟକ୍‌ ବଜାରରେ ତାଲିକାଭୁକ୍ତ ଅରିୟସ୍‌ ଗ୍ରୀନ୍‌ୱେ ହୋଲ୍ଡିଂସ୍‌ ସହ ମିଶିବାକୁ ଯାଉଛି।

ଅକ୍ଟୋବର ପ୍ରାରମ୍ଭରେ ଏହି ମିଶ୍ରଣ ସମ୍ପନ୍ନ ହେବ ବୋଲି ଦୁଇ କମ୍ପାନି ଆଶା କରୁଛନ୍ତି।

ଅରିୟସ୍‌ ଗ୍ରୀନ୍‌ୱେରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିୟର ଓ ଏରିକ୍‌ ଟ୍ରମ୍ପଙ୍କ ଅଂଶୀଦାରି ରହିଛି।

ଆହୁରି ପଢନ୍ତୁ: Bengal IPS officer: "ଆସସଲାମୁ ଆଲାଇକୁମ୍‌" କହିବାରୁ ଆଇପିଏସ୍‌ ଅଧିକାରୀଙ୍କ ବଦଳି!

ତେବେ ପାୱାରସ୍‌ ଓ ଟ୍ରମ୍ପଙ୍କ ପୁଅମାନେ ଏହି ଚୁକ୍ତିରେ କୌଣସି ପ୍ରକାର ପ୍ରଭାବ ପକାଇ ନ ଥିବା କହିଛନ୍ତି।

କମ୍ପାନିର ସିଇଓ ଆଣ୍ଡ୍ରୁ ଫକ୍ସ କହିଛନ୍ତି, କମ୍ପାନିର ଚୁକ୍ତିଗୁଡ଼ିକ ଯୋଗ୍ୟତା ଆଧାରରେ ହୋଇଥାଏ।

ଡୋନାଲ୍ଡ ଟ୍ରମ୍ପ ଜୁନିୟରଙ୍କ ମୁଖପାତ୍ର ମଧ୍ୟ କହିଛନ୍ତି, ସେ କମ୍ପାନିର ପରିଚାଳନା କିମ୍ବା ଚୁକ୍ତି ପ୍ରକ୍ରିୟାରେ ସାମିଲ ନୁହନ୍ତି ଏବଂ ପାକିସ୍ତାନ ସହ ଏହି ଚୁକ୍ତି ସମ୍ପର୍କରେ ତାଙ୍କୁ ପୂର୍ବରୁ ଜଣା ନ ଥିଲା।

ଏହି ଚୁକ୍ତି ଆମେରିକା ଓ ପାକିସ୍ତାନ ମଧ୍ୟରେ ପ୍ରତିରକ୍ଷା ଓ ଆର୍ଥିକ ସମ୍ପର୍କ ମଜବୁତ କରିବା ଉଦ୍ୟମ ମଧ୍ୟରେ ହୋଇଛି।

ପାକିସ୍ତାନରେ ଭବିଷ୍ୟତରେ ଆମେରିକୀୟ ପ୍ରଯୁକ୍ତିର ଉତ୍ପାଦନ ଏବଂ ଦୁଇ ଦେଶର କମ୍ପାନି ମଧ୍ୟରେ ମିଳିତ କାର୍ଯ୍ୟର ସମ୍ଭାବନା ଥିବା ପାୱାରସ୍‌ ପକ୍ଷରୁ କୁହାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)