Theft: ଛେଣ୍ଡିପଦାରେ ୩ଦିନରେ ୩ଟି ବଡ଼ ମନ୍ଦିରରୁ ଚୋରି

Jul 03, 2026 - 09:48
Theft: ଛେଣ୍ଡିପଦାରେ ୩ଦିନରେ ୩ଟି ବଡ଼ ମନ୍ଦିରରୁ ଚୋରି

"ଛେଣ୍ଡିପଦା: ଛେଣ୍ଡିପଦାରେ ୩ଦିନରେ ୩ଟି ବଡ଼ ମନ୍ଦିରରୁ ଚୋରି, ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଲେ ଦୁର୍ବୃତ୍ତ ।

ପୁଣି ସବୁଠି ସିସିଟିଭି ଥିବା ମନ୍ଦିରରୁ ଚୋରି।

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ରାମଚଣ୍ଡୀ ମନ୍ଦିର ରୁ ହୁଣ୍ତିଭାଙ୍ଗି ପୁଣି ଆଜି ଚୋରି ହୋଇଛି ।

୬ମାସ ହେବ ହୁଣ୍ତି ଖୋଲା ହୋଇ ନଥିବା ବେଳେ ୧ ଲକ୍ଷରୁ ଅଧିକ ଟଙ୍କା ସହ ସୁନା ଅଳଙ୍କାର ଥିବା ଗ୍ରାମବାସୀ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment ସିସିଟିଭି ୨ମାସ ହେବ ବନ୍ଦ ସୂଚନା ଯୋଗ୍ୟ, ମନ୍ଦିରର ସିସିଟିଭି  ୨ମାସ ହେବ ବନ୍ଦ ରହିଛି।

ଆଜି ଲୋକମାନେ ମନ୍ଦିରକୁ ଫୁଲ ତୋଳିବାକୁ ଆସିଥିବା ବେଳେ ମନ୍ଦିର ହୁଣ୍ତି ଭାଙ୍ଗିଥିବା ଦେଖିବାକୁ ପାଇଥିଲେ ।

ଫଳରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଛେଣ୍ଡିପଦା ପୁଲିସ ନିକଟରେ ଅଭିଯୋଗ କରାଯାଇଛି।

Religious: ଧର୍ମ ପରିବର୍ତ୍ତନ କରିଥିବାରୁ ମିଳୁନି ଶ୍ମଶାନ "