WEDNESDAY
17 JUNE 2026

Welcome!

Unlock your personalized experience.
Sign Up

Pension Disbursement : ୪ ଲକ୍ଷ ହିତାଧିକାରୀଙ୍କ ପାଖକୁ ଗଲାଣି ଭତ୍ତା, ଖୁବଶୀଘ୍ର ବକେୟା ଲୋକଙ୍କ ଆକାଉଣ୍ଟକୁ ଯିବ ଟଙ୍କା

Jun 17, 2026 - 16:37
Pension Disbursement : ୪ ଲକ୍ଷ ହିତାଧିକାରୀଙ୍କ ପାଖକୁ ଗଲାଣି ଭତ୍ତା, ଖୁବଶୀଘ୍ର ବକେୟା ଲୋକଙ୍କ ଆକାଉଣ୍ଟକୁ ଯିବ ଟଙ୍କା

ଭୁବନେଶ୍ଵର, ୧୭/୦୬ : ଭତ୍ତା ସମସ୍ୟାର ହେଲା ସମାଧାନ। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ହିତାଧିକାରୀଙ୍କ ପାଖକୁ ଭତ୍ତା ରାଶି ପହଞ୍ଚିଲାଣି। ଖୁବ ଶୀଘ୍ର ସମସ୍ତଙ୍କୁ ବକେୟା ଭତ୍ତା ରାଶି ମିଳିଯିବ। ଦେଶରେ ସବୁ ରାଜ୍ୟରେ ଏହି ସମସ୍ୟା ଥିଲା। ପୋର୍ଟାଲ ସମସ୍ୟା ପାଇଁ ଏପରି ଅସୁବିଧା ହୋଇଥିଲା । ଏବେ ସ୍ଥିତିର ସୁଧାର ଆସିଛି। ଭତ୍ତା ମିଳିବା ଆରମ୍ଭ ହୋଇଛି। ଧୀରେ ଧୀରେ ସମସ୍ତଙ୍କୁ ଭତ୍ତା ରାଶି ମିଳିଯିବ। 

ସୂଚନା ଥାଉକି, ରାଜ୍ୟରେ ବିଭିନ୍ନ ସ୍ଥାନରେ ଭତ୍ତା ସମସୟା ନେଇ ଉତ୍ତେଜନା ଲାଗି ରହିଥିଲା। ପୋର୍ଟାଲ ସମସ୍ୟା ପାଇଁ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଆସୁନଥିଲା। ଗରିବ ବୁଢା ବୁଢି ଲୋକେ ବାରମ୍ବାର ବ୍ଳକ୍ ପୌର କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହେଉଥିଲେ। ଏହି କ୍ରମରେ ମାଲକାନଗିରି ଜିଲ୍ଲାରେ ମଧ୍ୟ ଗତ ତିନି ମାସ ହେଲେ ଗରିବ ଲୋକଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିନଥିଲା। ଯେଉଁଥିପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ମାଲକାନଗିରି ପୌର ପରିଷଦ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା। ସେହିପରି ଆସିକା ବ୍ଲକ ନିମିନା ପଞ୍ଚାୟତରେ ମଧ୍ୟ ଭତ୍ତା ସମ୍ୟା ନେଇ ଉତ୍ତ୍ୟକ୍ତ ଲୋକେ ସରପଞ୍ଚ ଓ ପିଇଓଙ୍କୁ ତାଲା ପକାଇ ଦେଇଥିବା ସୂଚନା ମିଳିଛି।

ଆହୁରି ପଢନ୍ତୁ- ତୁଟିଲା ରଥଖଳା କଳି, ଶ୍ରୀମନ୍ଦିର ପ୍ରଶାସନ ଓ ବିଶ୍ବକର୍ମା ସେବାୟତଙ୍କ ମଧ୍ୟରେ ଆଲୋଚନା ସଫଳ

ନିଟ୍ ପରୀକ୍ଷାଟି କିପରି ଭଲ ଭାବରେ ହେବ ତାକୁ ନେଇ ସତର୍କତା,ଶୃଙ୍ଖଳାରେ ପରୀକ୍ଷା ହେଉ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।