Trade deal: ଆମେରିକାକୁ ଭାରତର ସ୍ପଷ୍ଟ ବାର୍ତ୍ତା; ଶୁଳ୍କ ସୁବିଧା ପରେ ବାଣିଜ୍ୟ ରାଜିନାମା

Sep 03, 2026 - 20:59
Trade deal: ଆମେରିକାକୁ ଭାରତର ସ୍ପଷ୍ଟ ବାର୍ତ୍ତା; ଶୁଳ୍କ ସୁବିଧା ପରେ ବାଣିଜ୍ୟ ରାଜିନାମା

"ନୂଆଦିଲ୍ଲୀ: ଦ୍ବିପାକ୍ଷିକ ବାଣିଜ୍ୟ ରାଜିନାମା କରିବା ନେଇ ଭାରତ ପକ୍ଷରୁ ଆମେରିକାକୁ ସ୍ପଷ୍ଟ ବାର୍ତ୍ତା ଦିଆଯାଇଛି।

ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ପ୍ରତି‌ଯୋଗୀ ଦେଶଗୁଡ଼ିକ ତୁଳନାରେ ଭାରତକୁ ଶୁଳ୍କ କ୍ଷେତ୍ରରେ ଅଧିକ ସୁବିଧା ମିଳିବା ଆବଶ୍ୟକ।

ଏହା ପରେ ହିଁ ଯାଇ ଆମେରିକା ସହିତ ପ୍ରସ୍ତାବିତ ଦ୍ବିପାକ୍ଷିକ ବାଣିଜ୍ୟ ରାଜିନାମା ସଂକ୍ରାନ୍ତ ଚୂଡ଼ାନ୍ତ ବିବରଣୀ ଘୋଷଣା ହେବ।

ଏକ ଜାତୀୟସ୍ତରର କର୍ମଶାଳାକୁ ସମ୍ବୋଧିତ କରିବା ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୋୟଲ ଏହା କହିଛନ୍ତି।Advertisment ଭାରତ ଓ ଆମେରିକା ଦ୍ବିପାକ୍ଷିକ ବାଣିଜ୍ୟ ରାଜିନାମା ବର୍ତ୍ତମାନ ଆଲୋଚନା ପର୍ଯ୍ୟାୟରେ ରହିଛି।

ଉଭୟ ପକ୍ଷ ପରସ୍ପର ଦେଶରେ ଅଧିକ ବଜାର ସୁବିଧା ପାଇବା, ଶୁଳ୍କଜନିତ ପ୍ରତିବନ୍ଧକ ହ୍ରାସ ହେବା ଏବଂ ଅର୍ଥନୈତିକ ସମ୍ପର୍କକୁ ମଜଭୁତ୍‌ କରିବା ଉପରେ ଗୁରୁତ୍ବାରୋପ କରି ଆସୁଛନ୍ତି।

ଆମେରିକାର ଜଣେ ବରିଷ୍ଠ ଅଧିକାରୀ ଗତ ଜୁଲାଇ ମାସରେ କହିଥିଲେ ଯେ ରାଜିନାମାର ବିଷୟବସ୍ତୁ ପ୍ରାୟତଃ ଚୂଡ଼ାନ୍ତ ହୋଇସାରିଛି ଏବଂ ଆସନ୍ତା ୩ରୁ ୪ ମାସ ମଧ୍ୟରେ ଏହା ଦସ୍ତଖତ ହୋଇପାରେ।

କିନ୍ତୁ ଆମେରିକା ବଜାରରେ ଭାରତର ରପ୍ତାନିକାରୀମାନଙ୍କୁ ପ୍ରତିଯୋଗୀ ଦେଶଗୁଡ଼ିକ ତୁୂଳନାରେ ଶୁଳ୍କରେ ଅଧିକ ସୁବିଧା ମିଳିବା ଉପରେ ବାଣିଜ୍ୟ ମନ୍ତ୍ରୀ ଶ୍ରୀ ଗୋୟଲ ଏବେ ଗୁରୁତ୍ବାରୋପ କରିଛନ୍ତି।

ତେଣୁ ଭାରତ ଅଧିକ କଠୋର ଆଭିମୁଖ୍ୟ ପୋଷଣ କରିବ ବୋଲି ଆଶା କରାଯାଉଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)