Petrol: କେନିଆକୁ ଭାରତର ପେଟ୍ରୋଲ ରପ୍ତାନି

Aug 26, 2026 - 19:23
Petrol: କେନିଆକୁ ଭାରତର ପେଟ୍ରୋଲ ରପ୍ତାନି

"ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ କେନିଆକୁ ଭାରତ ବିପୁଳ ପରିମାଣର ପେଟ୍ରୋଲ ବିକ୍ରି କରୁଛି।

ଏକ୍ଷେତ୍ରରେ ସାଉଦି ଆରବ ଓ ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ) ଭଳି ପାରମ୍ପରିକ ତୈଳ ଉତ୍ପାଦନକାରୀ ରାଷ୍ଟ୍ରଗୁଡ଼ିକୁ ଭାରତ ପଛରେ ପକାଇ ଦେଇଛି।

ଏକ ତୈଳ ଆମଦାନିକାରୀ ଦେଶ ହୋଇଥିବା ସତ୍ତ୍ବେ ଭାରତ ବିଶୋଧନାଗାର କ୍ଷମତା ସ୍ଥାପନରେ ଯଥେଷ୍ଟ ଆଗରେ ଥିବାରୁ ଇନ୍ଧନ ରପ୍ତାନି କରିବା ଭଳି ସ୍ଥିତିରେ ରହିଛି।

୨୦୨୫ ଜୁଲାଇ ତୁଳନାରେ ୨୦୨୬ ଜୁଲାଇରେ କେନିଆକୁ ତେଲ ରପ୍ତାନିରେ ୧୫୧.୪୧ ପ୍ରତିଶତ ବୃଦ୍ଧି ହୋଇଛି।ଭାରତ ମୁଖ୍ୟତଃ ୟୁରୋପୀୟ ରାଷ୍ଟ୍ରଗୁଡ଼ିକୁ ଇନ୍ଧନ ରପ୍ତାନି କରୁଥିଲା।

Advertisment ଆହୁରି ପଢନ୍ତୁ: Flight services: ସେପ୍ଟେମ୍ବର ୩ରୁ ଆକାଶପଥରେ ଯୋଡ଼ିହେବ ମାଲକାନଗିରି କିନ୍ତୁ ରୁଷ ତେଲକୁ ବିଶୋଧନ କରି ପଠାଉଥିବା ଅଭିଯୋଗରେ ୟୁରୋପୀୟ ସଂଘ ଭାରତୀୟ ଇନ୍ଧନ ଉପରେ କଟକଣା ଲଗାଇଛି।

ସେଥିପାଇଁ ଆଫ୍ରିକୀୟ ଦେଶଗୁଡ଼ିକୁ ଭାରତ ଏହାର ଇନ୍ଧନ ରପ୍ତାନି କରୁଛି।

କେବଳ କେନିଆ ନୁହେଁ, ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକୁ ଭାରତର ପେଟ୍ରୋଲିୟମ ରପ୍ତାନି ଗତବର୍ଷ ତୁଳନାରେ ୬୬ ପ୍ରତିଶତ ବୃଦ୍ଧି ପାଇଛି।

କେନିଆ ସାଧାରଣତଃ ସାଉଦି ଆରବ ଓ ୟୁଏଇର ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଠାରୁ ତେଲ କିଣୁଥିଲା।

କିନ୍ତୁ ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ସେମାନଙ୍କଠାରୁ ତେଲ ମଗାଇବା କଷ୍ଟକର ହେଉଥିବାରୁ ଏହି ଦେଶ ଭାରତ ଆଡ଼କୁ ମୁହାଁଇଛି।

ଆହୁରି ପଢନ୍ତୁ: Modi-Rahul: ଜେନ୍‌-ଜି ବିକ୍ଷୋଭ ପରେ ମୋଦୀ-ରାହୁଲଙ୍କ ଇନ୍‌ଷ୍ଟାଗ୍ରାମ୍‌ ଏନ୍‌ଗେଜ୍‌ମେଣ୍ଟ ବଢ଼ିଲା ଭାରତର ତୈଳ ବିଶୋଧନ କ୍ଷମତା ସମଗ୍ର ବିଶ୍ବରେ ଚତୁର୍ଥ ଓ ଏସିଆରେ ଦ୍ବିତୀୟ ବୃହତ୍ତମ।

ସେଥିପାଇଁ ନିଜ ଆବଶ୍ୟକତାର ୯୦ ପ୍ରତିଶତ ଆମଦାନି କରୁଥିବା ଏହି ଦେଶ ୨୦୨୫-୨୬ରେ ୬୧.୫ ନିୟୁତ ଟନ୍‌ ତେଲ ରପ୍ତାନି କରିଥିଲା।

ଗୁଜରାଟର ଜାମନଗରରେ ଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ବି‌ଶୋଧନାଗାର ହେଉଛି ବିଶ୍ବର ସର୍ବବୃହତ୍‌।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)