Rath Yatra: ରଥଯାତ୍ରାରେ ୫ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କୁ ସେବା ଯୋଗାଇଲା ବେଦାନ୍ତ ଆଲୁମିନିୟମ୍‌

Jul 19, 2026 - 20:28
Rath Yatra: ରଥଯାତ୍ରାରେ ୫ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କୁ ସେବା ଯୋଗାଇଲା ବେଦାନ୍ତ ଆଲୁମିନିୟମ୍‌

"ଭୁବନେଶ୍ୱର: ରଥଯାତ୍ରା ଅବସରରେ ପୁରୀକୁ ଆସିଥିବା ୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କୁ ବେଦାନ୍ତ ଆଲୁମିନିୟମ୍‌ ବିଭିନ୍ନ ସେବା ଯୋଗାଇଛି।

ଏହାସହ କମ୍ପାନି ନିଜ କାର୍ଯ୍ୟକ୍ଷେତ୍ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ୭,୦୦୦ରୁ ଅଧିକ ଲୋକଙ୍କୁ ସମ୍ପୂର୍ଣ୍ଣ ସହାୟତା ଓ ଆତିଥ୍ୟ ପ୍ରଦାନ କରିଛି।

ଭକ୍ତଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି କମ୍ପାନି ୧୦୦ ଜଣ ସ୍ୱେଚ୍ଛାସେବୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଦଳ ଗଠନ କରିଥିଲା।

ଏମାନେ ଦିନରାତି ବିଭିନ୍ନ ପ୍ରମୁଖ ସ୍ଥାନରେ ସେବା ଯୋଗାଇଥିଲେ।

ଭକ୍ତମାନଙ୍କୁ ପୁଷ୍ଟିକର ଖାଦ୍ୟ, ଶୀତଳ ପାନୀୟ, ଓଆର୍‌ଏସ୍‌, ପାନୀୟ ଜଳ ବଣ୍ଟନ କରିଥିଲେ।Advertisment କମ୍ପାନି ଶ୍ରୀମନ୍ଦିର ନିକଟରେ ଏକ ବୃହତ୍ ବେସ୍ କ୍ୟାମ୍ପ ଓ ମେଗା ଅନ୍ନଛତ୍ର ସ୍ଥାପନ କରିଛି।

ସେଠାରେ ପ୍ରତିଦିନ ହଜାର ହଜାର ଭକ୍ତଙ୍କୁ ରନ୍ଧା ଖାଦ୍ୟ, ଜଳଖିଆ ପ୍ୟାକେଟ୍, ମହାପ୍ରସାଦ, ଓଆର୍‌ଏସ୍‌ ଓ ପାନୀୟ ଜଳ ବଣ୍ଟନ କରାଯାଉଛି।

କମ୍ପାନି ପକ୍ଷରୁ ଭଜନ ସମାରୋହ, ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ପରିବେଷଣ ଓ ପୁରୀ ବେଳାଭୂମିରେ ବିଶିଷ୍ଟ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ବାଲୁକା କଳାକୃତିର ଆୟୋଜନ କରାଯାଇଥିଲା।

ଏହା ସହିତ ଝାରସୁଗୁଡ଼ା ଓ ଲାଞ୍ଜିଗଡ଼ସ୍ଥିତ କମ୍ପାନିର ଟାଉନସିପ୍‌ରେ ମଧ୍ୟ ରଥଯାତ୍ରା ପାଳନ କରାଯାଇଛି।

ବେଦାନ୍ତ ଆଲୁମିନିୟମର ସିଇଓ ରାଜେଶ କୁମାର କହିଛନ୍ତି, ରଥଯାତ୍ରା ଭଳି ପବିତ୍ର ଅବସରରେ ୫ ଲକ୍ଷରୁ ଅଧିକ ଭକ୍ତଙ୍କୁ ସେବା ପ୍ରଦାନ କରିବା ଆମ ପାଇଁ ଗର୍ବର ବିଷୟ।

ରାଜ୍ୟର ସମୃଦ୍ଧ ଐତିହ୍ୟ ପ୍ରତି ଏହା ଆମର ସମ୍ମାନ ଏବଂ ରାଜ୍ୟବାସୀଙ୍କ ପ୍ରତି ଦୃଢ଼ ପ୍ରତିବଦ୍ଧତାର ପ୍ରତିଫଳନ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।