Tiger Shroff: ପିଲାଦିନର ଏହି ଅଭ୍ୟାସ ପାଇଁ ମିଳିଥିଲା ‘ଟାଇଗର’ ନାମ! ଟାଇଗର ଶ୍ରଫ୍‌ଙ୍କ ପ୍ରକୃତ ନାମ ଜାଣିଛନ୍ତି କି?

Oct 20, 2026 - 18:06
Tiger Shroff: ପିଲାଦିନର ଏହି ଅଭ୍ୟାସ ପାଇଁ ମିଳିଥିଲା ‘ଟାଇଗର’ ନାମ! ଟାଇଗର ଶ୍ରଫ୍‌ଙ୍କ ପ୍ରକୃତ ନାମ ଜାଣିଛନ୍ତି କି?

"ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଆକ୍ସନ୍ ଷ୍ଟାର୍ ଟାଇଗର ଶ୍ରଫ୍‌ ନିଜର ଜବରଦସ୍ତ ଆକ୍ସନ୍, ନୃତ୍ୟ ଓ ଫିଟ୍‌ନେସ୍‌ ପାଇଁ ବେଶ୍ ପରିଚିତ।

ଅଭିନେତା ଜ୍ୟାକି ଶ୍ରଫ୍‌ଙ୍କ ପୁଅ ଟାଇଗର ନିଜ ପ୍ରତିଭା ବଳରେ ବଲିଉଡ୍‌ରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

ତେବେ ନିକଟରେ ମୁମ୍ବାଇରେ ତାଙ୍କ କାର୍‌କୁ ଲକ୍ଷ୍ୟ କରି ଗୁଳିମାଡ଼ ହୋଇଥିବା ଘଟଣା ପରେ ସେ ଚର୍ଚ୍ଚାକୁ ଆସିଛନ୍ତି।

ଏହା ସହିତ ତାଙ୍କ ନାମକୁ ନେଇ ଏକ ରୋଚକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି।

ଅନେକ ଜାଣି ନଥିବେ ଯେ ଟାଇଗର ଶ୍ରଫ୍‌ ତାଙ୍କର ପ୍ରକୃତ ନାମ ନୁହେଁ।Advertisment କ"ଣ ଟାଇଗରଙ୍କ ପ୍ରକୃତ ନାମ?

ଟାଇଗର ଶ୍ରଫ୍‌ଙ୍କ ପ୍ରକୃତ ନାମ ହେଉଛି ଜୟ ହେମନ୍ତ ଶ୍ରଫ୍‌।

୧୯୯୦ ମସିହା ମାର୍ଚ୍ଚ ୨ ତାରିଖରେ ଜ୍ୟାକି ଶ୍ରଫ୍‌ ଓ ଆୟେଶା ଶ୍ରଫ୍‌ଙ୍କ ଘରେ ତାଙ୍କର ଜନ୍ମ ହୋଇଥିଲା।

ପିଲାଦିନେ ତାଙ୍କ ନାମ ଜୟ ହେମନ୍ତ ରଖାଯାଇଥିଲା।

କିନ୍ତୁ ପରେ ଏକ ଅଜବ ଅଭ୍ୟାସ ଯୋଗୁଁ ତାଙ୍କୁ ଟାଇଗର ନାମରେ ଡକାଯିବା ଆରମ୍ଭ ହୋଇଥିଲା।

ଧୀରେ ଧୀରେ ଏହି ନାମ ଏତେ ଲୋକପ୍ରିୟ ହୋଇଗଲା ଯେ ଆଜି ସେ ସାରା ଦେଶରେ ଟାଇଗର ଶ୍ରଫ୍‌ ନାମରେ ପରିଚିତ।

ପିଲାଦିନର କେଉଁ ଅଭ୍ୟାସ ପାଇଁ ମିଳିଥିଲା ଏହି ନାମ?

