Truck Crashes Into Car Killing Five People On Spot: ରାଜପଥରେ ବୋହିଲା ରକ୍ତର ନଦୀ, କାର୍କୁ ଚାପିଦେଲା ଟ୍ରକ, ଘଟଣାସ୍ଥଳରେ ଏକାଧିକ ମୃତ
ଭୟଙ୍କର ସଡକ ଦୁର୍ଘଟଣାରେ ଗଲା ୫ ଜୀବନ। କାର ଚାଳକ ସହ ଟ୍ରକ ଡ୍ରାଇଭର ବି ମୃତ। ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ମହାରାଷ୍ଟ୍ରରେ। ରାଜ୍ୟର ୱାର୍ଧା ଜିଲ୍ଲା ପୁଲଗାଁ ଥାନା ଅଧୀନରେ ଥିବା ବିରୁଲ ଇଣ୍ଟରଚେଞ୍ଜ ନିକଟରେ ଘଟିଥିବା ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଟ୍ରକ କ୍ଲିନର ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ପଛପଟୁ କାରକୁ ପିଟିଲା ଟ୍ରକ୍, ଚାପି ହୋଇଗଲା ଗାଡ଼ି
ସୂଚନା ଅନୁସାରେ, ସମୃଦ୍ଧି ଏକ୍ସପ୍ରେସୱେରେ ଏକ ଲଙ୍କା ବୋଝେଇ ଟ୍ରକ୍ ଦ୍ରୁତ ଗତିରେ ଆସୁଥିବା ସମୟରେ ଆଗରେ ଯାଉଥିବା କାରକୁ ପଛପଟୁ ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ କାରଟି ଟ୍ରକ୍ ତଳେ ଚାପି ହୋଇଯାଇଥିଲା। ଏହାପରେ ଟ୍ରକ୍ରେ ହଠାତ୍ ନିଆଁ ମଧ୍ୟ ଲାଗିଯାଇଥିଲା। ଯାହାଫଳରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା।
ଘଟଣା ସମ୍ପର୍କରେ ସୂଚନା ପାଇ ହାଇୱେ ପୋଲିସ ଏବଂ ପୁଲଗାଁ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଅଧା ରାତିଠାରୁ ସମୃଦ୍ଧି ଏକ୍ସପ୍ରେସୱେରେ ଯାତାୟାତ ବନ୍ଦ ରହିଥିଲା। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଯାଇଥିବା ବେଳେ ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।