Tragedy in the Skies: ଉଡ଼ାଣର ମାତ୍ର ୨୦ ମିନିଟରେ ବିମାନ କ୍ରାସ୍,୧୩ ମୃତ

Aug 02, 2026 - 09:41
Tragedy in the Skies: ଉଡ଼ାଣର ମାତ୍ର ୨୦ ମିନିଟରେ ବିମାନ କ୍ରାସ୍,୧୩ ମୃତ

ପେରୁର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନାଜକା ଲାଇନ୍ସରେ ବଡ଼ ଅଘଟଣ । ଏକ ପର୍ଯ୍ୟଟନ ବିମାନ କ୍ରାସ୍ ହେବା ଫଳରେ ଚାଲିଗଲା ୧୩ ଜଣଙ୍କ ଜୀବନ । ଦୁର୍ଘଟଣାଗ୍ରସ୍ତ ବିମାନଟି ୧୧ ଜଣ ବିଦେଶୀ ନାଗରିକ ଏବଂ ୨ ଜଣ ପାଇଲଟଙ୍କୁ ନେଇ ଯାତ୍ରା କରୁଥିଲା । ସମସ୍ତ ପର୍ଯ୍ୟଟକଙ୍କ ସମେତ ପାଇଲଟଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।  

ପିସ୍କୋ ସହରରୁ ଉଡ଼ାଣ ଭରିବାର ମାତ୍ର ୨୦ ମିନିଟ୍ ମଧ୍ୟରେ ବିମାନଟି କ୍ରାସ୍ ହୋଇଥିଲା । ପ୍ୟୁବଲୋ ଭିଏଜୋ ସହର ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । 

ବିମାନ କ୍ରାସ୍, ୧୩ ମୃତ

ପେରୁରେ ପର୍ଯ୍ୟଟନ ବିମାନ କ୍ରାସ୍ 
ବିମାନ ଦୁର୍ଘଟଣାରେ ୧୩ ମୃତ
୧୧ ବିଦେଶୀ ନାଗରିକ ଓ ୨ ପାଇଲଟଙ୍କ ମୃତ୍ୟୁ
ଉଡ଼ାଣର ମାତ୍ର ୨୦ ମିନିଟରେ ବିମାନ କ୍ରାସ୍
ପ୍ୟୁବଲୋ ଭିଏଜୋ ସହର ନିକଟରେ ବିମାନଟି କ୍ରାସ ସୂଚନା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।