Tension in Disputed Kotia: କୋଟିଆରେ ହାଇଆଲର୍ଟ, ଫାଟୁସିନେରୀର ବିଶୁ ପାଙ୍ଗୀ ଓ ଲିବୃ ହିମେରିକା ଗିରଫ

Nov 22, 2026 - 09:02
Tension in Disputed Kotia: କୋଟିଆରେ ହାଇଆଲର୍ଟ, ଫାଟୁସିନେରୀର ବିଶୁ ପାଙ୍ଗୀ ଓ ଲିବୃ ହିମେରିକା ଗିରଫ

କୋଟିଆରେ ଅଶାନ୍ତି ସୃଷ୍ଟିକାରୀଙ୍କୁ ରକ୍ଷା ନାହିଁ।

ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି ଓ ଆକ୍ରମଣ କରିବା ଅଭିଯୋଗରେ ଫାଟୁସିନେରୀ ଅଞ୍ଚଳର ଦୁଇ ଜଣଙ୍କୁ ଗିରଫ କରିଛି କୋଟିଆ ପୋଲିସ।

ଗିରଫ ଅଭିଯୁକ୍ତ ହେଲେ ବିଶୁ ପାଙ୍ଗୀ ଓ ଲିବୃ ହିମେରିକା।

ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ବାଧା, ସାଧାରଣ ରାସ୍ତା ଅବରୋଧ, ଗାଳିଗୁଲଜ, ହତ୍ୟା ଧମକ ଓ ଆକ୍ରମଣ ଭଳି ସଙ୍ଗୀନ ଅଭିଯୋଗରେ BNSର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି।

Advertisment ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଅଧିକ କଡ଼ାକଡ଼ି କରିଛି ପୋଲିସ।

ତିନୋଟି ସ୍ଥାନରେ ନାକାବନ୍ଦୀ କରାଯାଇ ଯାନବାହନ ଯାଞ୍ଚ ସହ ପାଟ୍ରୋଲିଂ ଜାରି ରହିଛି।

ସେପଟେ ବିବାଦୀୟ କୋଟିଆ ଅଞ୍ଚଳରେ ଆନ୍ଧ୍ର ପ୍ରଦେଶର ପଞ୍ଚାୟତ ନିର୍ବାଚନକୁ ନେଇ ଚାଲିଛି ନାମାଙ୍କନ ଦାଖଲ ପ୍ରକ୍ରିୟା।

ଗତକାଲି ତିନୋଟି ପଞ୍ଚାୟତରୁ ମୋଟ ୧୧ଟି ନାମାଙ୍କନ ପତ୍ର ଦାଖଲ ହୋଇଥିବା ଆନ୍ଧ୍ରର ନିର୍ବାଚନୀ ରିପୋର୍ଟରୁ ଜଣାପଡ଼ିଛି।

ଏଥିରେ ସରପଞ୍ଚ ପଦବୀ ପାଇଁ ୫ଟି ଓ ୱାର୍ଡ ମେମ୍ବର ପଦବୀ ପାଇଁ ୬ଟି ପ୍ରାର୍ଥୀପତ୍ର ରହିଛି।

ନାମାଙ୍କନ ତଥ୍ୟ ଅନୁଯାୟୀ, ଗଞ୍ଜେଇପଦର ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ୨ଟି ଓ ୱାର୍ଡ ମେମ୍ବର ପାଇଁ ୪ଟି ପ୍ରାର୍ଥୀପତ୍ର ଦାଖଲ ହୋଇଛି।

ସେହିପରି ଫାଟୁସିନେରୀ ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ୩ଟି ଓ ୱାର୍ଡ ମେମ୍ବର ପାଇଁ ୨ଟି ନାମାଙ୍କନ ହୋଇଛି।

କିନ୍ତୁ ଫାଗୁଣସିନେରୀ ପଞ୍ଚାୟତରେ ସରପଞ୍ଚ କିମ୍ବା ୱାର୍ଡ ମେମ୍ବର କୌଣସି ପଦବୀ ପାଇଁ ଗୋଟିଏ ବି ନାମାଙ୍କନ ଦାଖଲ ହୋଇନାହିଁ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)