The Lord of the Universe ସ୍ନାନବେଦୀରେ ବ୍ରହ୍ମାଣ୍ଡପତି
"ମାଣିଆବନ୍ଧ: ବଡ଼ମ୍ବା ବ୍ଲକ୍ ଅନ୍ତର୍ଗତ ତାଳମୁଣ୍ଡଳୀ ଗ୍ରାମ ତୃତୀୟାଦେବ ମନ୍ଦିରରେ ପ୍ରଭୁ ଶ୍ରୀ ତୃତୀୟା ଦେବଙ୍କ ସ୍ନାନ ଉତ୍ସବ ପାଳିତ ହୋଇଯାଇଛି।
ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ମହାପ୍ରଭୁଙ୍କ ଧାଡ଼ି ପହଣ୍ଡି କରାଯାଇ ସ୍ନାନ ମଣ୍ଡପକୁ ନିଆଯାଇଥିଲା।
ସେଠାରେ ମହାପ୍ରଭୁଙ୍କ ଆଳତି, ମଇଲମ ଓ ଅନ୍ୟାନ୍ୟ ନିତ୍ୟକର୍ମ ଆଦି ସମ୍ପାଦନ କରାଯାଇ ଦେବସ୍ନାନ କରାଯାଇଥିଲା।
ସ୍ନାନ କାର୍ଯ୍ୟ ସମାପନ ପରେ ଠାକୁରମାନଙ୍କୁ ଗଜରାଜ ବେଶରେ ସଜ୍ଜିତ କରାଯାଇଥିଲା।
ଶେଷରେ ଗ୍ରାମ ତଥା ଗ୍ରାମ ବାହାରୁ ଆସିଥିବା ଶ୍ରଦ୍ଧାଳୁ, ଭକ୍ତମାନଙ୍କ ଭୋଗ ଲାଗି ହୋଇଥିଲା।
ଏହି ଅବସରରେ ଶ୍ରୀ ତୃତୀୟା ଦେବ ଟ୍ରଷ୍ଟ, ତାଳମୁଣ୍ଡଳୀ ଗ୍ରାମବାସୀଙ୍କ ତରଫରୁ ଭଜନ କୀର୍ତ୍ତନର ଆୟୋଜନ କରାଯାଇଥିଲା।
ଏହି ଉତ୍ସବରେ ଶ୍ରୀ ତୃତୀୟା ଦେବ ମନ୍ଦିର ପୂଝାରୀ ମିଥୁନ କର, ସଞ୍ଜୟ କର ଓ ମଧୁସୂଦନ କର ତଥା ତାଳମୁଣ୍ଡଳୀ ଗ୍ରାମ ବ୍ରାହ୍ମଣ ନିଯୋଗ, ମନ୍ଦିର ସେବାକାରୀ, ଶ୍ରୀ ତୃତୀୟା ଦେବ ଟ୍ରଷ୍ଟର ସଭାପତି ଜନାର୍ଦ୍ଦନ ଦେବତାଙ୍କ ସମେତ ବିଜୟ ବେହେରା, ସୂର୍ଯ୍ୟକାନ୍ତ ବେହେରା, ଡ.
