Telangana Murder Case: ତେଲେଙ୍ଗାନା ଗଣହତ୍ୟା ମାମଲାର ପର୍ଦ୍ଦାଫାଶ: ୪ ଗିରଫ

Jun 27, 2026 - 15:10
Telangana Murder Case: ତେଲେଙ୍ଗାନା ଗଣହତ୍ୟା ମାମଲାର ପର୍ଦ୍ଦାଫାଶ: ୪ ଗିରଫ

"ନଲଗୋଣ୍ଡା: ତେଲେଙ୍ଗାନାର ନଲଗୋଣ୍ଡା ଜିଲ୍ଲାରେ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କୁ ନୃଶଂସ ଭାବେ ହତ୍ୟା କରାଯିବା ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ।

ପ୍ରାୟ ୨ କୋଟି ଟଙ୍କାର ସମ୍ପତ୍ତି ବିବାଦ, ଋଣ ପରିଶୋଧ ଏବଂ ବ୍ୟକ୍ତିଗତ ପ୍ରତିଶୋଧ ପାଇଁ ଏହି ଗଣହତ୍ୟା କରାଯାଇଥିବା ବେଳେ ଏହାର ମୁଖ୍ୟ ଅଭିଯୁକ୍ତ ଅନଲାଇନ୍ ଭିଡିଓ ଦେଖି ହତ୍ୟାକାଣ୍ଡର ତରିକା ଓ ପୁଲିସ ଆଖିରେ ଧୂଳି ଦେବାର କୌଶଳ ଶିଖିଥିଲା।

ଗତ ଜୁନ୍ ୨୨ ତାରିଖରେ ଏକ ବନ୍ଦ ଘରୁ ମହମ୍ମଦ ସୁଲତାନ, ତାଙ୍କ ପତ୍ନୀ ହସିନା, ପୁଅ ମୁଜାମ୍ମିଲ ଓ ଝିଅ ଆଫସାରାଙ୍କ ଗଳିତ ମୃତଦେହ ଉଦ୍ଧାର ହେବାର ମାତ୍ର ଚାରି ଦିନ ମଧ୍ୟରେ ପୁଲିସ ମାମଲାର ସମାଧାନ କରିଛି।Advertisment ଅନଲାଇନ୍ ଭିଡିଓ ୪ ଜଣଙ୍କୁ ନୃଶଂସ ହତ୍ୟା ଜିଲ୍ଲା ଏସପି ଶରତ ଚନ୍ଦ୍ର ପାୱାରଙ୍କ ସୂଚନା ଅନୁଯାୟୀ, ହତ୍ୟାକାଣ୍ଡଟି ଜୁନ୍ ୧୯ ତାରିଖ ଭୋର ସମୟରେ ଘଟିଥିଲା।

ହାଇଦ୍ରାବାଦର ଜଣେ କାର୍ ଚାଳକ ତଥା ମୁଖ୍ୟ ଅଭିଯୁକ୍ତ ସୈୟଦ ଅସଲମ ନିଜର ବିଳାସପୂର୍ଣ୍ଣ ଜୀବନଶୈଳୀ ଯୋଗୁଁ ଋଣ ଭାରରେ ବୁଡ଼ି ରହିଥିଲା।

ସେ ପୂର୍ବରୁ ତାଙ୍କ ପତ୍ନୀଙ୍କ ସମ୍ପର୍କୀୟା ମାଉସୀ ହସିନାଙ୍କଠାରୁ ୧ ଲକ୍ଷ ଟଙ୍କା ଧାର ନେଇଥିବା ବେଳେ ନୂଆ କାର୍ କିଣିବା ପାଇଁ ଆଉ ୧ ଲକ୍ଷ ଟଙ୍କା ମାଗିଥିଲା।

ମାତ୍ର ହସିନା ପୁରୁଣା ସୁଧ ଦେଇନଥିବାରୁ ତାଙ୍କୁ ଗାଳିଗୁଲଜ କରି ଟଙ୍କା ଦେବାକୁ ମନା କରିଦେଇଥିଲେ।

ଏହା ସହିତ ସମ୍ପତ୍ତି ହଡ଼ପ କରିବା ଉଦ୍ଦେଶ୍ୟରେ ଅସଲମ ଜମି କାଗଜପତ୍ର ଚୋରି କରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲା।

ଏହି ଆକ୍ରୋଶ ଏବଂ ଆର୍ଥିକ ଅନଟନ ଯୋଗୁଁ ସେ ସମ୍ପୂର୍ଣ୍ଣ ପରିବାରକୁ ଶେଷ କରିଦେବାକୁ ଯୋଜନା କରିଥିଲା।

Border Tension: ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନା: ଜିରୋ ଲାଇନରେ ସଶସ୍ତ୍ର ଭିଡ଼ ଜମା ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଜୁନ୍ ୧୯ରେ ଅସଲମ ହସିନାଙ୍କ ଘରେ ପଶି ପ୍ରଥମେ ତାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା ଏବଂ ପରେ ପରେ ତାଙ୍କ ସ୍ୱାମୀ ଓ ଦୁଇ ପିଲାଙ୍କୁ ଆକ୍ରମଣ କରିଥିଲା।

ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ଜଣକ ହସିନାଙ୍କୁ ୭, ସୁଲତାନଙ୍କୁ ୬, ଝିଅ ଆଫସାରାଙ୍କୁ ୯ ଓ ପ୍ରତିରୋଧ କରିବାକୁ ଚେଷ୍ଟା କରିଥିବା ପୁଅ ମୁଜାମ୍ମିଲଙ୍କୁ ୧୬ ଥର ଛୁରୀ ଭୁସି ଅତି ନିର୍ମମ ଭାବେ ହତ୍ୟା କରିଥିଲା।

ହତ୍ୟା ପରେ ପ୍ରମାଣ ନଷ୍ଟ ଓ ସୂଚନା ବିଳମ୍ବରେ ପାଇବା ପାଇଁ ସେ ମୃତଦେହଗୁଡ଼ିକୁ ବେଡସିଟରେ ଗୁଡ଼ାଇ ଘର ବାହାରୁ ଚାବି ପକାଇ ଫେରାର ହୋଇଯାଇଥିଲା।

ଦୁର୍ଗନ୍ଧ ହେବାରୁ ପଡ଼ୋଶୀମାନେ ପୁଲିସକୁ ଖବର ଦେଇଥିଲେ।

ଏହି ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସୈୟଦ ଅସଲମ, ତାଙ୍କ ପତ୍ନୀ ତବାସୁମ୍, ମହମ୍ମଦ ସୋହେଲ ଓ ହେମନ୍ତ କୁମାରଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।

ହତ୍ୟା ପରେ ଅଭିଯୁକ୍ତମାନେ ଲୁଟ୍ କରିଥିବା ସୁନା ଗହଣାକୁ ବନ୍ଧକ ରଖି ୫.୩୦ ଲକ୍ଷ ଟଙ୍କା ନେଇଥିଲେ।

ପୁଲିସ ସେମାନଙ୍କଠାରୁ ୩ ଲକ୍ଷ ଟଙ୍କା ନଗଦ, ସୁନା, ହତ୍ୟାରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର, ରକ୍ତଭିଜା ପୋଷାକ ଓ ଗାଡ଼ି ଜବତ କରିଛି।

ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇଜଣ ଫେରାର ଅଭିଯୁକ୍ତଙ୍କୁ ଗରଫ କରିବା ପାଇଁ ପୁଲିସ ୫ଟି ସ୍ୱତନ୍ତ୍ର ଟିମ୍ ଜରିଆରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

"