27 OCTOBER 2026

Welcome!

Unlock your personalized experience.
Sign Up

Train: ସବୁଠାରୁ ଲମ୍ବା ମାଲବାହୀ ଟ୍ରେନ୍!

Oct 27, 2026 - 09:40
Train: ସବୁଠାରୁ ଲମ୍ବା ମାଲବାହୀ ଟ୍ରେନ୍!

ରେଳ ଇଞ୍ଜିନିଅରିଂ କ୍ଷେତ୍ରରେ ଦକ୍ଷିଣ ଆଫ୍ରିକା ଏକ ଐତିହାସିକ ସଫଳତା ହାସଲ କରିଛି। ୨୫ ବର୍ଷ ପରେ ପୁଣି ଥରେ ବିଶ୍ବର ସବୁଠାରୁ ଲମ୍ବା ମାଲବାହୀ ଟ୍ରେନ୍‌ ଚଳାଇ ଦକ୍ଷିଣ ଆଫ୍ରିକାର ‘ଟ୍ରାନ୍ସନେଟ୍‌ ଫ୍ରେଟ୍‌ ରେଲ୍‌’ ବିଶ୍ବ ରେକର୍ଡ କରିଛି। ଏହି ବିଶାଳକାୟ ଟ୍ରେନ୍‌ଟିର ଲମ୍ବ ପ୍ରାୟ ୭.୬ କିଲୋମିଟର ଓ ଏଥିରେ ମୋଟ ୬୯୬ଟି ଡବା ଲାଗିଛି। ଏହି ଟ୍ରେନ୍‌ଟି  ସାଲଡାନାରୁ ବାହାରି ନର୍ଥର୍ଣ୍ଣ କେପ୍‌ର କାଥୁସ୍ଥିତ ସିସେନ୍‌ ଲୁହାପଥର ଖାଦାନ ପର୍ଯ୍ୟନ୍ତ ପ୍ରାୟ ୮୬୧ କିଲୋମିଟର ଦୂରତା ସଫଳତାର ସହ ଅତିକ୍ରମ କରିଛି। ପୂର୍ବରୁ ୧୯୮୯ ମସିହାରେ ଦକ୍ଷିଣ ଆଫ୍ରିକା ଏହି ସିସେନ୍-ସାଲଡାନା ରେଳପଥରେ ହିଁ ବିଶ୍ୱ ରେକର୍ଡ ସ୍ଥାପନ କରିଥିଲା। ତେବେ ୨୦୦୧ ମସିହାରେ ଅଷ୍ଟ୍ରେଲିଆର ‘ବିଏଚ୍‌ପି ଆଇରନ୍ ଓର୍’ ୬୮୨ଟି ଡବା ଓ ୭.୩୫ କିଲୋମିଟର ଲମ୍ବର ଟ୍ରେନ୍ ଚଳାଇ ଏହି ରେକର୍ଡ ନିଜ ନାମରେ କରିଥିଲା। କିନ୍ତୁ ୨୫ ବର୍ଷର ପ୍ରତୀକ୍ଷା ପରେ ଦକ୍ଷିଣ ଆଫ୍ରିକା ପୁଣି ଥରେ ଏହି ବିଶ୍ୱ ରେକର୍ଡକୁ ନିଜ ଆଧିପତ୍ୟକୁ ନେଇଛି। ଏତେ ଲମ୍ବା ଟ୍ରେନ୍ ଚଳାଇବା ସହଜ କାମ ନଥିଲା।

National Lawn Bowls: ଜାତୀୟ ଲନ୍‌ବଲ୍‌ରେ ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ

ଏଥିପାଇଁ ଉନ୍ନତମାନର ଓୟାରଲେସ୍ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଇଥିଲା। କେବଳ ଟ୍ରେନ୍ ଆଗରେ ନୁହେଁ, ବରଂ ପୁରା ଟ୍ରେନ୍‌ର ମଝିରେ ମଝିରେ ବିଦ୍ୟୁତ୍ ଓ ଡିଜେଲ ଇଞ୍ଜିନ୍‌ ଖଞ୍ଜାଯାଇଥିଲା। ସମସ୍ତ ଇଞ୍ଜିନ୍ ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ପରସ୍ପର ସହ ଯୋଡ଼ି ହୋଇ ରହିଥିଲେ, ଯାହାଫଳରେ ଗତି ଓ ବ୍ରେକିଂ ସମଗ୍ର ଟ୍ରେନରେ ସମାନ ଭାବେ କାର୍ଯ୍ୟ କରିଥିଲା। ‘ଟିଏଫ୍‌ଆର୍‌’ର ଇଞ୍ଜିନିଅରିଂ ଦଳ, ଅପରେସନ୍ସ ଟିମ୍, ଟ୍ରାନ୍ସନେଟ୍ ରେଲ୍ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌ ମ୍ୟାନେଜର୍‌ ଓ ରେଳ ସୁରକ୍ଷା କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଏହି ସଫଳତା ସମ୍ଭବ ହୋଇପାରିଛି। ଏହି ସଫଳତା ଦକ୍ଷିଣ ଆଫ୍ରିକାର ଅର୍ଥନୀତି ଓ ରେଳ ପରିବହନ କ୍ଷେତ୍ରରେ ଏକ ନୂଆ ଯୁଗର ଆରମ୍ଭ ବୋଲି ସଂସ୍ଥା ପକ୍ଷରୁ ପ୍ରକାଶ କରାଯାଇଛି।

Tata Communications: ଟାଟା ବିଛାଇବ ଏଆଇ ଫାଇବର୍‌ ନେଟ୍‌ୱର୍କ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)