ନୀଳାମ୍ବର ରାୟଗୁରୁ, ସୁଶାନ୍ତ କୁମାର ସାହୁ, ପ୍ରଦୀପ ଦଳବେହେରା, ଅନ୍ତର୍ଯ୍ୟାମୀ ଜେନା, ବୀରବର ପରିଡା, କୃପାସିନ୍ଧୁ ଦେବତା, ସୁଦର୍ଶନ ପ୍ରଧାନ ତଥା ତାଳମୁଣ୍ଡଳୀ ସରପଞ୍ଚ ସତ୍ୟଭାମା ଦଳବେହେରା ଓ ଗ୍ରାମର ସମସ୍ତ ଜଗନ୍ନାଥପ୍ରେମୀ ଭକ୍ତବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ।
ସେହିପରି ମାଣିଆବନ୍ଧ ଗ୍ରାମର ମାଣିଆବନ୍ଧ ସାହି, ସୁନିଆପାଟଣା ,ଅଶ୍ୱିନୀସାହି, କୁଆଁରପାଳ ବିଭିନ୍ନ ଗ୍ରାମରେ ପ୍ରଭୁ ଜଗନ୍ନାଥଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି।Advertisment ତିଗିରିଆ: ତିଗିରିଆ ବ୍ଲକ ଅନ୍ତର୍ଗତ ପାଞ୍ଚଗାଁ ପଞ୍ଚାୟତ ଶ୍ରୀଶ୍ରୀଦଧିବାମନଜିଉ, ନୂଆପାଟଣା ପଞ୍ଚାୟତ ସ୍ଥିତ ଶ୍ରୀଶ୍ରୀପତିତପାବନ ଦେବ, ହାଟମାଳ ପଞ୍ଚାୟତସ୍ଥିତ ସୁଣ୍ଠିପାଳ ଗ୍ରାମ ବିଜେ ଶ୍ରୀଶ୍ରୀଦଧିବାମନଜିଉଙ୍କ ସମେତ ତିଗିରିଆର ଆରାଧ୍ୟ ଦେବତା ତଥା ଗୁପ୍ତ ଶ୍ରୀକ୍ଷେତ୍ରର ମର୍ଯ୍ୟାଦା ବହନ କରୁଥିବା ଶ୍ରୀଶ୍ରୀ ପ୍ରସନ୍ନମଣି ଦେବଙ୍କ ପୀଠରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାରମ୍ପରିକ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଛି।
ଏହି ଅବସରରେ ପ୍ରଭୁ ଶ୍ରୀଶ୍ରୀ ପ୍ରସନ୍ନମଣି ଦେବଙ୍କ ପୀଠରେ ସକାଳ ୫ଟାରେ ମଙ୍ଗଳ ଆଳତି ନୀତି ଶେଷ ହୋଇଥିଲା।
୧୧ ଟାରେ ଗୋଟି ପହଣ୍ଡିରେ ସେବାସୀମାନେ ପ୍ରଭୁ ଶ୍ରୀପ୍ରସନ୍ନମଣି ଦେବଙ୍କୁ ରତ୍ନ ସିଂହାସନରୁ ଆଣି ସ୍ନାନବେଦୀରେ ବିଜେ କରାଯାଇଥିଲା।
ଅବକାଶ ନୀତି ପରେ ପୂର୍ବଦିନ ମନ୍ଦିରର ଗୋପାଳ ସେବକମାନଙ୍କ ଦ୍ୱାରା ମହାନଦୀରୁ ଅଣାଯାଇଥିବା ୧୦୮କଳସ ଜଳରେ ପ୍ରଭୁ ପ୍ରସନ୍ନମଣି ଦେବଙ୍କ ମହାସ୍ନାନ ନୀତି ସମ୍ପନ୍ନ ହୋଇଥିଲା।
ଏହି ନୀତି ଶେଷ ପରେ ପ୍ରଭୁ ଶ୍ରୀ ପ୍ରସନ୍ନମଣି ଦେବ ଭକ୍ତମାନଙ୍କୁ ଗଜ ବେଶରେ ଦର୍ଶନ ଦେଇଥିଲେ।
ଏହାପରେ ସୂର୍ଯ୍ୟ ପୂଜା, ଗୋପାଳବଲ୍ଳଭ, ସକାଳ ଧୂପ ଓ ଭୋଗ ମଣ୍ଡପ ନୀତି ଶେଷ ହୋଇଥିଲା।
ସନ୍ଧ୍ୟାରେ ପ୍ରଭୁ ଶ୍ରୀ ପ୍ରସନ୍ନମଣି ଦେବଙ୍କୁ ପହଣ୍ଡି ବିଜେରେ ଅଣସର ବେଦୀକୁ ନିଆଯାଇଥିଲା।
