Tiger Skin Seized Near Temple: ମନ୍ଦିର ନିକଟରୁ ବାଘ ଛାଲ ଜବତ, ପୂଜକଙ୍କ ସମେତ ୪ ଜଣଙ୍କୁ ବାନ୍ଧିଲା ବନ ବିଭାଗ
ମନ୍ଦିର ନିକଟରୁ ବାଘ ଛାଲ ଜବତ କଲା ବନ ବିଭାଗ।
ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ରେଞ୍ଜ ନାଇରା ସେକ୍ସନର କଣ୍ଣପାଡୁ ମନ୍ଦିର ନିକଟରେ ହୋଇଛି ଏହି ଚଢ଼ାଉ।
ଡିଏଫ୍ ଓଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଏସିଏଫଙ୍କ ଉପସ୍ଥିତିରେ ଗୁଣୁପୁର ଓ ଗୁଡ଼ାରୀ ରେଞ୍ଜର ବନ କର୍ମଚାରୀ ମିଳିତ ଭାବେ ଚଢ଼ାଉ କରିଥିଲେ।
ଏହି ସମୟରେ କଣ୍ଣପାଡୁ ମନ୍ଦିରର ପୂଜକ ଗୌରୀଶଙ୍କର ରଣା ବାଘ ଛାଲ ଧରି ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ବନ କର୍ମଚାରୀ ତାଙ୍କୁ କାବୁ କରିଥିଲେ।
Advertisment ଏହାପରେ ତଦନ୍ତ କରି ମୋଟ ୪ ଜଣଙ୍କୁ ଗିରଫ କରିଛି ବନ ବିଭାଗ।ଗିରଫଙ୍କ ମଧ୍ୟରେ ପଦ୍ମପୁର ବ୍ଲକ୍ ଡେରିଗାଁ ପଞ୍ଚାୟତର ଗୌରୀଶଙ୍କର ରଣା, ଗଞ୍ଜାମ ଜିଲ୍ଲା ଶେରଗଡ଼ର ମୂଳ ବାସିନ୍ଦା ତଥା ପଦ୍ମପୁରର ଶ୍ରୀରାମ ପାତ୍ର, ପଦ୍ମପୁର ବ୍ଲକର ଅବସରପ୍ରାପ୍ତ ଶିକ୍ଷକ ଫିଲିପ୍ ବିଡ଼ିକା ଏବଂ କନ୍ଧମାଳ ଜିଲ୍ଲା ତାଜୁଙ୍ଗିଆ ପଦାସାହିର ମରେନ୍ ମଲ୍ଲିକ ରହିଛନ୍ତି।
ସେମାନଙ୍କଠାରୁ ଗୋଟିଏ ବାଘ ଛାଲ ସହ ୩ଟି ବାଇକ୍ ଓ ୪ଟି ମୋବାଇଲ୍ ଫୋନ୍ ଜବତ ହୋଇଛି।
ଜବତ ବାଘ ଛାଲର ଲମ୍ବ ୨୫୦ ସେଣ୍ଟିମିଟର ଏବଂ ଓସାର ୧୦୭ ସେଣ୍ଟିମିଟର ରହିଛି।
ତେବେ ଏହି ବାଘ କେଉଁ ଅଞ୍ଚଳରେ ଶିକାର ହୋଇଥିଲା?
ଏହି ଘଟଣା ପଛରେ ଆଉ କାହାର ସମ୍ପୃକ୍ତି ରହିଛି?
ବାଘ ଛାଲର ଚୋରା କାରବାର ପଛରେ ଥିବା ରାକେଟ୍ ର ଚେର ଖୋଜୁଛି ବନ ବିଭାଗ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