ଟାଇଗର ଶ୍ରଫ୍‌ ନିଜେ ଏକ ପୁରୁଣା ସାକ୍ଷାତକାରରେ ନାମ ପଛର କାହାଣୀ କହିଥିଲେ।

ସେ କହିଥିଲେ ଯେ ପିଲାଦିନେ ତାଙ୍କର ଅନ୍ୟମାନଙ୍କୁ କାମୁଡ଼ିବାର ଅଭ୍ୟାସ ଥିଲା।

ସେ ନିଜର ପରିଚିତ ଲୋକଙ୍କୁ ମଧ୍ୟ କାମୁଡ଼ି ଦେଉଥିଲେ।

ତାଙ୍କର ଏହି ଅଭ୍ୟାସକୁ ଦେଖି ପରିବାର ଲୋକେ ତାଙ୍କୁ ଟାଇଗର ବୋଲି ଡାକିବା ଆରମ୍ଭ କରିଥିଲେ।

ପରବର୍ତ୍ତୀ ସମୟରେ ଏହି ଡାକନାମ ତାଙ୍କର ପରିଚୟ ପାଲଟିଗଲା। "ହିରୋପନ୍ତି"ରୁ ଆରମ୍ଭ ହୋଇଥିଲା ଫିଲ୍ମ ଯାତ୍ରା ଟାଇଗର ଶ୍ରଫ୍‌ ୨୦୧୪ ମସିହାରେ "ହିରୋପନ୍ତି" ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡ୍‌ରେ ପାଦ ଥାପିଥିଲେ।

ଏହି ଫିଲ୍ମରେ ତାଙ୍କ ସହ ଅଭିନେତ୍ରୀ କ୍ରିତି ସାନନ୍‌ ନଜର ଆସିଥିଲେ।

ପ୍ରଥମ ଫିଲ୍ମରୁ ହିଁ ନିଜର ଆକ୍ସନ୍ ଓ ଡ୍ୟାନ୍ସ ପାଇଁ ସେ ଦର୍ଶକଙ୍କ ମନ ଜିଣିଥିଲେ।

ପରେ "ବାଗୀ", "ମୁନ୍ନା ମାଇକେଲ୍‌" ଓ "ୱାର୍‌" ଭଳି ଚଳଚ୍ଚିତ୍ରରେ ଅଭିନୟ କରି ସେ ନିଜର ଲୋକପ୍ରିୟତା ବଢ଼ାଇଥିଲେ।

ଗୁଳିମାଡ଼ ଘଟଣା ପରେ ଚର୍ଚ୍ଚାରେ ଅଭିନେତା ଅକ୍ଟୋବର ୧୮ ତାରିଖରେ ମୁମ୍ବାଇର ଜୁହୁ ଅଞ୍ଚଳରେ ଟାଇଗର ଶ୍ରଫ୍‌ଙ୍କ କାର୍‌କୁ ଲକ୍ଷ୍ୟ କରି ଗୁଳିମାଡ଼ ହୋଇଥିବା ଖବର ସାମ୍ନାକୁ ଆସିଥିଲା।

ଏହି ଘଟଣା ପରେ ତାଙ୍କ ସୁରକ୍ଷାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଚିନ୍ତା ବଢ଼ିଥିଲା।

ରିପୋର୍ଟ ଅନୁସାରେ, ଅଭିନେତା ସୁରକ୍ଷିତ ଅଛନ୍ତି ଏବଂ ପୁଲିସ ଘଟଣାର ତଦନ୍ତ କରୁଛି।

ଏହି ଘଟଣା ମଧ୍ୟରେ ତାଙ୍କ ନାମ ପଛରେ ଥିବା ଏହି ରୋଚକ କାହାଣୀ ପୁଣିଥରେ ଚର୍ଚ୍ଚାକୁ ଆସିଛି।

ଟାଇଗର ଶ୍ରଫଙ୍କୁ ଗୁଳିକାଣ୍ଡ ଘଟଣାରେ ପୁଲିସକୁ ବଡ଼ ସଫଳତା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)