Tiranga yatra: ଫଟୋ ରାଜନୀତିକୁ ମୁଁ ବିଶ୍ବାସ କରେ ନାହିଁ: ପ୍ରଭାତ ବିଶ୍ବାଳ
"କଟକ (ଆଲୋକ ମହାନ୍ତି): କଟକରେ ଭବ୍ୟ ତିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ଦେଶପ୍ରେମର ବାର୍ତ୍ତା ନେଇ ହଜାର ହଜାର ବିଜେପି କର୍ମୀ ରାସ୍ତାକୁ ଓହ୍ଲାଇଛନ୍ତି।
କଟକ ନୂଆବଜାର ବ୍ଲକ ଛକରୁ ଆରମ୍ଭ ହୋଇଥିବା ଏହି ତିରଙ୍ଗା ଯାତ୍ରା ନୂଆପଡ଼ା ଦେଇ ପାଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ପହଞ୍ଚିଥିଲା।
ଯାତ୍ରାରେ କଟକ ସଦର ବିଧାୟକ ପ୍ରକାଶ ସେଠୀ, ବିଜେପି ନେତା ସୁକାନ୍ତ ବିଶ୍ୱାଳ ଏବଂ ଦଳରେ ନିକଟରେ ସାମିଲ ହୋଇଥିବା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ମଧ୍ୟ ସାମିଲ ହୋଇଥିଲେ।
ତିରଙ୍ଗା ଯାତ୍ରା ମାଧ୍ୟମରେ ଦେଶର ଯୁବପିଢ଼ିଙ୍କ ମନରେ ଜାତୀୟ ପତାକା ପ୍ରତି ଭଲପାଇବା, ସମ୍ମାନ ଓ ଦେଶପ୍ରେମର ଭାବନାକୁ ଆହୁରି ଦୃଢ଼ କରିବାର ବାର୍ତ୍ତା ଦିଆଯାଇଥିଲା।Advertisment ତେବେ ଏହି ତିରଙ୍ଗା ଯାତ୍ରାକୁ ନେଇ ଏବେ କଟକ ରାଜନୀତିରେ ଆଉ ଏକ ଚର୍ଚ୍ଚା ଜୋର ଧରିଛି।
ଯାତ୍ରାର ବିଭିନ୍ନ ବ୍ୟାନରରେ ବିଜେପିର ଅନେକ ପ୍ରମୁଖ ନେତାଙ୍କ ଫଟୋ ଥିବା ବେଳେ, ନିକଟରେ ବିଜେପିରେ ସାମିଲ ହୋଇଥିବା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଫଟୋ ନଥିବାକୁ ନେଇ ଉଠିଛି ପ୍ରଶ୍ନ।
ଦଳରେ ଯୋଗଦେବା ପରେ ପ୍ରଥମ ବଡ଼ କାର୍ଯ୍ୟକ୍ରମରେ ତାଙ୍କ ଫଟୋ ବ୍ୟାନରରେ ସ୍ଥାନ ନପାଇବାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ତୀବ୍ର ହୋଇଛି।
ଏନେଇ ପ୍ରତିକ୍ରିୟା ରଖି ବିଜେପି ନେତା ସୁକାନ୍ତ ବିଶ୍ୱାଳ କହିଛନ୍ତି, ପ୍ରଭାତ ବିଶ୍ୱାଳ ଦଳର ଜଣେ ବରିଷ୍ଠ ନେତା।
କୌଣସି ତ୍ରୁଟିବଶତଃ ବ୍ୟାନରରେ ତାଙ୍କ ଫଟୋ ରହିପାରି ନ ଥାଇପାରେ।
କିନ୍ତୁ ଦଳରେ ତାଙ୍କୁ ସମ୍ପୂର୍ଣ୍ଣ ସମ୍ମାନ ଦିଆଯିବା ଆମର ପ୍ରାଥମିକତା।
ଏବେ ସେ ଦଳର ନୂଆ ନେତା ନୁହନ୍ତି, ଦଳର ଜଣେ ଅଭିଜ୍ଞ ଓ ବରିଷ୍ଠ ନେତା ଭାବେ ତାଙ୍କୁ ସମ୍ମାନ ଦିଆଯାଉଛି।
ଅନ୍ୟପଟେ, ଫଟୋକୁ ନେଇ ଉଠିଥିବା ଚର୍ଚ୍ଚାକୁ ନେଇ ପ୍ରଭାତ ବିଶ୍ୱାଳ ମଧ୍ୟ ସ୍ପଷ୍ଟ କରିଛନ୍ତି ନିଜ ମତ।
ସେ କହିଛନ୍ତି, ସେ ଫଟୋ ରାଜନୀତିରେ ବିଶ୍ୱାସ କରନ୍ତି ନାହିଁ।
କୌଣସି କାରଣରୁ ତାଙ୍କ ଫଟୋ ବ୍ୟାନରରେ ନଥିଲେ, ସେନେଇ ସେ କୌଣସି ଟିପ୍ପଣୀ ଦେବାକୁ ଚାହୁଁନାହାନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଫଟୋ ନୁହେଁ, ତାଙ୍କର ଦକ୍ଷତା, ଅଭିଜ୍ଞତା ଓ ରାଜନୈତିକ ପାରଦର୍ଶିତା ହିଁ ତାଙ୍କ ପରିଚୟ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଥିଲେ ତେବେ ଏହି ତାଙ୍କୁ ଦଳ ଯେଉଁ ଦାୟିତ୍ୱ ଦେଇଛି ତାକୁ ସଠିକ୍ ଭାବେ ସମ୍ପାଦନା କରିବା ହିଁ ତାଙ୍କ ମୂଳ ଲକ୍ଷ୍ୟ ବୋଲି ସେ ପ୍ରତିକ୍ରିୟା ଦେଇ କହିଛନ୍ତି।
Dharmendra: ତ୍ରିରଙ୍ଗା ଆମ ଜାତୀୟ ଗୌରବ ଓ ସ୍ୱାଭିମାନ: ଧର୍ମେନ୍ଦ୍ର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
