Toll Plaza: ଟୋଲ୍ ପ୍ଲାଜାରେ ଭୁଲ୍ ଲେନ୍‌ରେ ଗାଡ଼ି ପଶିଲେ ଗଣିବେ ଦୁଇ ଗୁଣା ଜରିମାନା

Sep 14, 2026 - 17:39
Toll Plaza: ଟୋଲ୍ ପ୍ଲାଜାରେ ଭୁଲ୍ ଲେନ୍‌ରେ ଗାଡ଼ି ପଶିଲେ ଗଣିବେ ଦୁଇ ଗୁଣା ଜରିମାନା

"ନୂଆଦିଲ୍ଲୀ: ଜାତୀୟ ରାଜପଥ ପ୍ରାଧିକରଣ(ଏନଏଚଏଆଇ) ପକ୍ଷରୁ ଜାତୀୟ ରାଜପଥ ଓ ଏକ୍ସପ୍ରେସ୍-ୱେରେ ଯାତାୟାତ କରୁଥିବା ଗାଡ଼ି ଚାଳକଙ୍କ ପାଇଁ ନିୟମକୁ ଅଧିକ କଡ଼ାକଡ଼ି କରାଯାଇଛି।

ଟୋଲ୍ ପ୍ଲାଜାରେ ଶୃଙ୍ଖଳା ବଜାୟ ରଖିବା ଏବଂ ଯାତାୟାତକୁ ସୁଗମ କରିବା ପାଇଁ ଭୁଲ୍ ଲେନ୍ ବ୍ୟବହାର କରୁଥିବା ଗାଡ଼ି ଚାଳକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।Advertisment କାହିଁକି କଟାଯିବ ଦ୍ବିଗୁଣା ଜରିମାନା?ନିୟମ ଅନୁସାରେ, ପ୍ରତ୍ୟେକ ଟୋଲ୍ ପ୍ଲାଜାରେ ବୈଧ ଫାସଟ୍ୟାଗ ଥିବା ଗାଡ଼ିଗୁଡ଼ିକ ପାଇଁ ନିର୍ଦ୍ଦିଷ୍ଟ ଲେନ୍ ରହିଥାଏ।ଯଦି କୌଣସି ଗାଡ଼ିରେ ବୈଧ କିମ୍ବା ଆକ୍ଟିଭ୍ ଫାସଟ୍ୟାଗ ନଥାଇ ସେହି ଗାଡ଼ି ଫାସଟ୍ୟାଗ ଲେନ୍‌ରେ ପ୍ରବେଶ କରେ, ତେବେ ଗାଡ଼ି ମାଲିକଙ୍କୁ ନିର୍ଦ୍ଧାରିତ ଟୋଲ୍ ଫି"ର ଦୁଇ ଗୁଣା ଜରିମାନା ଦେବାକୁ ପଡ଼ିବ।

ସେହିପରି ଫାସଟ୍ୟାଗରେ ପର୍ଯ୍ୟାପ୍ତ ବାଲାନ୍ସ ନଥିଲେ କିମ୍ବା ତାହା ବ୍ଲାକ୍‌ଲିଷ୍ଟେଡ୍/ଡି-ଆକ୍ଟିଭ୍ ଥିଲେ, ତାହାକୁ "ବିନା ଫାସଟ୍ୟାଗ" ବୋଲି ଗ୍ରହଣ କରାଯିବ।

ଆହୁରି ପଢନ୍ତୁ: Uttar Pradesh Minister Ravindra Jaiswal: ରାଜନୀତିରେ ଆଗକୁ ଆସନ୍ତୁ ବୈଶ୍ୟ ସମାଜର ମହିଳା ଓ ଯୁବପିଢ଼ି : ରବୀନ୍ଦ୍ର ଭାରୀ ଯାନ ପାଇଁ ସ୍ବତନ୍ତ୍ର ଚାଲାଣଯଦି ଟ୍ରକ୍ କିମ୍ବା ବସ୍ ଭଳି ଭାରୀ ଯାନ, ହାଲୁକା ଯାନ ପାଇଁ ଉଦ୍ଦିଷ୍ଟ ଲେନ୍‌ରେ ପଶନ୍ତି, ତେବେ ଟ୍ରାଫିକ୍ ବାଧାପ୍ରାପ୍ତ କରିବା ଅପରାଧରେ ସେମାନଙ୍କ ବିରୋଧରେ ଟ୍ରାଫିକ୍ ପୋଲିସ୍ ଦ୍ବାରା ମୋଟା ଅଙ୍କର ଚାଲାଣ କଟାଯିବ।

ଆଜିକାଲି ଟୋଲ୍ ପ୍ଲାଜାଗୁଡ଼ିକରେ ହାଇ-ଡେଫିନିସନ୍ ସେନ୍ସର ଏବଂ କ୍ୟାମେରା ଖଞ୍ଜାଯାଇଛି, ଯାହା ଗାଡ଼ିର ଆକାର ଓ ବର୍ଗକୁ ସ୍ବୟଂଚାଳିତ ଭାବେ ଚିହ୍ନଟ କରିପାରେ।

ଭୁଲ୍ ଲେନ୍‌କୁ ଗାଡ଼ି ଆସିବା ମାତ୍ରେ ସିଷ୍ଟମ୍ ଆଲର୍ଟ ଜାରି କରେ, ଯାହାଫଳରେ ଡିଜିଟାଲ୍ ଚାଲାଣ ସୃଷ୍ଟି ହୋଇଥାଏ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)