The Rengali reservoir: ଶୁଖିଲା ପଡ଼ିଛି ରେଙ୍ଗାଳି ଜଳଭଣ୍ଡାର: ବିଦ୍ୟୁତ୍ ଉତ୍ପାଦନ ଠପ୍
"ଅନୁଗୋଳ/ରେଙ୍ଗାଳି: ରେଙ୍ଗାଳି ଜଳଭଣ୍ଡାରରେ ପାଣି ନାହିଁ।
ସର୍ବନିମ୍ନ ସ୍ତରକୁ ଖସିଛି ଜଳସ୍ତର।
ଫଳରେ ୪ ଦିନ ହେଲା ବିଦ୍ୟୁତ୍ ଉତ୍ପାଦନ ଠପ୍ ହୋଇଯାଇଛି।
ବିଦ୍ୟୁତ୍ ଉତ୍ପାଦନ ବନ୍ଦ ଯୋଗୁଁ ତଳମୁଣ୍ଡକୁ ପାଣି ଯାଉନି।
ଏଥିପାଇଁ ସମଲ ବ୍ୟାରେଜ୍ର ଜଳସ୍ତର ତଳମୁହାଁ ହେବାରେ ଲାଗିଛି।
ଏଠାରୁ ବିଭିନ୍ନ ସଂସ୍ଥାକୁ ପାନୀୟଜଳ ଯୋଗାଣ ହେଉଥିବାରୁ ଏଥିରେ ସାଂଘାତିକ ସମସ୍ୟା ସୃଷ୍ଟି ହୋଇଛି।
Advertisment Education: ଖଣି ଅଞ୍ଚଳରେ ଓଏମ୍ସିର ଶିକ୍ଷା ପଦକ୍ଷେପ ଚଳିତବର୍ଷ ଖରାଦିନେ ବିଲ୍କୁଲ ବର୍ଷା ନ ଥିଲା।
ମୌସୁମୀ ଆସିବା ପରେ ବି ବର୍ଷା ନାହିଁ।
ଏଥିପାଇଁ ରେଙ୍ଗାଳି ଜଳଭଣ୍ଡାର ଶୁଖିଲା ପଡ଼ିଛି।
ଏହି ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୨୩.୫ମିଟର ଥିବା ବେଳେ ଆଜି ସକାଳ ବେଳକୁ ଏହାର ଜଳସ୍ତର ୧୦୯.୮୪ ମିଟର ରହିଛି।
ଅପରପକ୍ଷରେ ବିଦ୍ୟୁତ୍ ଉତ୍ପାଦନ ପାଇଁ ସର୍ବନିମ୍ନ ଜଳସ୍ତର ୧୦୯.୭୨ ମିଟର ରହିବା ଦରକାର।
ଅର୍ଥାତ୍ ଜଳସ୍ତର ସର୍ବନିମ୍ନ ସ୍ତରରେ ପହଞ୍ଚି ଯାଇଛି।
ଏଥିପାଇଁ ବିଦ୍ୟୁତ୍ ଉତ୍ପାଦନ ହୋଇପାରୁନି।
ଏବେ ଯେତିକି ପାଣି ରହିଛି, ସେତିକିରେ ଟର୍ବାଇନ୍ ଚାଲିପାରୁନି।
ଫଳରେ ୨୦ ତାରିଖରୁ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ରହିଛି।
ଶେଷ ଥର ପାଇଁ ୨୦ ତାରିଖରେ ୧୮୯ ମେଗାୱାଟ୍ ବିଜୁଳି ଉତ୍ପାଦନ ହୋଇଥିଲା।
Blast: ରାସ୍ ଲଫାନ ବିସ୍ଫୋରଣ, ମୋଦୀଙ୍କ ସହ କଥା ହେଲେ କତର ଏମିର୍ ରେଙ୍ଗାଳି ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଗତବର୍ଷ ଆଜିର ତାରିଖରେ ଏଠାରେ ଜଳସ୍ତର ୧୧୫.୯୭ ମିଟର ରହିଥିଲା।
