UN: ଜାତିସଂଘ ନିରାପତ୍ତା ପରିଷଦର ସଂସ୍କାର ଜରୁରୀ: ମହାସଚିବ
"ନୂଆଦିଲ୍ଲୀ: ବାରମ୍ବାର ଅନ୍ତର୍ଜାତୀୟ ଆଇନ ଭଙ୍ଗ କରୁଥିବା ବିଶ୍ୱର ପ୍ରମୁଖ ମହାଶକ୍ତିମାନେ ନିରାପତ୍ତା ପରିଷଦରେ ବସିଛନ୍ତି, ଯାହା ଏହି ସଂସ୍ଥାକୁ ଅଚଳ କରିଦେଇଛି।
ତେଣୁ ୧୫ଟି ଦେଶ ରହିଥିବା ନିରାପତ୍ତା ପରିଷଦର ସଂସ୍କାର ଏବଂ କ୍ଷମତାର ପୁନଃବଣ୍ଟନ ପ୍ରାଥମିକତା ହେବା ଆବଶ୍ୟକ ବୋଲି ମିଳିତ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ କହିଛନ୍ତି।
ଜାତିସଂଘ ସାଧାରଣ ସଭାର ୮୧ତମ ଅଧିବେଶନର ଉଚ୍ଚସ୍ତରୀୟ ସପ୍ତାହ ଆରମ୍ଭ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି।
ସାଂପ୍ରତିକ ନିରାପତ୍ତା ପରିଷଦ ଏବେ ଅସ୍ୱୀକାରଯୋଗ୍ୟ ବୋଲି ସେ ଦର୍ଶାଇଛନ୍ତି।Advertisment ମହାସଚିବ କହିଛନ୍ତି ଯେ, ବଡ଼ ଶକ୍ତିମାନଙ୍କର ଖରାପ ଉଦାହରଣ ଏବଂ ଆଇନ ଉଲ୍ଲଂଘନ ଯୋଗୁ ଅନେକ ରାଷ୍ଟ୍ର ଅନ୍ତର୍ଜାତୀୟ ଆଇନ ଏବଂ ମାନବାଧିକାର ନିୟମ ଭଙ୍ଗ କରି ମନମୁଖୀ କାର୍ଯ୍ୟ କରୁଛନ୍ତି।
ଆଜିର ସମୟରେ ବିଶ୍ୱ ଅର୍ଥନୀତିରେ ବିକଶିତ ଦେଶଗୁଡ଼ିକର ଭାଗିଦାରୀ କମୁଥିବା ବେଳେ ଉଦୀୟମାନ ଅର୍ଥବ୍ୟବସ୍ଥାର ପ୍ରଭାବ ବୃଦ୍ଧି ପାଉଛି।
କ୍ଷମତାର ଏହି ପୁନଃବଣ୍ଟନ ପାଇଁ ବହୁପାକ୍ଷିକ ଅନୁଷ୍ଠାନ, ବିଶେଷ କରି ଜାତିସଂଘ ନିରାପତ୍ତା ପରିଷଦର ସଂସ୍କାର ଅତ୍ୟନ୍ତ ଜରୁରୀ।
ଆହୁରି ପଢନ୍ତୁ: Mahakalapada Kidnapping Case: ଯୁବକକୁ ଅପହରଣ, ନାବାଳକ ସମେତ ୩ ଅପହର୍ତ୍ତା ଗିରଫ ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବାକୁ ଥିବା ଜାତିସଂଘର ଏହି ବାର୍ଷିକ ସାଧାରଣ ସଭାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ବିଶ୍ୱର ଅନେକ ନେତା ଯୋଗଦେବେ।
ଆଗାମୀ ଡିସେମ୍ବରରେ ଗୁଟେରସ୍ଙ୍କ ଦ୍ୱିତୀୟ ୫ ବର୍ଷିଆ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି।
ନିଜର ୧୦ ବର୍ଷର ଅନୁଭୂତିରୁ ସେ କହିଛନ୍ତି ଯେ, ବିଶ୍ୱ ବହୁଧ୍ରୁବୀୟ ହେଉଥିବାରୁ ଶାନ୍ତି, ବିକାଶ ଓ ମାନବାଧିକାର ରକ୍ଷା ପାଇଁ ଏହି ଅନୁଷ୍ଠାନଗୁଡ଼ିକର ସଂସ୍କାର ଅପରିହାର୍ଯ୍ୟ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
