Tiranga yatra: ରଘୁପୁରରେ ଜାତୀୟ ପତାକା ଧରି ଗାଁ ରାସ୍ତାରେ ଶତାଧିକ ଦେଶପ୍ରେମୀ

Aug 12, 2026 - 20:48
Tiranga yatra: ରଘୁପୁରରେ ଜାତୀୟ ପତାକା ଧରି ଗାଁ ରାସ୍ତାରେ ଶତାଧିକ ଦେଶପ୍ରେମୀ

"ବୈଶିଙ୍ଗା (ଦୀପକ କୁମାର ସିଂହ): ସ୍ୱାଧୀନତା ଦିବସ ପାଳନକୁ ନେଇ ବଡ଼ସାହି ନିର୍ବାଚନ ମଣ୍ଡଳୀ ଅଧୀନ ରଘୁପୁର ମଣ୍ଡଳରେ ଦେଖିବାକୁ ମିଳିଛି ଦେଶପ୍ରେମର ଭବ୍ୟ ଚିତ୍ର।

୮୦ତମ ସ୍ୱାଧୀନତା ଦିବସ ଅବସରରେ ରଘୁପୁର ମଣ୍ଡଳ ବିଜେପି ପକ୍ଷରୁ ଆୟୋଜିତ ହୋଇଛି "ତିରଙ୍ଗା ଯାତ୍ରା"।

ହାତରେ ଜାତୀୟ ପତାକା, ମୁହଁରେ ଦେଶପ୍ରେମର ଉତ୍ସାହ ଏବଂ ଦେଶମାତୃକା ପ୍ରତି ସମ୍ମାନ—ଏଭଳି ପରିବେଶରେ ରଘୁପୁର ଅଞ୍ଚଳର ରାସ୍ତାରେ ଗଡିଥିଲା ତିରଙ୍ଗା ଯାତ୍ରା।

ସ୍ଥାନୀୟ ମଣ୍ଡଳ ସଭାପତି ଶାନ୍ତନୁ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଯାତ୍ରାରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଥିଲେ ବଡ଼ସାହି ବିଧାୟକ ସନାତନ ବିଜୁଳି।

ଯାତ୍ରାରେ ଯୋଗଦେଇ ବିଧାୟକ "ହର ଘର ତିରଙ୍ଗା" ଅଭିଯାନର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହ ଅଗଷ୍ଟ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଘରେ ତିରଙ୍ଗା ଉତ୍ତୋଳନ ପାଇଁ ଆହ୍ୱାନ ଦେଇଥିଲେ।Advertisment ଅଧିକ ପଢନ୍ତୁ:  World Press Freedom: ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସରେ ଭାରତର ୧୫୭ତମ ସ୍ଥାନକୁ ନେଇ କଂଗ୍ରେସର ସମାଲୋଚନା ଅବସରପ୍ରାପ୍ତ ସୈନିକ, ମିଶନ ଶକ୍ତିର ମହିଳା, ଛାତ୍ରଛାତ୍ରୀ, ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସମେତ ବିଭିନ୍ନ ସଂଗଠନର ସଦସ୍ୟ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ଖୁଣ୍ଟାପୁର ଶିବମନ୍ଦିର ନିକଟରୁ ବାହାରିଥିବା ଏହି ଯାତ୍ରା ପଣଶିଆ ବଜାର ସହିତ ଆଖପାଖ ଗାଁ ପରିକ୍ରମା କରିଥିଲା।

କାର୍ଯ୍ୟକ୍ରମରେ ବିଭିନ୍ନ କାର୍ଯ୍ୟାଳୟର ପ୍ରମୁଖ ଅଧିକାରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଶତାଧିକ ବିଜେପି କର୍ମକର୍ତ୍ତା ଓ ସମର୍ଥକ ଉପସ୍ଥିତ ଥିଲେ।

ଦେଶଭକ୍ତିର ନାରା ଓ ବିଶାଳ ତିରଙ୍ଗାରେ ଖୁଣ୍ଟାପୁର ପରିବେଶ ହୋଇଥିଲା ଦେଶପ୍ରେମରେ ଉଦ୍‌ବେଳିତ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media