The story of the hanging: ଝୁଲଣର କାହାଣୀ
"ଶ୍ରାବଣ ପୂର୍ଣ୍ଣିମାର ଅନ୍ୟନାମ ଝୁଲଣ ପୂର୍ଣ୍ଣିମା।
ଶ୍ରୀମନ୍ଦିରରେ ଏହି ଉତ୍ସବ ଶ୍ରାବଣ ଶୁକ୍ଳ ଦଶମୀଠାରୁ ଆରମ୍ଭ ହୋଇ ଭାଦ୍ରବ କୃଷ୍ଣ ପ୍ରତିପଦରେ ଶେଷ ହୁଏ।
ଏହା ବ୍ୟତୀତ, ପୁରୀ ସହରର ତଥା ଓଡ଼ିଶାର ମଠବାଡ଼ି ଓ ବିଷ୍ଣୁମନ୍ଦିରଗୁଡ଼ିକରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ।
ଏଥିରେ ରାଧା-କୃଷ୍ଣ ମହା ଜାକଜମକରେ ପ୍ରସ୍ତୁତ କୁଞ୍ଜରେ ଦୋଳି ବା ହାନ୍ଦୋଳାରେ ଝୁଲିଥାଆନ୍ତି।
ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ବିଜେ ପ୍ରତିମା ଶ୍ରୀମଦନମୋହନ ଏବଂ ଶ୍ରୀଦେବୀ ଓ ଭୂଦେବୀ ଆଜ୍ଞାମାଳ ପାଇ ଏହି ଉତ୍ସବ ସଂପାଦନ କରିଥାଆନ୍ତି।Advertisment Bank account: ପିଏମ୍ ଜନଧନ ଯୋଜନାରେ ଆକାଉଣ୍ଟ ସଂଖ୍ୟା ୫୯ କୋଟି ଟପିଲା ଶ୍ରୀମନ୍ଦିରରେ ପାଳିତ ହେଉଥିବା ଏହି ଉତ୍ସବର ରୀତିନୀତି ଅନୁସାରେ, ଶ୍ରାବଣ ଶୁକ୍ଳ ଦଶମୀଦିନ ଏହାର ଆରମ୍ଭ ହୋଇଥାଏ।
ଏହିଦିନ ମଧ୍ୟାହ୍ନ ଧୂପ ପରେ ଦକ୍ଷିଣି ଘରେ ଶ୍ରୀଦେବୀ, ଭୂଦେବୀ ଓ ଶ୍ରୀମଦନମୋହନ ସୁବେଶ ହୋଇ ରତ୍ନସିଂହାସନକୁ ବିଜେ ହୁଅନ୍ତି।
ଶ୍ରୀମଦନମୋହନଙ୍କୁ ଶ୍ରୀଜଗନ୍ନାଥଙ୍କ ଦକ୍ଷିଣ ଭୁଜରୁ ଖଣ୍ଡିଏ ଆଜ୍ଞାମାଳ ଦିଆଯାଏ।
ସେହିପରି ଶ୍ରୀଦେବୀ ଓ ଭୂଦେବୀ ତାଙ୍କର ବାମଭୁଜରୁ ଦୁଇଖଣ୍ଡି ଆଜ୍ଞାମାଳ ପାଆନ୍ତି।
ତାହାପରେ ସେମାନେ ଝୁଲଣ ମଣ୍ଡପକୁ ବିଜେ କରନ୍ତି।
ଏହିପରି, ଏକାଦଶୀ ଦିନ ମଧ୍ୟ ସେମାନେ ଆଜ୍ଞାମାଳ ପାଇ ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରିବାପରେ ଝୁଲଣ ମଣ୍ଡପକୁ ବିଜେ କରିଥାନ୍ତି।
ଅନ୍ୟଦିନ ଗୁଡ଼ିକରେ ମଧ୍ୟ ପୂର୍ବପରି ଝୁଲଣ ନୀତି ସଂପନ୍ନ ହୋଇଥାଏ।
ଏହି ଝୁଲଣ ଉତ୍ସବର ବନ୍ଦାପନା ମନ୍ତ୍ର ହେଉଛି-“ରାସରାସେଶ୍ବରଂ କୃଷ୍ଣଂ ରାଧିକାପ୍ରାଣବଲ୍ଲଭମ୍।ଗୃହାଣ ଭଗବନ୍ ବିଷ୍ଣୋ!
