The world's first battery-powered mining truck: ବିଶ୍ବର ପ୍ରଥମ ବ୍ୟାଟେରି ଚାଳିତ ମାଇନିଂ ଟ୍ରକ୍‌

Aug 27, 2026 - 08:25
The world's first battery-powered mining truck: ବିଶ୍ବର ପ୍ରଥମ ବ୍ୟାଟେରି ଚାଳିତ ମାଇନିଂ ଟ୍ରକ୍‌

"ବିଶ୍ବର ସର୍ବପ୍ରଥମ ସୋଡିୟମ୍‌-ଆୟନ୍‌ ଇଲେକ୍ଟ୍ରିକ୍‌ ମାଇନିଂ ଟ୍ରକ୍‌ ଚୀନ୍‌ ଦ୍ବାରା ପ୍ରବର୍ତ୍ତିତ ହୋଇଛି।

ଏହାର ସମୁଦାୟ ବ୍ୟାଟେରି ସାମର୍ଥ୍ୟ ହେଉଛି ୬୭୬ କିଲୋୱାଟ୍‌-ଆୱାର୍‌ ଏବଂ ମାତ୍ର ୨୫ ମିନିଟ୍‌ରେ ଏହି ବ୍ୟାଟେରି ଶତ ପ୍ରତିଶତ ଚାର୍ଜ ହୋଇପାରିବ।

ଚୀନ୍‌ର ସୋଡିୟମ୍‌-ଆୟନ୍‌ ‌ବ୍ୟାଟେରି ନିର୍ମାତା ହିନା ବ୍ୟାଟେରି ଟେକ୍‌ନୋ‌େଲାଜି ତୋଙ୍ଗ୍‌ଲି ହେଭି ଇଣ୍ଡଷ୍ଟ୍ରି ସହିତ ମିଶି ଏହି ଟ୍ରକ୍‌ ସବୁକୁ ସାଙ୍ଗ୍‌ସାନ୍‌ ସାନ୍‌‌ୟୁ ମାଇନିଂ ନାମକ ଏକ ଚୀନା ଖଣି କମ୍ପାନିକୁ ଯୋଗାଇ ଦେଉଛି।

Advertisment Deras: ଡେରାସ୍‌ ସିଫୁଡ୍‌ ପାର୍କରେ ମୁଖ୍ୟ ଶାସନ ସଚିବ ଏହି ଟନ୍‌ଲି ଟିଏଲ୍‌ଇ୧୨୦ ମାଇନିଂ ଟ୍ରକ୍‌ର ଓଜନ ୭୫ ଟନ୍‌।

ଘଣ୍ଟା ପ୍ରତି ସର୍ବାଧିକ ବେଗ ୪୫ କିଲୋମିଟର୍‌ ଓ ଏବଂ ଏହା ୩୫ ଡିଗ୍ରି ଉଠାଣି ଚଢ଼ିବାକୁ ସମର୍ଥ।ସାଙ୍ଗ୍‌ସାନ୍‌ ସାନ୍‌‌ୟୁ ମାଇନିଂକୁ ଯୋଗାଣ କରାଯାଇଥିବା ଏହି ଟ୍ରକ୍‌ରେ କିନ୍ତୁ ହିନାର "ଷ୍ଟାର୍‌ଫିସ୍‌" ନାମକ ସୋଡିୟମ୍‌-ଆୟନ୍‌ ବ୍ୟାଟେରି ଲାଗିଛି।

ଏହି ବ୍ୟାଟେରିର ଏନର୍ଜି ଡେନ୍‌ସିଟି କିଲୋଗ୍ରାମ୍‌ ପିଛା ସର୍ବାଧିକ ୧୬୫ ୱାଟ୍‌-ଆୱାର୍‌।

ତେଣୁ ଏଥିରୁ ସମ୍ପୂର୍ଣ୍ଣ ଚାର୍ଜ ସରିଯାଇଥିଲେ ମଧ୍ୟ ଏହା ମାତ୍ର ୨୦ରୁ ୨୫ ମିନିଟ୍‌ ମଧ୍ୟରେ ଶତ ପ୍ରତିଶତ ଚାର୍ଜ ହୋଇପାରୁଛି।

Monsoon: ମଧ୍ୟ ଭାରତ ଉପରେ ମୌସୁମୀ ସକ୍ରିୟ ସେପ୍ଟେମ୍ବର ୧୦ ପରେ ଦୁର୍ବଳ ହୋଇପାରେ ଗତବର୍ଷ ଷ୍ଟାର୍‌ଫିସ୍‌ ବ୍ୟାଟେରି ଉନ୍ମୋଚିତ ହୋଇଥିଲା।

ଏହାର ଜୀବନଚକ୍ର ୮୦୦୦ରୁ ଅଧିକ ଏବଂ ଏହା ବିଯୁକ୍ତ ୪୦ ଡିଗ୍ରି ସେଲ୍‌ସିୟସ୍‌ରୁ ୪୫ ଡିଗ୍ରି ସେଲ୍‌ସିୟସ୍‌ ଭଳି ବିଭିନ୍ନ ତାପମାତ୍ରାରେ ଦକ୍ଷତାର ସହିତ ଚାଲିପାରେ।

ତେଣୁ ସମଗ୍ର ଚୀନ୍‌ରେ ପୃଥକ୍‌ ପୃଥକ୍‌ ଜଳବାୟୁରେ ଥିବା ଖଣିରେ କାର୍ଯ୍ୟ କରିବା ଲାଗି ଏହା ବିଶେଷ ଉପଯୋଗୀ।

ଷ୍ଟାର୍‌ଫିସ୍‌ର ଚାରିଟି ଭିନ୍ନ ଭିନ୍ନ ମଡେଲ୍‌ ରହିଛି।

ଷ୍ଟାର୍‌ଫିସ୍‌ କେ୧୫୦ ଓ କେ୨୧୦ ସ୍ବଳ୍ପ ଦୂରଗାମୀ ପରିବହନ ନିମନ୍ତେ ପ୍ରଯୁଜ୍ୟ।

ସେହିପରି ଷ୍ଟାର୍‌ଫିସ୍‌ କେ୨୮୦ ଓ କେ୩୫୦ ଦୀର୍ଘପଥ ପରିବହନ ଲାଗି ବ୍ୟବହାର କରାଯାଉଛି।

Health: ଜଙ୍ଗଲରେ ଫିଙ୍ଗିଦେଲେ ପେଟିପେଟି ଆଇରନ ବଟିକା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)