Telecom: ଦୁର୍ଗମ ଅଞ୍ଚଳରେ ସେବା ପହଞ୍ଚାଅ: ମୁକେଶ ମହାଲିଙ୍ଗ

Aug 13, 2026 - 21:07
Telecom: ଦୁର୍ଗମ ଅଞ୍ଚଳରେ ସେବା ପହଞ୍ଚାଅ: ମୁକେଶ ମହାଲିଙ୍ଗ

"ଭୁବନେଶ୍ବର: ରାଜ୍ୟର ଦୁର୍ଗମ ଅଞ୍ଚଳ ଓ ଗ୍ରାମାଞ୍ଚଳରେ ମୋବାଇଲ୍‌ ଓ ଇଣ୍ଟରନେଟ୍‌ ସେବା ପହଞ୍ଚାଇବା ପାଇଁ ଟେଲିକମ୍‌ କମ୍ପାନିଗୁଡ଼ିକୁ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡ.

ମୁକେଶ ମହାଲିଙ୍ଗ କହିଛନ୍ତି।

ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ୍‌)ରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ପ୍ରତି ଗାଁରେ ଇଣ୍ଟରନେଟ୍‌ ସେବା ପହଞ୍ଚାଇବା ପାଇଁ ନେଟ୍‌ୱର୍କ ସଂଯୋଗୀକରଣରେ ଥିବା ଅବ୍ୟବସ୍ଥା ଓ ଅଭାବକୁ ଦୂର କରିବା ସହ ଟାୱାର ସ୍ଥାପନ ଓ ୪ଜି ସେବାର ପ୍ରସାରକୁ ତ୍ବରାନ୍ବିତ କରିବାକୁ ସେ କମ୍ପାନିମାନଙ୍କୁ କହିଥିଲେ।

Advertisment ମୌସୁମୀ, ବନ୍ୟା ସମୟରେ ନେଟ୍‌ୱର୍କ ମେସିନଗୁଡିକର ସଂରକ୍ଷଣ, ପ୍ରମୁଖ ସ୍ଥାନଗୁଡିକରେ ଦୁର୍ବଳ ଇଣ୍ଟରନେଟ୍‌, ମେଡ଼ିକାଲ୍‌ଗୁଡିକରେ ଜରୁରୀ ଇଣ୍ଟରନେଟ ସେବା ପ୍ରତି ଧ୍ୟାନ ଦେବାକୁ ସେ କହିଥିଲେ।ଆସନ୍ତା ଡିସେମ୍ବର ସୁଦ୍ଧା ରାଜ୍ୟରେ ନେଟ୍‌ୱର୍କ ସଂଯୋଗୀକରଣରେ ଉନ୍ନତି ଆଣିବା ପାଇଁ ବୈଠକରେ ଉପସ୍ଥିତ ସମସ୍ତ ଟେଲିକମ୍ ଅପରେଟରମାନେ ଜଣାଇଥିଲେ।

ଦୁର୍ଗମ ଅଞ୍ଚଳରେ ମୋବାଇଲ ନେଟୱର୍କ ସୁଦୃଢ ହେବ ବୈଠକରେ ନୂଆ ଟେଲିକମ୍‌ ଟାୱାର ସ୍ଥାପନ ଅଗ୍ରଗତିର ସମୀକ୍ଷା କରାଯାଇଥିଲା।

ରାଜ୍ୟର ୬୭୯୯ଟି ଗ୍ରାମ ପଞ୍ଚାୟତକୁ ଫାଇବର୍‌ ସଂଯୋଗ ଦେବା ଲାଗି ଭାରତନେଟ୍‌ ପରିଯୋଜନାର ଫେଜ୍-୩ର ମଧ୍ୟ ସମୀକ୍ଷା ହୋଇଥିଲା।

ନିର୍ଦ୍ଧାରିତ ୩ ବର୍ଷ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବା ପ୍ରତି ଧ୍ୟାନ ଦେବାକୁ ଟେଲିକମ୍‌ କମ୍ପାନିଗୁଡ଼ିକୁ କୁହାଯାଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media