Temple: ଶ୍ରୀମନ୍ଦିରରେ ଋଷିପୂଜନ ପରମ୍ପରା

Aug 28, 2026 - 08:53
Temple: ଶ୍ରୀମନ୍ଦିରରେ ଋଷିପୂଜନ ପରମ୍ପରା

"ଶ୍ରାବଣ ପୂର୍ଣ୍ଣିମାରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଦୁଇଟି ବିଶେଷ ନୀତି ହେଉଛି- ଶ୍ରୀବଳଭଦ୍ର ଜନ୍ମ ଓ ଶ୍ରୀସୁଦର୍ଶନଙ୍କ ଆଶ୍ରମବିଜେ।

ଏହି ଦୁଇ ନୀତିରେ ଶ୍ରୀସୁଦର୍ଶନଙ୍କର ବିଶେଷ ଭୂମିକା ରହିଥାଏ।

ଶ୍ରୀସୁଦର୍ଶନ ଶ୍ରୀମନ୍ଦିରର ରତ୍ନବେଦୀରେ ବିରାଜିତ ସପ୍ତଧା ବିଗ୍ରହଙ୍କର ଅନ୍ତର୍ଗତ।

ଶ୍ରୀଦେବୀ, ଭୂଦେବୀ ଓ ଶ୍ରୀମାଧବଙ୍କ ବ୍ୟତୀତ, ସେ ଚତୁର୍ଦ୍ଧା ବିଗ୍ରହଙ୍କ ମଧ୍ୟରୁ ଅନ୍ୟତମ।

ଚକ୍ର ରୂପରେ ସେ ଶ୍ରୀଜଗନ୍ନାଥ ବା ଭଗବାନ ଶ୍ରୀବିଷ୍ଣୁଙ୍କର ଦକ୍ଷିଣ ହସ୍ତର ଆୟୁଧ। "ସ୍କନ୍ଦପୁରାଣ" ଅନୁସାରେ, ସ୍ତମ୍ଭ ରୂପରେ ସେ ଭଗବାନଙ୍କର ଚତୁର୍ଥ ଶରୀର।Advertisment Last rites: ବାପାଙ୍କ ମୃତ୍ୟୁ ପରେ ଭାଇକୁ ଡାକିବାକୁ ଗଲେ ଭଉଣୀ, ଶେଷରେ ନିଜେ ଦେଲେ ମୁଖାଗ୍ନି ଶ୍ରୀମନ୍ଦିରର ରୀତିନୀତି ଅନୁସାରେ– ଶ୍ରାବଣ ପୂର୍ଣ୍ଣିମା ଦିନ ଶ୍ରୀଜଗନ୍ନାଥ ଶ୍ରୀସୁଦର୍ଶନଙ୍କୁ ଶ୍ରୀବଳଭଦ୍ରଙ୍କ ଜନ୍ମନୀତି, ପ୍ରାଚୀନ ଆଶ୍ରମର ଋଷି ଅର୍ଚ୍ଚନା ତଥା ଶ୍ରୀକ୍ଷେତ୍ର ଭ୍ରମଣ ନି‌ମନ୍ତେ ଆଜ୍ଞା ଦିଅନ୍ତି। "ନୀଳାଦ୍ରି ମହୋଦୟଃ" ଅନୁସାରେ ଏଥିନିମନ୍ତେ ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ଦିଆଯିବା ସମୟରେ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରାଯାଏ- ହେ ରମାକାନ୍ତ!

ସ୍ତମ୍ଭରୂପ ଧାରଣ କରିଥିବା ଶ୍ରୀସୁଦର୍ଶନଙ୍କୁ ଶ୍ରୀବଳଭଦ୍ରଙ୍କ ଜ‌େନ୍ମାତ୍ସବରେ ଦେବର୍ଷିମାନଙ୍କର ପୂଜା, ଅଙ୍ଗିରା ଆଶ୍ରମ ପୂଜା, କଳ୍ପବଟ ପ୍ରଦକ୍ଷିଣ, କଣ୍ଡୁ ମୁନିଙ୍କ ଆଶ୍ରମରେ ଅର୍ଚ୍ଚନା ଓ ଶ୍ରୀକ୍ଷେତ୍ର ଭ୍ରମଣ ପାଇଁ ଆଜ୍ଞାଦେବା ହେଉ!

ହେ ମହାବାହୁ!

