Telangana CM: ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ଆମେରିକା ଗସ୍ତକୁ ଅନୁମତି ଦେଲେନି କେନ୍ଦ୍ର ସରକାର

Aug 21, 2026 - 13:11
Telangana CM: ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ଆମେରିକା ଗସ୍ତକୁ ଅନୁମତି ଦେଲେନି କେନ୍ଦ୍ର ସରକାର

"ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ.

ରେବନ୍ତ ରେଡ୍ଡୀଙ୍କ ପ୍ରସ୍ତାବିତ ଆମେରିକା ଗସ୍ତକୁ କେନ୍ଦ୍ର ସରକାର ଅନୁମତି ଦେବାକୁ ମନା କରିଦେଇଛନ୍ତି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ରାଜନୈତିକ କାରଣ ଦର୍ଶାଇ ଏହି ଅନୁମତି ପ୍ରତ୍ୟାଖ୍ୟାନ କରାଯାଇଥିବା ନେଇ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍ଓ) ପକ୍ଷରୁ ଜାରି ସମ୍ବାଦପତ୍ର ବିଜ୍ଞପ୍ତିରେ କୁହାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଯିବାକୁ ଥିବା ''ତେଲେଙ୍ଗାନା ରାଇଜିଂ''ର ସରକାରୀ ପ୍ରତିନିଧି ମଣ୍ଡଳୀକୁ ଏହି କାରଣରୁ ନିଜର ଗସ୍ତ କାର୍ଯ୍ୟକ୍ରମ ବାତିଲ କରିବାକୁ ପଡ଼ିଛି।

ବର୍ତ୍ତମାନ ଲଣ୍ଡନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଆମେରିକାର ବୋଷ୍ଟନ୍ ଯିବା ପରିବର୍ତ୍ତେ ସିଧାସଳଖ ହାଇଦ୍ରାବାଦ ଫେରିଆସିବାକୁ ନିଷ୍ପତ୍ତି ନେଇଛନ୍ତି।Advertisment କେନ୍ଦ୍ରର ଏହି ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷାନୀତି ଅନୁଯାୟୀ ବିଶ୍ୱର ଶ୍ରେଷ୍ଠ ଆଇଭି ଲିଗ୍ ଏବଂ ଅଗ୍ରଣୀ ଶିକ୍ଷାନୁଷ୍ଠାନଗୁଡ଼ିକୁ ଭାରତ, ତେଲେଙ୍ଗାନା ତଥା ହାଇଦ୍ରାବାଦକୁ ଆଣିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଏହା ଦ୍ୱାରା ରାଜ୍ୟର ଯୁବପିଢ଼ିଙ୍କୁ ଉନ୍ନତମାନର ଶିକ୍ଷା ଓ ତାଲିମ ମିଳିପାରିଥାନ୍ତା।

ଦେଶ ଗଠନ ଏବଂ ଯୁବପିଢ଼ିଙ୍କ ଭବିଷ୍ୟତ ନିର୍ମାଣ କ୍ଷେତ୍ରରେ ସମସ୍ତେ ରାଜନୀତି ଓ ନିର୍ବାଚନରୁ ଊର୍ଦ୍ଧ୍ୱକୁ ଉଠି ଚିନ୍ତା କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ନିଜେ ଫେରିଆସୁଥିଲେ ହେଁ, ପୂର୍ବରୁ ସ୍ଥିର ହୋଇଥିବା ଚୁକ୍ତିପତ୍ର ଏବଂ ସହଯୋଗୀ ଚୁକ୍ତିଗୁଡ଼ିକୁ ଚୂଡ଼ାନ୍ତ କରିବା ପାଇଁ ସରକାରୀ ଅଧିକାରୀମାନଙ୍କୁ ଆମେରିକା ଗସ୍ତ ଜାରି ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଜାରି ରଖିବେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ତାଙ୍କ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଲଣ୍ଡନରେ ଅକ୍ସଫୋର୍ଡ, କେମ୍ବ୍ରିଜ୍, ଲଣ୍ଡନ ସ୍କୁଲ୍ ଅଫ୍ ଇକୋନୋମିକ୍ସ ଏବଂ ଲଣ୍ଡନ ବିଜନେସ୍ ସ୍କୁଲ୍ ଭଳି ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଜାରି ରଖିବେ।

ଏହାସହ ଯୁକ୍ତରାଜ୍ୟର ଶ୍ରେଷ୍ଠ କ୍ରୀଡ଼ା ଓ ଦକ୍ଷତା ବିକାଶ ଅନୁଷ୍ଠାନଗୁଡ଼ିକ ସହ ଚୁକ୍ତି ସ୍ୱାକ୍ଷର ପାଇଁ ଉଦ୍ୟମ କରିବେ।

ହାଇଦ୍ରାବାଦକୁ ଏକ ବିଶ୍ୱସ୍ତରୀୟ ଜ୍ଞାନକେନ୍ଦ୍ରରେ ପରିଣତ କରିବା ଏବଂ ସାଧାରଣ ଭାରତୀୟ ଛାତ୍ରଛାତ୍ରୀଙ୍କୁ ନିଜ ମାଟିରେ ହାର୍ଭାର୍ଡ, ଅକ୍ସଫୋର୍ଡ କିମ୍ବା ଏମଆଇଟି ଭଳି ଅନୁଷ୍ଠାନର ଶିକ୍ଷା ସୁଯୋଗ ଯୋଗାଇଦେବା ତାଙ୍କର ସଙ୍କଳ୍ପ ବୋଲି ସେ ପ୍ରକାଶ କରିଛନ୍ତି।

Kidney Chain: ଧର୍ମର ସୀମା ଡେଇଁ ଜିତିଲା ମାନବିକତା: କିଡନୀ ଚେନ୍‌ ଜରିଆରେ ୪ ପରିବାର ଦେଲେ ୪ ଜଣଙ୍କୁ ନୂଆ ଜୀବନ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)