Telangana: ତେଲେଙ୍ଗାନାରେ ବସ୍‌-ଟ୍ରକ୍‌ ଧକ୍କା: ୬ ମୃତ, ୧୪ ଆହତ

Aug 26, 2026 - 19:07
Telangana: ତେଲେଙ୍ଗାନାରେ ବସ୍‌-ଟ୍ରକ୍‌ ଧକ୍କା: ୬ ମୃତ, ୧୪ ଆହତ

"ହାଇଦ୍ରାବାଦ: ତେଲେଙ୍ଗାନାର ସୂର୍ଯ୍ୟାପେଟ ଜିଲ୍ଲାରେ ବୁଧବାର ଭୋର ସମୟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି।

ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି।

ଦୁର୍ଘଟଣାରେ ଅତି କମ୍‌ରେ ୨୦ ଜଣ ଆହତ ହୋଇଥିବା ପୁଲିସ କହିଛି।

ଆହତମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଅନ୍ୟ ହସ୍ପିଟାଲକୁ ପଠାଯାଇଛି।Advertisment ଏହି ଦୁର୍ଘଟଣା କୋଦାଡ ମଣ୍ଡଳର କୋମରବନ୍ଦ ନିକଟରେ ହାଇଦ୍ରାବାଦ-ବିଜୟୱାଡା ଜାତୀୟ ରାଜପଥ-୬୫ରେ ଘଟିଛି।

ବୁଧବାର ଭୋର ପ୍ରାୟ ୪ଟା ୩୦ରେ ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ହାଇଦ୍ରାବାଦରୁ ଆନ୍ଧ୍ରପ୍ରଦେଶର ଏଲୁରୁ ଅଭିମୁଖେ ଯାଉଥିବା ଏକ ଘରୋଇ ଟ୍ରାଭେଲ୍‌ ବସ୍‌ ରାସ୍ତାରେ ଅଟକି ରହିଥିବା କଣ୍ଟେନର ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା।

ବସ୍‌ରେ ପ୍ରାୟ ୪୨ ଜଣ ଯାତ୍ରୀ ଥିଲେ।

ଧକ୍କା ଏତେ ଜୋର୍‌ଦାର ଥିଲା ଯେ ବସ୍‌ର ସାମ୍ନା ଭାଗ ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା।

ଦୁର୍ଘଟଣାରେ ୬ ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ।

ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ଖବର ଦେଇଥିଲେ।

ପରେ ପୁଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ବସ୍‌ରୁ ବାହାର କରିଥିଲେ।

ଆହତମାନଙ୍କୁ କୋଦାଡ ସରକାରୀ ହସ୍ପିଟାଲ ସମେତ ନିକଟସ୍ଥ ଚିକିତ୍ସାଳୟକୁ ନିଆଯାଇଛି।

ପ୍ରାଥମିକ ତଦନ୍ତ ଅନୁଯାୟୀ, କଣ୍ଟେନର ଟ୍ରକ୍‌ଟି ରାସ୍ତାକଡ଼ରେ ଠିଆ ହୋଇଥିବା ବେଳେ ପଛରୁ ଆସୁଥିବା ବସ୍‌ ଡ୍ରାଇଭର ଅସାବଧାନତାବଶତଃ ଏହାକୁ ଦେଖି ନ ପାରି ଧକ୍କା ଦେଇଥିଲା।

ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।

ଘଟଣାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ.

ରେବନ୍ତ ରେଡ୍ଡୀ ଶୋକ ପ୍ରକାଶ କରିଛନ୍ତି।

ସେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତମାନଙ୍କୁ ସର୍ବୋତ୍ତମ ଓ ଉନ୍ନତ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେପ୍ଟେମ୍ବର ୩ରୁ ଆକାଶପଥରେ ଯୋଡ଼ିହେବ ମାଲକାନଗିରି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)