Tiger Footprints: ମାନେଶ୍ୱରରେ ବାଘର ପାଦଚିହ୍ନ ମିଳିବା ଘଟଣା, ବନ ବିଭାଗର ପ୍ରତିକ୍ରିୟା

Nov 27, 2026 - 15:05
Tiger Footprints: ମାନେଶ୍ୱରରେ ବାଘର ପାଦଚିହ୍ନ ମିଳିବା ଘଟଣା, ବନ ବିଭାଗର ପ୍ରତିକ୍ରିୟା

ମାନେଶ୍ୱର: ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ୍ ଅନ୍ତର୍ଗତ ବତେମୁରା ପଞ୍ଚାୟତ ସୁରଡା ଗ୍ରାମରେ ବାଘ ର ପାଦଚିହ୍ନ ମିଳିବା ଘଟଣାରେ ପ୍ରତିକ୍ରିୟା ରଖିଛି ବନ ବିଭାଗ।

ସମ୍ବଲପୁର ସଦର ରେଞ୍ଜର୍ ପ୍ରଶାନ୍ତ ଓରାମ୍ କହିଛନ୍ତି, ଏଯାଏ ବାଘର ସନ୍ଧାନ ମିଳିନାହିଁ।

ତେବେ ଅନୁସନ୍ଧାନ ଚାଲିଛି।

ବିଭିନ୍ନ ନିକଟବର୍ତ୍ତୀ ଅଞ୍ଚଳରେ ବନ ବିଭାଗ କର୍ମଚାରୀମାନେ ଖୋଜାଖୋଜି ଜାରି ରଖିଛନ୍ତି।

ଏହାସହିତ ଅଞ୍ଚଳବାସୀଙ୍କୁ ସଚେତନ କରିବା ସହ ଅଧିକ କାମ ନପଡ଼ିଲେ ଘରୁ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି ଏବଂ ଜଙ୍ଗଲ କୁ ପ୍ରବେଶ ନିଷିଦ୍ଧ କରାଯାଇଛି।

Advertisment କେନାଲ ପାର ହୋଇ ବାଘ ଜଙ୍ଗଲ ଭିତରକୁ ଚାଲିଯାଇଥିଲା ସୂଚନା ମୁତାବକ ଗତକାଲି ସକାଳ ପ୍ରାୟ ୭ ଟା ସମୟରେ ଗ୍ରାମର ଲଳିତ ପାତ୍ର (୫୫) ନିଜ କ୍ଷେତ ଆଡ଼କୁ ଯାଉଥିବା ସମୟରେ ପୂର୍ବରୁ ରାସ୍ତା କଡ଼ରେ ଥିବା ଲଟାବୁଦା ପାର୍ଶ୍ଵରେ ଏକ ବାଘ ଛିଡ଼ା ହୋଇଥିବାର ଦେଖିବାକୁ ପାଇଥିଲେ ।

ତାଙ୍କ କହିବା ମୁତାବକ ବାଘ ଦେଖି ତାଙ୍କୁ ଗର୍ଜନ କରିବା ସହ ଦୁଇ ଗୋଡ଼ ଉପରକୁ ଟେକିଥିଲା ଏହା ପରେ ସେ ଜୀବନ ବଞ୍ଚାଇବା ଲାଗି ରାସ୍ତାକଡ଼ରେ ଯାଇଥିବା କେନାଲକୁ ଡେଇଁ ପଡ଼ିଥିଲେ।

ଏଥିରେ ସେ ସାମାନ୍ୟ ଆହତ ମଧ୍ୟ ହୋଇଛନ୍ତି ।

ଏହାପରେ ବାଘ ମଧ୍ୟ କେନାଲ ପାର ହୋଇ ପାଖରେ ଥିବା ଡୁଙ୍ଗୁରି (ଜଙ୍ଗଲ) ଭିତରକୁ ଚାଲିଯାଇଥିଲା ।

Bali Yatra: ଜଣଙ୍କର ଜୀବନ ଗଲା ପରେ ଚେତିଲା ପ୍ରଶାସନ, କଟକ ବାଲିଯାତ୍ରାରେ ଆଜି ଦୋଳିଖେଳ ବନ୍ଦ ସ୍ଥାନୀୟ ଲୋକେ ବନ ବିଭାଗର କର୍ମଚାରୀଙ୍କୁ ଜଣାଇବା ପରେ ଘଟଣା ସ୍ଥଳକୁ ସମ୍ବଲପୁର ଡିଏଫଓ ଙ୍କ ସମେତ ସଦର ରେଞ୍ଜର ଏବଂ ଅନ୍ୟାନ୍ୟ କର୍ମଚାରୀ ପହଞ୍ଚି ଛାନଭିନ ଆରମ୍ଭ କରିଥିଲେ।

ପାଦ ଚିହ୍ନ ଯାଞ୍ଚ କରିବା ସହିତ ଡ୍ରୋନ ମାଧ୍ୟମରେ ଖୋଜାଖୋଜି ଆରମ୍ଭ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)