Tongue: ଖାଇବା ବେଳେ ବାରମ୍ବାର କାମୁଡ଼ି ହେଉଛି କି ଜିଭ?

Oct 28, 2026 - 14:15
Tongue: ଖାଇବା ବେଳେ ବାରମ୍ବାର କାମୁଡ଼ି ହେଉଛି କି ଜିଭ?

ଭୁବନେଶ୍ୱର: ଖାଇବା ସମୟରେ ଅସାବଧାନତାବଶତଃ ଜିଭ କାମୁଡ଼ି ହୋଇଯିବା ଏକ ସାଧାରଣ ଘଟଣା।

ତରବରିଆ ଭାବେ ଖାଇବା, ଠିକ୍ ଭାବେ ଖାଦ୍ୟ ନ ଚୋବାଇବା କିମ୍ବା ଖାଇବା ବେଳେ କଥା ହେବା ଯୋଗୁଁ ଏପରି ହୋଇପାରେ।

କିନ୍ତୁ ବାରମ୍ବାର ଜିଭ କାମୁଡ଼ି ହେଉଥିଲେ ଏହାକୁ ଅଣଦେଖା କରିବା ଉଚିତ୍ ନୁହେଁ।

ଦାନ୍ତର ଗଠନ, ଜିଭରେ ଫୁଲା କିମ୍ବା କେତେକ ପୋଷକତତ୍ତ୍ୱର ଅଭାବ ଏହାର କାରଣ ହୋଇପାରେ।

Advertisment ଜିଭ ବାରମ୍ବାର କାମୁଡ଼ି ହେବାର ଏକ ପ୍ରମୁଖ କାରଣ ହେଉଛି ଦାନ୍ତର ଗଠନରେ ସମସ୍ୟା ।

ଦାନ୍ତର ଧାର ତୀକ୍ଷ୍ଣ ହୋଇଥିଲେ, ଦାନ୍ତ ଭାଙ୍ଗିଯାଇଥିଲେ କିମ୍ବା ଫିଲିଂ ଠିକ୍ ଭାବେ ହୋଇନଥିଲେ ଜିଭରେ ଆଘାତ ଲାଗିପାରେ।

ସେହିପରି, ଦାନ୍ତ ଅସମାନ ଭାବେ ରହିଥିଲେ ଖାଦ୍ୟ ଚୋବାଇବା ସମୟରେ ଜିଭ ଦାନ୍ତ ମଝିରେ ପଶିଯାଇଥାଏ।

ଏପରି ସମସ୍ୟା ଲଗାତାର ହେଲେ ଦନ୍ତ ଚିକିତ୍ସକଙ୍କ ପରାମର୍ଶ ନେବା ଆବଶ୍ୟକ।

ଯନ୍ତ୍ରଣା, ଜ୍ୱଳନ ଓ ଫୁଲା ଜିଭରେ ଫୁଲା କିମ୍ବା ଆକାରରେ ପରିବର୍ତ୍ତନ ହେଲେ ମଧ୍ୟ ଜିଭ କାମୁଡ଼ି ହେବାର ଆଶଙ୍କା ବଢ଼ିପାରେ।

ଆଲର୍ଜି, ସଂକ୍ରମଣ, ଆଘାତ କିମ୍ବା ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଜିଭ ଫୁଲିଥାଏ।

ଏହା ସହିତ ଶରୀରରେ ଭିଟାମିନ୍ ବି୧୨, ଫୋଲେଟ୍ କିମ୍ବା ଆଇରନ୍ ର ଅଭାବ ହେଲେ ଜିଭରେ ଯନ୍ତ୍ରଣା, ଜ୍ୱଳନ ଓ ଫୁଲା ଭଳି ଲକ୍ଷଣ ଦେଖାଦେଇଥାଏ।

ଧୀରେ ଧୀରେ ଖାଦ୍ୟ ଖାଆନ୍ତୁ ଏହି ସମସ୍ୟାରୁ ଦୂରେଇ ରହିବା ପାଇଁ ଧୀରେ ଧୀରେ ଖାଦ୍ୟ ଖାଆନ୍ତୁ, ଭଲ ଭାବେ ଚୋବାନ୍ତୁ ଏବଂ ଖାଇବା ସମୟରେ କଥା ହେବାରୁ ଦୂରେଇ ରୁହନ୍ତୁ।

ଜିଭ କଟିଗଲେ ପରିଷ୍କାର ପାଣିରେ କୁଳି କରନ୍ତୁ।

ରକ୍ତସ୍ରାବ ହେଲେ ପରିଷ୍କାର ଗଜ୍ ଦ୍ୱାରା କ୍ଷତ ସ୍ଥାନରେ ହାଲୁକା ଚାପ ଦିଅନ୍ତୁ।

କ୍ଷତ ଭଲ ହେବା ପର୍ଯ୍ୟନ୍ତ ଅତ୍ୟଧିକ ଗରମ, ରାଗ ଓ ଖଟା ଖାଦ୍ୟ ଖାଇବାରୁ ଦୂରେଇ ରୁହନ୍ତୁ।

Polio Vaccines: ଓପିଭି ଓ ଆଇପିଭି: ଶିଶୁଙ୍କୁ ପୋଲିଓରୁ ସମ୍ପୂର୍ଣ୍ଣ ସୁରକ୍ଷା ଦେବାରେ ଦୁଇଟି ଯାକ ଟିକା କାହିଁକି ଆବଶ୍ୟକ?

ଯଦି ଜିଭ ବାରମ୍ବାର କାମୁଡ଼ି ହେଉଛି, ଯନ୍ତ୍ରଣା ଓ ଫୁଲା ଲାଗି ରହୁଛି କିମ୍ବା କ୍ଷତ ଠିକ୍ ହେବାକୁ ଅଧିକ ସମୟ ଲାଗୁଛି, ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ରକ୍ତସ୍ରାବ ବନ୍ଦ ନହେଲେ, କ୍ଷତ ଗଭୀର ହେଲେ କିମ୍ବା ହଠାତ୍ ଜିଭ ଫୁଲି ଗିଳିବା ଓ ନିଃଶ୍ୱାସ ନେବାରେ ଅସୁବିଧା ହେଲେ ତୁରନ୍ତ ଜରୁରୀକାଳୀନ ଚିକିତ୍ସା ନିଅନ୍ତୁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)