The heaviest creature on earth: ଭୂମି ଉପରେ ସବୁଠାରୁ ଭାରି ଜୀବ

Aug 12, 2026 - 07:12
The heaviest creature on earth: ଭୂମି ଉପରେ ସବୁଠାରୁ ଭାରି ଜୀବ

ହାତୀମାନଙ୍କ ସୁରକ୍ଷା ତଥା ସଂରକ୍ଷଣ ଲାଗି ପ୍ରତି ବର୍ଷ ଅଗଷ୍ଟ ୧୨ ତାରିଖ ଦିନ ବିଶ୍ବ ହସ୍ତୀ ଦିବସ ପାଳନ କରାଯାଇଥାଏ। ଏହି ଅବସରରେ ହାତୀ ବିଷୟରେ କିଛି ରୋଚକ କଥା: 

l ହାତୀ ହେଉଛି ପୃଥିବୀର ସର୍ବବୃହତ୍‌ ସ୍ଥଳଚର ପ୍ରାଣୀ। ଆଫ୍ରିକୀୟ ସାଭାନ୍ନା ପ୍ରଜାତିର ପୁରୁଷ ହାତୀର ଉଚ୍ଚତା ୧୦ରୁ ୧୩ ଫୁଟ୍‌ ଏବଂ ହାରାହାରି ଓଜନ ୬୦୦୦ କିଲୋଗ୍ରାମ୍‌ ହୋଇଥାଏ। 
l ଉଭୟ ଅଣ୍ଡିରା ଓ ମାଈ ଆଫ୍ରିକୀୟ ହାତୀମାନଙ୍କର ବାହ୍ୟ ଦାନ୍ତ ଥିବାବେଳେ କେବଳ ଅଣ୍ଡିରା ଏସୀୟ ହାତୀମାନେ ଦନ୍ତା ହୋଇଥାନ୍ତି। ଦୁଇ ବର୍ଷ ବୟସରେ ଦୁଇଟି ବାହ୍ୟ ଦାନ୍ତ ବାହାରିବା ଆରମ୍ଭ କରେ ଏବଂ ଆଜୀବନ ବଢ଼ିଥାଏ। 
l ହାତୀମାନଙ୍କ ଶୁଣ୍ଢରେ ୧,୫୦,୦୦୦ଟି ମାଂସପେଶୀ ଥାଏ। ସେହି କାରଣରୁ ଏହା ଅତି ସୂକ୍ଷ୍ମ ଭାବରେ ସ୍ପର୍ଶ ବାରିପାରେ। ହାତୀ ଶୁଣ୍ଢରେ ପ୍ରାୟ ଆଠ ଲିଟର ପାଣି ରଖିପାରେ। 
l ହାତୀମାନେ ଗୋଟିଏ ଦିନର ତିନି-ଚତୁର୍ଥାଂଶ ସମୟ ଖାଇବାରେ ଅତିବାହିତ କରନ୍ତି। ସେମାନେ ଦିନକୁ ହାରାହାରି ୧୫୦ କିଲୋଗ୍ରାମ୍‌ ଖାଦ୍ୟ ଖାଆନ୍ତି। 
l ହାତୀମାନେ ଦୁଇଟି ଉପାୟରେ ଭାବ ବିନିମୟ କରନ୍ତି: ଶୁଣ୍ଢ ସାହାଯ୍ୟରେ ଗର୍ଜନ କରି ଏବଂ ଭୂମିରେ କମ୍ପନ ସୃଷ୍ଟି କରି। ଅଧିକାଂଶ ଶୁଣ୍ଢ ଶବ୍ଦ ଏତେ ଧୀର ଯେ ମଣିଷ ସେଗୁଡ଼ିକୁ ଶୁଣିବାକୁ ଅକ୍ଷମ।
l ହାତୀ ଘଣ୍ଟାପ୍ରତି ସର୍ବାଧିକ ୪୦ କିଲୋମିଟର୍‌ ବେଗରେ ଦୌଡ଼ିପାରେ। 
l ହାତୀର ହୃତ୍‌ପିଣ୍ଡ ମିନିଟ୍‌କୁ ହାରାହାରି ୨୭ ଥର ସ୍ପନ୍ଦନ କରିଥାଏ। 
l ହାତୀ ଡେଇଁପାରେ ନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media