ସେଠାରେ ପଟିଦିଅଁ ନିକଟରେ ମଧ୍ୟାହ୍ନ ଧୂପରୁ ରାତି ପହଡ଼ ପର୍ଯ୍ୟନ୍ତ ସମସ୍ତ ନୀତି ସମ୍ପନ୍ନ ହୋଇଥିଲା।
ଆଜିର ଏହି କାର୍ଯ୍ୟକ୍ରମରେ ମନ୍ଦିରର ସମସ୍ତ ପୂଜା ପଣ୍ଡା ଓ ସେବାସୀମାନେ ଉପସ୍ଥିତ ଥିଲେ।
ମନ୍ଦିର ବେଭାରୀ ପ୍ରଫୁଲ୍ଲ ମହାପାତ୍ର ଓ ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ଲଳିତକୃଷ୍ଣ ଦାସ ଉପସ୍ଥିତ ରହି ସମସ୍ତ ନୀତି ପରିଚାଳନାରେ ସହଯୋଗ କରିଥିଲେ।
Textbook error issue: ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗ: ତ୍ରୁଟିପୂର୍ଣ୍ଣ ବହି ପ୍ରତ୍ୟାହାର ହେବନି, ସ୍କୁଲକୁ ଦିଆଯିବ ସଂଶୋଧିତ ପୁସ୍ତିକା ଆଠଗଡ଼: ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ଆଠଗଡ଼ର ଆରାଧ୍ୟ ଦେବ ମହାପ୍ରଭୁ ଶ୍ରୀ ଅଟ୍ଟାଳୀ ଜଗନ୍ନାଥଙ୍କ ସ୍ନାନଯାତ୍ରା ପାରମ୍ପରିକ ରୀତିନୀତିରେ ସମ୍ପନ୍ନ ହୋଇଯାଇଛି।
ସକାଳେ ମଙ୍ଗଳ ଆଳତି ଓ ଦ୍ୱାରଫିଟା ନୀତି ସମ୍ପନ୍ନ ହେବା ପରେ ଶ୍ରୀ ଜିଉଙ୍କୁ ସ୍ନାନମଣ୍ଡପକୁ ବିଜେ କରାଯାଇଥିଲା।
ସେଠାରେ ବୈଦିକ ମନ୍ତ୍ରୋଚ୍ଚାରଣ ସହ ୧୦୮କୁମ୍ଭ ମନ୍ତ୍ରିତ ଜଳରେ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଥିଲା।
ଏହା ପରେ ସ୍ନାନମଣ୍ଡପରେ ଶ୍ରୀଜିଉଙ୍କୁ ଆଳତି ଓ ପ୍ରସାଦ ସମର୍ପଣ କରାଯାଇଥିଲା।
ମହାପ୍ରଭୁ ଗଜାନନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ।
ସମସ୍ତ ରୀତିନୀତି ମୁଖ୍ୟ ପୂଜକ ଶରତ କୁମାର ପଣ୍ଡା ତୁଲାଇଥିବା ବେଳେ ସ୍ନାନାଳତି ଓ ପ୍ରସାଦ ସମର୍ପଣ କରିଥିଲେ ରାଜପୁରୋହିତ ସୁଶାନ୍ତ କୁମାର ମିଶ୍ର।
ପୂଜକ ସୁଶାନ୍ତ କୁମାର ପଣ୍ଡା ସହଯୋଗ କରିଥିଲେ।
ବଡମ୍ବା: ବଡ଼ମ୍ବାରେ ଦେବସ୍ନାନ ପୂର୍ଣ୍ଣିମା ମହା ସମାରୋହରେ ପାଳନ କରାଯାଇଛି।
ବଡ଼ମ୍ବା ଦେବୋତ୍ତର ବିଭାଗ, ବଡ଼ମ୍ବା ରାଜା ସାହେବ ତ୍ରିବିକ୍ରମ ବୀରବର ମଙ୍ଗରାଜ ମହାପାତ୍ର ଓ ପଟ୍ଟାୟତ ସାହେବ ତ୍ରିଭୁବନ ଚନ୍ଦ୍ର ଦେବଙ୍କ ପୌରୋହିତ୍ୟରେ ବଡ଼ମ୍ବା ରାଜବାଟୀସ୍ଥିତ ଜଗନ୍ନାଥ ମହାପ୍ରଭୁଙ୍କ ଉତ୍ସବରେ ରଥଯାତ୍ରା ପରିଚାଳନା କମିଟିର କର୍ମକର୍ତ୍ତା ଓ ବଡମ୍ବା ଜଗନ୍ନାଥମଣ୍ଡଳୀର କର୍ମକର୍ତ୍ତା କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ।