ହାନ୍ଦୋଳମର୍ଚ୍ଚନାଦିକମ୍।।” Weather: ଚୀନର ସତର୍କ ସୂଚନା; ନେପାଳରେ ୩ ଦିନ ମଧ୍ୟରେ ପୁଣି ବନ୍ୟା ଆଶଙ୍କା ଶ୍ରୀଜଗନ୍ନାଥ ମନ୍ଦିରର ସେବାପୂଜା ସଂପର୍କିତ ଗ୍ରନ୍ଥ, ଯଥା- "ନୀଳାଦ୍ରି ମହୋଦୟଃ" ଓ "ବାମଦେବ ସଂହିତା" ଆଦିରେ ଏହି ନୀତିର ଉଲ୍ଲେଖ ନାହିଁ।
ଏହା ସୂଚିତ କରେ, ଯେ ଏହି ଉତ୍ସବ, ଏହିସବୁ ଗ୍ରନ୍ଥ ରଚନାର ପରବର୍ତ୍ତୀ କାଳରେ ପ୍ରବର୍ତ୍ତିତ ହୋଇଛି।
ସମ୍ଭବତଃ ଶ୍ରୀଚୈତନ୍ୟ ପ୍ରବର୍ତ୍ତିତ ବୈଷ୍ଣବଧର୍ମର ପ୍ରଚାର, ପ୍ରସାର ସହିତ ଏହି ଉତ୍ସବର ସୂତ୍ରପାତ ହୋଇଛି।
ତେବେ ଏ ସଂପର୍କରେ ଏକ ରୋଚକ କିଂବଦନ୍ତି ପ୍ରଚଳିତ ଅଛି।
ତାହା ହେଉଛି- ଏକଦା ବୃନ୍ଦାବନରେ ଭଗବାନ ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କର ସେବାର ସୁଯୋଗ ଦେବତା, ମନୁଷ୍ୟ ଓ ଗୋପୀମାନେ ପାଇବା ଦେଖି ଗନ୍ଧର୍ବମାନେ ମଧ୍ୟ ତାଙ୍କର କିଛି ସେବାର ସୁଯୋଗ ପାଇବା ପାଇଁ ପ୍ରାର୍ଥନା କଲେ।
ସେହି ପ୍ରାର୍ଥନା ଅନୁସାରେ, ଗୋଟିଏ ସୁନ୍ଦର, ଚକମକିଆ ଜରିଜମ୍ବୁରାରେ ତିଆରି କୁଞ୍ଜରେ ରାଧା-କୃଷ୍ଣଙ୍କୁ ଦୋଳିରେ ବସାଇ ଝୁଲାଇବାର ସୁଯୋଗ ଗନ୍ଧର୍ବମାନଙ୍କୁ ମିଳିଲା।
ଗନ୍ଧର୍ବମାନଙ୍କ ସ୍ବଭାବରେ ଜାକଜମକର ପ୍ରାଧାନ୍ୟ ଥିବାରୁ ଏହି କୁଞ୍ଜର ଦୋଳିଖେଳକୁ "ଗନ୍ଧର୍ବାଚରିତ ଝୁଲଣ ଉତ୍ସବ" କୁହାଗଲା।ତେବେ ଏହା ରାଧା-କୃଷ୍ଣଙ୍କର ଏକ ରାସୋତ୍ସବ।
ଶ୍ରାବଣ ମାସ ବର୍ଷାମାସ ହୋଇଥିବାରୁ, ଏହି ଉତ୍ସବର ଅନ୍ୟ ନାମ ମଧ୍ୟ "ପ୍ରାବୃଟ ରାସ"।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