ଏଥର ପାଖାପାଖି ୬ ମିଟର କମ୍ ପାଣି ରହିଥିବାରୁ ସମସ୍ୟା ହୋଇଛି।
ଏଠାରେ ବିଦ୍ୟୁତ୍ ଉତ୍ପାଦନ ହେବା ପରେ ପାଣି ତଳମୁଣ୍ଡକୁ ଯାଇଥାଏ।
ସମଲ ବ୍ୟାରେଜ୍ରେ ଏହି ପାଣି ଗଚ୍ଛିତ କରାଯାଇ ବିଭିନ୍ନ ଶିଳ୍ପସଂସ୍ଥାକୁ ଭାଗ ବାଣ୍ଟି ଦିଆହୁଏ।
ପୁଣି ପାନୀୟ ଜଳ ପାଇଁ ବ୍ୟବହାର କରାଯାଉଛି।
କିନ୍ତୁ, ୪ ଦିନ ହେଲା ତଳମୁଣ୍ଡକୁ ପାଣି ନ ଯିବାରୁ ସମଲ ବ୍ୟାରେଜ୍ ଶୁଖିଗଲାଣି।
ଏଣୁ ଏଠାରେ ଜଳ ପରିଚାଳନାରେ ସମସ୍ୟା ସୃଷ୍ଟି ହୋଇଛି।
ନଦୀର ତଳମୁଣ୍ଡ ପୂରା ଶୁଖିଗଲାଣି।
ଏଥିପାଇଁ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହେଉଛନ୍ତି।
ଏହାକୁ ନଜରରେ ରଖି ବୁଧବାର ରାତିରେ କିଛି ସମୟ ପାଇଁ ୨ଟି ୟୁନିଟ୍ ଚଳାଇବାକୁ ନିଷ୍ପତ୍ତି ହୋଇଛି।
ଫଳରେ ତଳମୁଣ୍ଡକୁ କିଛି ପାଣି ଯାଇପାରିବ।
କିନ୍ତୁ, ଜଳସ୍ତର ସର୍ବନିମ୍ନ ସ୍ତରକୁ ପହଞ୍ଚି ଯାଇଥିବାରୁ ଆଗକୁ ଗୁରୁତର ସମସ୍ୟା ସୃଷ୍ଟି କରିବା ନିଶ୍ଚିତ।
ଏବେ ବଡ଼ ବର୍ଷାର ଦେଖା ନାହିଁ।
ଉପର ମୁଣ୍ଡରେ ଲଗାଣ ବର୍ଷା ହେଲେ ଯାଇ ଜଳଭଣ୍ଡାରର ଜଳସ୍ତର ବଢ଼ିବ।
କିନ୍ତୁ, ଏଥିପାଇଁ ସମୟ ଲାଗିବ।
ଏଣୁ ଏହି ମାସରେ ସମସ୍ୟା ଦୂର ହେବାର ସମ୍ଭାବନା ପ୍ରାୟ ନାହିଁ।
ଏନେଇ ଓଏଚ୍ପିସିର ରେଙ୍ଗାଳି ୟୁନିଟ୍ ମୁଖ୍ୟ ସୁବ୍ରତ ଷଡ଼ଙ୍ଗୀ କହିଛନ୍ତି, ଜଳଭଣ୍ଡାରରେ ପାଣି ନଥିବାରୁ ୨୦ ତାରିଖ ପରେ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ରହିଛି।
ତଳମୁଣ୍ଡରେ ସମସ୍ୟା ହେବାରୁ ଆଜି ଅଳ୍ପ ସମୟ ପାଇଁ ଦୁଇଟି ୟୁନିଟ୍ ଚଳାଇବାକୁ ନିଷ୍ପତ୍ତି ହୋଇଛି।
ଆଗକୁ ଲଗାଣ ବର୍ଷା ହେଲେ ଯାଇ ସ୍ଥିତି ସ୍ବାଭାବିକ ହେବ ବୋଲି ସେ କହିଛନ୍ତି।"