ଏହି କାର୍ଯ୍ୟ ସଂପନ୍ନ କରିବାପାଇଁ ଶ୍ରୀସୁଦର୍ଶନଙ୍କୁ ଆଜ୍ଞାଦେବା ହୁଅନ୍ତୁ! "ବାମଦେବ ସଂହିତା"ରେ ମଧ୍ୟ ଏହାର ଉଲ୍ଲେଖ ଅଛି।

ସେଥିରେ ଅାହୁରି ମଧ୍ୟ କୁହାଯାଇଛି- ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ଗ୍ରହଣ କରି ଆଚାର୍ଯ୍ୟ ଶ୍ରୀସୁଦର୍ଶନଙ୍କ ଶିରରେ ଅର୍ପଣ କରିବେ।

ଏହାପରେ ବିଦ୍ୟାପତି ଓ ବିଶ୍ବାବସୁ ବଂଶର ସେବକମାନେ ଶ୍ରୀସୁଦର୍ଶନଙ୍କୁ ଶ୍ରୀମନ୍ଦିରରୁ ବାହାରକୁ ଆଣି ରଖିବେ।

ତାଙ୍କୁ ବିଭିନ୍ନ ଗନ୍ଧ, ପୁଷ୍ପ ଓ ଅଳଙ୍କାର ଦ୍ବାରା ଭୂଷିତ କରାଇବେ।

ଏକ ଦିବ୍ୟ, ମନୋହର, ସୁସଜ୍ଜିତ ହାନ୍ଦୋଳାରେ ଶ୍ରୀସୁଦର୍ଶନଙ୍କୁ ବିଜେ କରାଇ ମନ୍ଦିର ଚତୁର୍ପାର୍ଶ୍ବରେ ଭ୍ରମଣ କରାଇବେ।

ଏହା ପରେ ଶ୍ରୀସୁଦର୍ଶନଙ୍କୁ ମାର୍କଣ୍ଡେୟ ପୁଷ୍ପରିଣୀକୁ ନେଇ ସେଠାରେ ସ୍ଥାପନ କରିବେ।

Weather: ଚୀନର ସତର୍କ ସୂଚନା; ନେପାଳରେ ୩ ଦିନ ମଧ୍ୟରେ ପୁଣି ବନ୍ୟା ଆଶଙ୍କା ଏହି ମାର୍କଣ୍ଡେୟ ପୁଷ୍କରିଣୀଠାରେ ନିର୍ଦ୍ଦିଷ୍ଟ ବିଧିରେ ଶ୍ରୀବଳଭଦ୍ରଙ୍କ ଜନ୍ମନୀତି ପାଳିତ ହୋଇଥାଏ।

ତାହାପରେ ଶ୍ରୀସୁଦର୍ଶନଙ୍କୁ ଶ୍ରୀକ୍ଷେତ୍ରର ଚାରି ପୁରାତନ ଆଶ୍ରମକୁ ନିଆଯାଏ।

ସେହି ଚାରିଟି ଆଶ୍ରମ ହେଉଛି- ଦୋଳମଣ୍ଡପ ସାହିର ଅଙ୍ଗିରା ଆଶ୍ରମ, ବାଲିସାହିର ଭୃଗୁ ଆଶ୍ରମ, ଗୌଡ଼ବାଡ଼ ସାହିର କଣ୍ଡୁ ଆଶ୍ରମ ଓ ମାର୍କଣ୍ଡେଶ୍ବର ସାହିର ମାର୍କଣ୍ଡ ଆଶ୍ରମ।

ଅଙ୍ଗିରା, ଭୃଗୁ, କଣ୍ଡୁ ଓ ମାର୍କଣ୍ଡ ହେଉଛନ୍ତି ଭାରତବର୍ଷର ଚାରି ପ୍ରସିଦ୍ଧ ଓ ପ୍ରାଚୀନ ଋଷି।

ଏମାନଙ୍କର ଆଶ୍ରମ ‌ଶ୍ରୀକ୍ଷେତ୍ର-ଐତିହ୍ୟର ଚାରି ମହତ୍ତ୍ବପୂର୍ଣ୍ଣ ପୀଠ।

ଶ୍ରୀବଳଭଦ୍ରଙ୍କ ଜନ୍ମଉତ୍ସବ ଅବସରରେ ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ପାଇ ଶ୍ରୀସୁଦର୍ଶନ ଏହି ଚାରି ଆଶ୍ରମକୁ ଯାଇ ସଂପୃକ୍ତ ଚାରି ଋଷିଙ୍କୁ ସମ୍ମାନ ପ୍ରଦର୍ଶନ କରିବା ସହିତ ସେମାନଙ୍କର ପୂଜାର୍ଚ୍ଚନା କରିଥାଆନ୍ତି।

ଏହା ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ଏକ ମହାନ୍‌ ପରମ୍ପରା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)