ସୋମବାର ଭୋର ୫ଟାରେ ସକାଳ ଧୂପ, ୬ଟା ୩୦ରେ ମଙ୍ଗଳାର୍ପଣ, ୧୧ଟା ୩୦ରେ ଡୋରି ଲାଗି ନୀତି ପରେ ୧୨ଟା ୩୦ରେ ମହାପ୍ରଭୁଙ୍କୁ ଶ୍ରୀମନ୍ଦିରରୁ ସ୍ନାନବେଦୀକୁ ପହଣ୍ଡିରେ ଅଣାଯାଇଥିଲା।
ଅପରାହ୍ନ ସାଢେ ଗୋଟାଏରେ ମହାପ୍ରଭୁଙ୍କୁ ୫୪କଳସ ଜଳରେ ସ୍ନାନ କରାଯିବା ପରେ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା।
ସେହିପରି ବଡ଼ମ୍ବା ଦେବୋତ୍ତର ବିଭାଗ ତରଫରୁ ବଡଦାଣ୍ଡ ସାହିସ୍ଥ ରାଧାକାନ୍ତ ମନ୍ଦିରର ବିଜେ ମହାପ୍ରଭୁ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି।
ମହାପ୍ରଭୁଙ୍କ ଏହି ବେଶ ଦେଖିବାକୁ ଉଭୟ ସ୍ଥାନରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା।
ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ନିଆଳି: ନିଆଳି ବ୍ଲକ୍ରେ ଜଗନ୍ନାଥ ମନ୍ଦିର ଓ ମଠମାନଙ୍କରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଆଜି ମହା ଆଡମ୍ବରରେ ପବିତ୍ର ଦେବସ୍ନାନ ପୂର୍ଣିମା ପାଳନ କରାଯାଇଛି।
ଭୋର ୪ଟା ସମୟରେ ଦ୍ୱାର ଫିଟା, ଅବକାଶ, ସୂର୍ଯ୍ୟପୂଜା, ଦଶଦିଗପାଳ ପୂଜା, ଆଳତି ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନିକଟରେ ଖେଚୁଡ଼ି ଭୋଗ ଅର୍ପଣ କରାଯାଇଥିଲା।
ପରେ ବିଗ୍ରହଙ୍କୁ ଧାଡ଼ି ପହଣ୍ଡିରେ ସ୍ନାନ ମଣ୍ଡପକୁ ନିଆଯାଇ ଅଭିମନ୍ତ୍ରିତ ସୁବାସିତ ଜଳରେ ସ୍ନାନ କରାଯାଇଥିଲା l ଏକବେରୁଆଁସ୍ଥିତ ଜଗନ୍ନାଥ ମଠ, ନିଆଳିସାହି ବ୍ରହ୍ମା ମନ୍ଦିର, ବରିଷଣ ଜଗନ୍ନାଥ ମନ୍ଦିର, କାନପୁର ଜଗନ୍ନାଥ ମନ୍ଦିର ସମେତ ଏରଞ୍ଚ, ପହଙ୍ଗା, କଣ୍ଟାପଡା ଶାସନ, ମଝିଖଣ୍ଡ ଆଦି ବିଭିନ୍ନ ସ୍ଥାନରେ ଦେବ ସ୍ନାନ ପୂର୍ଣିମା ସହିତ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦେବସ୍ନାନ ନୀତି ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଶହ ଶହ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।
