Massive corruption: ଲୁଣାଜଙ୍ଗଲ ବନୀକରଣ ନାଁରେ ମହାଦୁର୍ନୀତି: ୨୫୨ ହେକ୍ଟର ଜଙ୍ଗଲ ଉଭାନ!
"ରାଜନଗର: ରାଜନଗର ବନ୍ୟପ୍ରାଣୀ ବନଖଣ୍ଡରେ ଲୁଣାଜଙ୍ଗଲ ବନୀକରଣ ନାଁରେ ବଡ଼ଧରଣର ଦୁର୍ନୀତି ହୋଇଛି।
ରାଜନଗର ବନଖଣ୍ଡ ଅଧୀନରେ ଥିବା କୁଜଙ୍ଗ ବନାଞ୍ଚଳରେ ଗତ ୫ବର୍ଷରେ କାମ୍ପା, ମିଷ୍ଠି ଓ ଏସ୍ଆର୍ସି ଯୋଜନାରେ ୨ କୋଟି ୫୩ ଲକ୍ଷ ୫୭ ହଜାର ୩୬୪ ଟଙ୍କା ଖର୍ଚ୍ଚ କରି ୫୨୭.୧୨ ହେକ୍ଟର ଜମିରେ ଲୁଣା ଜଙ୍ଗଲ ସୃଷ୍ଟି କରାଯାଇଥିବା ତଥ୍ୟ ଦିଆଯାଇଛି।
ମାତ୍ର ଫରେଷ୍ଟ ବ୍ଲକ୍ ଅନୁଯାୟୀ ତଥ୍ୟ ପ୍ରଦାନ ବେଳେ ଗତ ୫ବର୍ଷରେ ୩୨୦ ହେକ୍ଟର ଲୁଣାଜଙ୍ଗଲ ବଢ଼ିଥିବା ଦର୍ଶାଯାଇଛି।
ଅବଶିଷ୍ଟ ୨୫୨ହେକ୍ଟର୍ ଜଙ୍ଗଲ କୁଆଡ଼େ ଗଲା ବୋଲି ଏବେ ପ୍ରଶ୍ନ ଉଠିଛି।
କାଗଜପତ୍ରରେ ଲୁଣାଜଙ୍ଗଲ ସୃଷ୍ଟି କରାଯାଇ ସରକାରୀ ଅର୍ଥ ହରିଲୁଟ୍ ହୋଇଥିବା ସନ୍ଦେହ କରାଯାଉଛି।Advertisment Forest Festival: ବନବିଭାଗ ପକ୍ଷରୁ ୭୭ତମ ବନ ମହୋତ୍ସବ ଉଦ୍ଘାଟିତ କୁଜଙ୍ଗ ବନାଞ୍ଚଳ ପକ୍ଷରୁ ଦିଆଯାଇଥିବା ତଥ୍ୟରେ ୨୦୨୧-୨୨ରେ କାମ୍ପା ଯୋଜନାରେ ନଦିଆଖିଆରେ ୪୦ଲକ୍ଷ ୯୮ହଜାର ଟଙ୍କା ବ୍ୟୟରେ ୧୦୦ ହେକ୍ଟର୍ ଲୁଣାଜଙ୍ଗଲ ସୃଷ୍ଟି କରାଯାଇଥିଲା ବେଳେ କଂସାରପାଟିଆରେ ୧୬ ଲକ୍ଷ ୩୭ ହଜାର ଟଙ୍କା ବ୍ୟୟରେ ୪୦ ହେକ୍ଟର, ଜଟାଧରତଣ୍ଡାରେ ୨ଟି ଦଫାରେ ୩୨ଲକ୍ଷ ୭୯ହଜାର ଟଙ୍କା ବ୍ୟୟରେ ୫୦ ହେକ୍ଟର, ବାଲିତୁଠରେ ୮ଲକ୍ଷ ୧୮ହଜାର ଟଙ୍କା ବ୍ୟୟରେ ୨୦ ହେକ୍ଟର, ଆକାଶଡ଼ିଆରେ ୧୦ଲକ୍ଷ ୨୬ହଜାର ଟଙ୍କା ବ୍ୟୟରେ ୧୦ ହେକ୍ଟର, ୨୦୨୨-୨୩ରେ କାମ୍ପା ଯୋଜନାରେ ଜଟାଧରତଣ୍ଡାରେ ୧୬ଲକ୍ଷ ୫୧ ହଜାର ୫୦୦ଟଙ୍କା ବ୍ୟୟରେ ୫୦ ହେକ୍ଟର, ସାହାଡ଼ାବେଦିରେ ୧୬ଲକ୍ଷ ୫୧ହଜାର ୫୦୦ଟଙ୍କା ବ୍ୟୟରେ ୫୦ ହେକ୍ଟର, ନଦିଆଖାଇରେ ୧୬ ଲକ୍ଷ ୫୧ ହଜାର ୫୦୦ ଟଙ୍କା ବ୍ୟୟରେ ୫୦ ହେକ୍ଟର, ଆକାଶଡିଆରେ ୯ଲକ୍ଷ ୯୦ହଜାର ଟଙ୍କା ବ୍ୟୟରେ ୩୦ହେକ୍ଟର, ଗଦାହରିଶପୁରରେ ୬ଲକ୍ଷ ୬୦ହଜାର ଟଙ୍କା ବ୍ୟୟରେ ୨୦ ହେକ୍ଟର, ବାଲିତୁଠରେ ୬ ଲକ୍ଷ ୬୦ ହଜାର ଟଙ୍କା ବ୍ୟୟରେ ୨୦ ହେକ୍ଟର୍, ପଦ୍ମପୁରରେ ୨୩ ଲକ୍ଷ ୩୯ ହଜାର ଟଙ୍କା ବ୍ୟୟରେ ୧୨ ହେକ୍ଟର, ଜଟାଧାରତଣ୍ଡାରେ ୧୯ ଲକ୍ଷ ୨୪ ହଜାର ଟଙ୍କା ବ୍ୟୟରେ ୧୩.୧୨ ହେକ୍ଟର ଜଙ୍ଗଲ ସୃଷ୍ଟି କରାଯାଇଛି।
ସେହିପରି ୨୦୨୩-୨୪ରେ ମିଷ୍ଠି ଯୋଜନାରେ ଜଟାଧାରତଣ୍ଡାରେ ୧ଲକ୍ଷ ୭୩ହଜାର ଟଙ୍କା ବ୍ୟୟରେ ୫ହେକ୍ଟର, କାମ୍ପା ଯୋଜନାରେ ୨୧ଲକ୍ଷ ୯୭ହଜାର ଟଙ୍କା ବ୍ୟୟରେ ୫୦ହେକ୍ଟର ଏବଂ ୨୦୨୪-୨୫ରେ ଜଟାଧାରତଣ୍ଡାରେ ୨ଲକ୍ଷ ୨୫ ହଜାର ଟଙ୍କା ବ୍ୟୟରେ ୭ ହେକ୍ଟର ଲୁଣାଜଙ୍ଗଲ ସୃଷ୍ଟି କରାଯାଇଛି।
Forest Destroy: ଗଛ କାଟି ନିଆଁ ଲଗାଉଛନ୍ତି ଦୁର୍ବୃତ୍ତ, ସଫା ହେଉଛି ଜଙ୍ଗଲ: ନୀରବ ବନ ବିଭାଗ !
୫ ବର୍ଷ ମଧ୍ୟରେ ୨କୋଟି ୫୩ଲକ୍ଷ ୫୭ହଜାର ୩୬୪ଟଙ୍କା ବ୍ୟୟ କରାଯାଇ ୫୨୭.୧୨ ହେକ୍ଟର ଲୁଣାଜଙ୍ଗଲ ସୃଷ୍ଟି କରାଯାଇଥିବା ଦର୍ଶାଯାଇଛି।
ତେବେ ଉକ୍ତ ୫ବର୍ଷରେ ଫରେଷ୍ଟ ବ୍ଲକ୍ୱାରି ଦିଆଯାଇଥିବା ସୂଚନା ଅଧିକାର ତଥ୍ୟ ଅନୁସାରେ କୁଜଙ୍ଗ ବନାଞ୍ଚଳର ୩୨ଟି ଫରେଷ୍ଟ ବ୍ଲକ୍ରୁ ଜଟାଧାରରେ ୯୦ହେକ୍ଟର, ସାହାଡ଼ାବେଦିରେ ୬୦ହେକ୍ଟର, ଗଦାହରିଶପୁରରେ ୨୦ହେକ୍ଟର ଓ ନଦିଆଖାଇରେ ୧୫୦ହେକ୍ଟର ଏହିପରି ମୋଟ୍ ୩୨୦ହେକ୍ଟର୍ ଲୁଣାଜଙ୍ଗଲ ବୃଦ୍ଧି ପାଇଛି।
ଯଦି ଗତ ୫ବର୍ଷରେ ୫୨୭.୧୨ହେକ୍ଟର୍ ଜମିରେ ବୃକ୍ଷରୋପଣ କରି ଲୁଣାଜଙ୍ଗଲ ସୃଷ୍ଟି ହୋଇଥିଲା, ତେବେ ୩୨୦ହେକ୍ଟର ଲୁଣାଜଙ୍ଗଲ କେମିତି ବଢ଼ିଲା?
ଅବଶିଷ୍ଟ ୨୫୨.୧୨ ହେକ୍ଟର ଲୁଣାଜଙ୍ଗଲ କୁଆଡ଼େ ଗଲା?
ଏ ସମ୍ପର୍କରେ କୁଜଙ୍ଗ ରେଞ୍ଜ ଅଫିସର୍ ସଞ୍ଜୟ କୁମାର ପ୍ରଧାନ କହିଛନ୍ତି, ଏ ସଂପର୍କରେ ତଦନ୍ତ କଲେ ଯାଇ ସୂଚନା ଦେଇ ପାରିବେ।"