ନରସିଂହପୁର: ନରସିଂହପୁରର ବିଭିନ୍ନ ସ୍ଥାନରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ଆଜି ପ୍ରତ୍ୟୁଷରୁ ମନ୍ଦିରର ମୁଖ୍ୟ ପୂଜକଙ୍କ ଦ୍ୱାରା ଅବକାଶ, ମଙ୍ଗଳ ଆଳତି, ସହିତ ସମସ୍ତ ରୀତି ନୀତି ସମ୍ପନ୍ନ ହୋଇଥିଲା।
ପରେ ଅପରାହ୍ନ ପ୍ରାୟ ସାଢେ଼ ଦୁଇଟା ସମୟରେ ସେବାୟତ ମାନେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଗୋଟି ପହଣ୍ଡିରେ ସ୍ନାନ ବେଦୀରେ ଉପବେଶନ କରାଯାଇଥିଲା।
ସେଠାରେ ୧୦୮ ଗରା ସୁବାସିତ ଜଳରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ସ୍ନାନ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।
ଏହି ଯାତ୍ରା ଦେଖିବା ପାଇଁ ଶହ ଶହ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସମାଗମ ହୋଇଥିଲା।
ବାଲିଝରି, କାନପୁର, ଅଢେଇଗୁଣ୍ଡି ଆଦି ସ୍ଥାନରେ ପାରମ୍ପରିକ ରୀତିନୀତିରେ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।
Naxal: ୩୦୦୦ ଯବାନଙ୍କୁ ଚକମା ଦେଇ ଖସିଗଲା କୁଖ୍ୟାତ ନକ୍ସଲ ମିସିର: ସରଣ୍ଡା ଛାଡ଼ି କୋଲହାନ ଜଙ୍ଗଲରେ ପହଞ୍ଚିଲା!
ବାଙ୍କୀ: ଡମପଡ଼ା ବ୍ଲକ୍ ଅନ୍ତର୍ଗତ ରଗଡ଼ି ଗ୍ରାମସ୍ଥ ରାଜ ପ୍ରତିଷ୍ଠିତ ପ୍ରଭୁ ମହିମାମଣି ମନ୍ଦିରରେ ଆଜି ନୀତିକାନ୍ତି ଅନୁସାରେ ପ୍ରଭୁ ମହିମାମଣିଙ୍କ ଦେବସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
୧୦୮କଳସ ସୁବାସିତ ପାଣି କୂଅରୁ ଆଣି ସ୍ନାନମଣ୍ଡପରେ ମହିମାମଣିଙ୍କ ସ୍ନାନ କରାଯାଇ ପୂଜାର୍ଚନା କରାଯାଇଥିଲା।
ସୂଚନାଯୋଗ୍ୟ, ପ୍ରଭୁ ଜଗନ୍ନାଥ ଏହି ମନ୍ଦିରରେ ମହିମାମଣି ନାମରେ ପୂଜା ପାଉଛନ୍ତି।
ଏଠାରେ କେବଳ ପ୍ରଭୁ ଜଗନ୍ନାଥଙ୍କ ବିଗ୍ରହ ପୂଜା କରାଯାଉଛି।
ସ୍ନାନଯାତ୍ରା କାର୍ଯ୍ୟକ୍ରମକୁ ଜଗନ୍ନାଥଙ୍କ ପଣ୍ଡା ପ୍ରମୋଦ କୁମାର ମହାପାତ୍ର, ରାଜକିଶୋର ମହାପାତ୍ର, ଧୀରେନ୍ କୁମାର ପଣ୍ଡା, କବି ରଣା ପ୍ରମୁଖଙ୍କ ସହଯୋଗରେ ଅବକାଶ, ବଲ୍ଲଭ ଭୋଗ, ବଡସିଂହାର ଭୋଗ ଓ ଶଙ୍କୁଡ଼ି ଭୋଗ ହେବା ସହ ପ୍ରଭୁଙ୍କୁ ସ୍ନାନ କରାଯାଇ ସ୍ନାନମଣ୍ଡପରେ ପୂଜା କରାଯାଇଛି।"